ଦେଖନ୍ତୁ ଭିଡିଓ : ନିଜ ଜୀବନକୁ ବିପଦରେ ପକାଇ ମାଙ୍କଡ ବଞ୍ଚାଇଲା ନିଜ ପିଲାର ଜୀବନ, ଲୋକେ କହିଲେ – ‘ମା ଠାରୁ ବଡ଼ ଏ ଦୁନିଆରେ କେହି ନାହିଁ’

କୁହନ୍ତି ଏ ଦୁନିଆରେ ସବୁକିଛି ମିଳିଯାଏ, କିନ୍ତୁ ଦ୍ୱିତୀୟ ମା ମିଳିନଥାଏ | ଜଣେ ମା ନିଜ ପିଲାମାନଙ୍କର ସବୁ ସମସ୍ୟାର ସମାଧାନ ଖୋଜି ନେଇଥାଏ | ହୁଏତ ସେହି ମା ପଶୁ ହେଉ କିମ୍ବା ମଣିଷ | ତାର ଭଲପାଇବାର ଅର୍ଥ କେବଳ ଗୋଟିଏ ହିଁ ଅଟେ | ସେ କେବେହେଲେ ନିଜ ଅଂଶକୁ ଅସୁବିଧାରେ ଦେଖିବାକୁ ପସନ୍ଦ କରେ ନାହିଁ | ଏହି ଦୁନିଆରେ ମାକୁ ଭଗବାନଙ୍କ ରୂପ ଦିଆଯାଇଥାଏ, କାରଣ ସମସ୍ତେ ଜାଣିଛନ୍ତି ଯେ ମା ଯେକୌଣସି ସୀମାକୁ ପାର କରି ନିଜ ପିଲାମାନଙ୍କର ଦୁଃଖ ଦୂର କରିଥାଏ | ଏପରି ଜଣେ ମାର ଭିଡିଓ ଇଣ୍ଟରନେଟରେ ଖୁବ ଜୋରରେ ଭାଇରଲ ହେଉଛି | ଏହି ଭିଡିଓରେ ଗୋଟିଏ ମାଙ୍କଡ ନିଜ ପିଲାକୁ ବଞ୍ଚାଇ ସୁରକ୍ଷିତ ଜାଗାକୁ ନେଇ ଯିବାପାଇଁ ଚେଷ୍ଟା କରୁଛି |

ଏହି ଭିଡିଓରେ ଜଣେ ମା କେବଳ ମମତା ନୁହେଁ ବରଂ ବାହାଦୂରର ଉଦାହରଣ ପାଲଟିଛି | ଲୋକମାନେ ଭିଡିଓ ଦେଖି ମାର ସାହସକୁ ଖୁବ ପ୍ରଶଂସା କରୁଛନ୍ତି | ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ଯେ ମାଙ୍କଡର ଗୋଟିଏ ପିଲା ଲାଇନ ତାର ଉପରେ ଝୁଲୁଛି | ସେ ଓହ୍ଲାଇବାପାଇଁ ବହୁତ ଚେଷ୍ଟା କରେ, କିନ୍ତୁ ସଫଳ ହୋଇପାରେ ନାହିଁ |

ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ମାଙ୍କଡର ଛୁଆ ଲାଇନ ତାର ଉପରେ ବସିଛି, ସେହିପରି ଅନ୍ୟପଟରେ ସାମ୍ନାରେ ଗୋଟିଏ ବିଲଡିଂ ରହିଛି, ଯେଉଁଠାରେ କି ତା ମା ବସିଛି ଏବଂ ସେ ବାରମ୍ବାର ଡେଇଁ ନିଜ ମା ପାଖକୁ ଯିବାକୁ ଚାହୁଁଛି | କିନ୍ତୁ ଲାଇନ ତାର ଏବଂ ବିଲଡିଂ ମଧ୍ୟରେ ଦୂରତା ଥିବା କାରଣରୁ ସେ ନିଜ ମା ପାଖକୁ ପହଞ୍ଚି ପାରୁନାହିଁ | ନିଜ ପିଲାକୁ ବାରମ୍ବାର ଚେଷ୍ଟା କରି ଫେଲ ହେଉଥିବାର ଦେଖି ମାଙ୍କଡ ବ୍ୟସ୍ତ ହୋଇପଡେ ଏବଂ ସୁଯୋଗ ଦେଖି ନିଜ ଜୀବନକୁ ଖାତିର ନକରି ବିଲଡିଂ ଛାତ ଉପରୁ ଲାଇନ ତାର ଉପରକୁ ଡେଇଁପଡ଼େ ଏବଂ ସେଠାରେ ବସି ନିଜ ପିଲାକୁ କୋଳେଇ ନେଇ ପୁଣି ବିଲଡିଂର ଛାତ ଉପରକୁ ଆସିଯାଏ |

ସୋସିଆଲ ମିଡ଼ିଆ ୟୁଜର୍ସ ଦ୍ୱାରା ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି | ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ ମାଆଠାରୁ ବଡ ଏହି ଦୁନିଆରେ ଆଉ କେହିନୁହେଁ | ସେହିପରି ଦ୍ୱିତୀୟ ୟୁଜର ଲେଖିଛନ୍ତି ଯେ ମା ଏହି ଦୁନିଆରେ ଭଗବାନଙ୍କର ଦ୍ୱିତୀୟ ରୂପ ଅଟେ | ଏହି ଭିଡିଓକୁ ଭାରତୀୟ ସେବା ଅଧିକାରୀ ରୁପିନ ଶର୍ମା ସୋସିଆଲ ମିଡିଆରେ ଟ୍ୱିଟରରେ ନିଜ ଆକାଉଣ୍ଟରୁ ସେୟାର କରିଛନ୍ତି | ଯାହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି, ମାର ଭଲପାଇବା କିମ୍ବା ଦରକାର ସମୟରେ ସାଙ୍ଗ |

Leave a Reply

Your email address will not be published. Required fields are marked *