ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ନିଜେ କଲା ଅପହରଣ,ହ୍ଵାଟ୍ସଆପରେ କଟା ହାତର ଫଟୋ ପଠାଇ ଘର ଲୋକଙ୍କଠାରୁ ମାଗିଲା ଟଙ୍କା,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶର ଇନ୍ଦୋରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ଅପହରଣ କରିବାର ଷଡଯନ୍ତ୍ର କରିଦେଲା | ଘର ଲୋକଙ୍କଠାରୁ ଟଙ୍କା ଆଦାୟ କରିବାପାଇଁ ହ୍ଵାଟ୍ସଆପରେ ଇଣ୍ଟରନେଟରୁ କଟା ହାତର ଫଟୋ ବାହାର କରି ପଠାଇ ଦେଲା | କେବଳ ଏତିକି ନୁହେଁ, କହିଥିବା ଅନୁଯାୟୀ ଟଙ୍କା ନ ମିଳିଲେ ଜୀବନରୁ ମାରିଦେବାକୁ କହିଲା | ଏହା ଦେଖି ପରିବାର ଲୋକଙ୍କର ହୋସ ଉଡ଼ିଗଲା | ଛାତ୍ରଙ୍କୁ ଖୋଜିବାପାଇଁ ପାଞ୍ଚ ଥାନାର ପୋ-ଲି-ସ ଲାଗିଗଲେ | କଠିନ ପରିଶ୍ରମ ପରେ ପୋ-ଲି-ସ ଛାତ୍ର ପର୍ଯ୍ୟନ୍ତ ପହଂଚି ପାରିଲା |

ପୋ-ଲି-ସ କହିଛି ଯେ ଇନ୍ଦୋରର ବେଟମାର ବାସିନ୍ଦା ଦ୍ୱାଦଶ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ଚୌହାନ ସୋମବାର ଦିନ ରେଜଲ୍ଟ ଏବଂ ଟିସି ନେବାପାଇଁ ସ୍କୁଲ ଯାଇଥିଲା | ଟିସି ନେବାପରେ ସେ ଜୟପୁର ଯିବାକୁ ଚାହୁଁଥିଲା, ତେଣୁ ସେ ନିଜର ଅପହରଣ କରିବାକୁ ଷଡଯନ୍ତ୍ର କରିଲା | ଛାତ୍ରଟି ପରିବାର ଲୋକଙ୍କୁ ଫୋନ କରି କହିଲା ଯେ ତାଙ୍କୁ କେହି ଜଣେ କିଡନାପ କରିନେଇଛି | ସେ ଇଣ୍ଟରନେଟରୁ କଟା ହାତ ବାହାର କରି ଘରଲୋକଙ୍କୁ ହ୍ଵାଟ୍ସଆପ କରିଦେଲା |

ଦେବେନ୍ଦ୍ର ଘର ଲୋକଙ୍କୁ କହିଲା ଯେ ଗୁଣ୍ଡାମାନେ ତାକୁ କିଡନାପ କରି ନେଇଛନ୍ତି ଏବଂ ଟଙ୍କା ମାଗୁଛନ୍ତି | ଗୁଣ୍ଡାମାନେ ତାର ହାତ କାଟି ଦେଇଛନ୍ତି, ଯଦି ସେମାନଙ୍କୁ ଏକ ଲକ୍ଷ ଟଙ୍କା ଦେବେନାହିଁ ତେବେ ସେମାନେ ମତେ ଜୀବନରୁ ମା-ରି-ଦେବେ | ଏହି ସୂଚନା ମିଳିବାମାତ୍ରେ ଘରଲୋକ ପୁରାପୁରି ଡରିଗଲେ | ଘରଲୋକେ ତୁରନ୍ତ ପୋ-ଲି-ସ-କୁ ସୂଚନା ଦେଲେ |

ଅପହରଣ ସୂଚନା ମିଳିବାମାତ୍ରେ ପୋଲିସ ଆକ୍ଟିଭ ହୋଇଗଲା | ମୋବାଇଲ ଲୋକେସନ ଟ୍ରାକ କରିବା ଆରମ୍ଭ କରିଦେଲା | ପାଞ୍ଚଟି ଥାନାର ପୋଲିସ ଛାତ୍ରକୁ ଖୋଜିବାରେ ଲାଗିଲେ | ମୋବାଇଲ ଲୋକେସନ ଲଗାତାର ଭାବେ ବଦଳୁଥିଲା, ଏହି କାରଣରୁ ଚନ୍ଦନନଗର ସହିତ ଅନ୍ୟ ଥାନାର ପୋଲିସ ଛଅଟି ଗାଡି ଧରି ସହରସାରା ବୁଲିଲେ |

ଏହାପରେ ତାର ଲୋକେସନ ତେଜଜୀନଗରରେ ମିଳିଲା | ପୋଲିସ ତାକୁ ଗୋଟିଏ ବସରେ ବସିଥିବା ସମୟରେ ଦେଖିଦେଲା | ଛାତ୍ର ପଚରାଉଚରାରେ ପୋଲିସକୁ କହିଲା ଯେ ସ୍କୁଲରୁ ଟିସି ମିଳିବାପରେ ସେ ଘରକୁ ଯିବାକୁ ଚାହୁଁନଥିଲା | ସେ ବସରେ ବସି ଜୟପୁର ଯିବାକୁ ଚାହୁଁଥିଲା | ସେ କହିଛି ଯେ ଘରକୁ ଯାଇଥିଲେ ବୋର ହୋଇ ଯାଇଥାନ୍ତା, ଏଥିପାଇଁ ସେ ନିଜର ଅପହରଣ କରିବାର ଷଡଯନ୍ତ୍ର କଲା |

ବେଟମା ଥାନାର ପୋଲିସ ସଞ୍ଜୟ ଶର୍ମା କହିଛନ୍ତି ଯେ ଛାତ୍ର ନିଜକୁ ଅପହରଣ କରି ମିଛ କାହାଣୀ ରଚିଥିଲା | ପୋଲିସ ଛାତ୍ରକୁ ପଚରାଉଚରା କରୁଛି | ତାଙ୍କ ଘରଲୋକଙ୍କୁ ମଧ୍ୟ ଛାତ୍ର ମିଳିଥିବାର ସୂଚନା ଦିଆଯାଇଛି | ସେହିପରି ଛାତ୍ର ମିଳିବା ଖବର ପାଇବାପରେ ଘରଲୋକମାନେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି |

Leave a Reply

Your email address will not be published.