ଦେଖନ୍ତୁ ଭିଡିଓ : ନିଜକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ବିଲେଇ, ଦେଖନ୍ତୁ କାଳୀ ବିଲେଇର ଫନି ଏକ୍ସପ୍ରେସନ

ବିଲେଇମାନେ ବହୁତ ଜିଜ୍ଞାସୁ ହୋଇଥାନ୍ତି, ସେମାନେ କେତେବେଳେ କଣ କରିଦିଅନ୍ତି କିଛି ବି ଜଣାନଥାଏ | ଏହି କାରଣରୁ ପ୍ରାୟତଃ କ୍ୟାମେରାରେ ବିଲେଇମାନଙ୍କର ଏପରି ଅଜବ ପ୍ରକାରର କାର୍ଯ୍ୟକଳାପ କଏଦ ହୋଇଯାଇଥାଏ | ଯାହାକୁ ଦେଖି ଲୋକମାନେ ଖୁବ ହସନ୍ତି | ଟ୍ୱିଟରରେ ଗୋଟିଏ ସଇତାନ ବିଲେଇର ଏପରି ମଜାଳିଆ ଭିଡିଓ ଲୋକଙ୍କ ଚେହେରାରେ ହସ ଆଣୁଛି | ଭିଡିଓରେ ବିଲେଇର ଏକ୍ସପ୍ରେସନ ଦେଖି ଲୋକମାନେ ନିଜର ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି | କଣ ରହିଛି ଏହି ଭିଡିଓରେ, ଯାହା ଲୋକମାନଙ୍କୁ ଏତେ ହସାଉଛି, ଆସନ୍ତୁ ଜାଣିବା …

ବାସ୍ତବରେ ଏହି ଭିଡିଓରେ କଳାରଙ୍ଗର ଗୋଟିଏ ବିଲେଇଛୁଆ ଅଛି, ଯିଏକି ବହୁତ ସଇତାନ ଅଟେ ଏବଂ ଏହାସହିତ କ୍ୟୁଟ ମଧ୍ୟ ଅଟେ | ଯିଏକି ନିଜ ପଞ୍ଝା ସହିତ ମଜା ନେଇ ଖେଳୁଛି ଏବଂ ଠିକ ସେତିକିବେଳେ ଏପରି ଏକ୍ସପ୍ରେସନ ଦିଏ ଯେ ଯାହାକୁ ଦେଖି ଯେ କେହି ହସି ପକାଇବ | ଏହି ଭିଡିଓକୁ ସେୟାର କରି ବୁଝାଯାଇଛି ଯେ ପ୍ରକୃତରେ ବିଲେଇ କି ଏକ୍ସପ୍ରେସନ ଦେଉଛି ଏହାକୁ ବୁଝାଇବାପାଇଁ ଚେଷ୍ଟା କରାଯାଇଛି | ଏହି ମଜାଳିଆ କ୍ୟାପ୍ସନରେ ଲେଖାଯାଇଛି, ‘ ଯେତେବେଳେ ବିଲେଇ ଛୁଆକୁ ଜଣାପଡେ ଯେ ତାର ଗୋଟିଏରୁ ଅଧିକ ପଞ୍ଝା ଅଛି |’

ଏହି କ୍ୟାପ୍ସନ ଭିଡିଓରେ ଏକଦମ ଠିକ ମାନିଥାଏ, କାରଣ ବିଲେଇଛୁଆ ଯେଭଳି ଭାବେ ନିଜର ଏକ ପଞ୍ଝାକୁ ଚାଟେ ଏବଂ ପୁଣି ଯେପରି ଦେଖେ ଯେ ଆଉ ଗୋଟିଏ ପଞ୍ଝା ମଧ୍ୟ ଅଛି, ତାପରେ ତୃତୀୟ ଏବଂ ଚତୁର୍ଥ ପଞ୍ଝା ମଧ୍ୟ ଅଛି | ଏଥିରୁ ତାର ଏକ୍ସପ୍ରେସନ ଏହା କହିଥାଏ ଯେ ଯେପରି ସେ ଭୁଲିଯାଇଥିଲା ସେ ଗୋଟିଏ ବିଲେଇ ଅଟେ ଏବଂ ତା ପାଖରେ ଗୋଟିଏ ନୁହେଁ ବରଂ ଚାରୋଟି ପଞ୍ଝା ଅଛି | ସେ ବାରମ୍ବାର ବହୁତ ଆଶ୍ଚର୍ଯ୍ୟର ସହିତ ନିଜର ଅଲଗା ଅଲଗା ଗୋଡର ପଞ୍ଝାକୁ ଦେଖେ ଏବଂ ଏପରି ରିଆକ୍ଟ କରେ ଯେ ଯେପରି ସେ ଭାବୁଛି ଏସବୁ କେତେବେଳେ ଆଉ କେବେ ହେଲା … ମୋର ଚାରୋଟି ଗୋଡ ଅଛି ଏବଂ ମତେ ଜଣାନାହିଁ |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି | ଯେଉଁ କାରଣରୁ ଅନେକ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି | ଜଣେ ୟୁଜର କହିଛନ୍ତି ଯେ ସେହି ମୁହୂର୍ତ୍ତକୁ ଅପେକ୍ଷା କରନ୍ତୁ, ଯେତେବେଳେ ତାକୁ ଜଣାପଡିବ ଯେ ତାର ଗୋଟିଏ ଲାଞ୍ଜ ମଧ୍ୟ ଅଛି | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ଫନି ଭିଡିଓ ଅଟେ | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓକୁ ଅଲଗା ଅଲଗା ଷ୍ଟାଇଲରେ ପ୍ରଶଂସା କରିଛନ୍ତି | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ଭିଡିଓକୁ @buitengebieden_ ନାମକ ୟୁଜର ସେୟାର କରିଛନ୍ତି | ଯାହାକୁ ଖବର ରୂପରେ ଲେଖିବାବେଳକୁ ଦୁଇ ଲକ୍ଷ ୭୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି |

Leave a Reply

Your email address will not be published. Required fields are marked *