ବିବାହର ତିନି ବର୍ଷ ପରେ ସାମ୍ନାକୁ ଆସିଲା ସ୍ୱାମୀର ଅସଲ ରୂପ, ଗୋଟିଏ ଆପ୍ଲିକେସନ ହିଁ ଖୋଲିଦେଲା ସବୁ ରହସ୍ୟ

ମହିଳା ନେଲେ ଏହି ନିଷ୍ପତ୍ତି :-

୨୮ ବର୍ଷୀୟ ଜଣେ ପୀଡିତା ମହିଳା ଏକ ସଫ୍ଟଓୟାର କମ୍ପାନୀରେ କାମ କରନ୍ତି | ମହିଳାଜଣକ ଗେ ଡେଟିଙ୍ଗ ଆପ୍ଲିକେସନରେ ନିଜ ସ୍ୱାମୀଙ୍କ ପ୍ରୋଫାଇଲ ଦେଖିବାପରେ ତାଙ୍କଠାରୁ ଛାଡପତ୍ର ମାଗିଛନ୍ତି | ସେ ମହିଳା ହେଲ୍ପଲାଇନରେ ମଧ୍ୟ ଏହାର ଅଭିଯୋଗ ପଞ୍ଜିକରଣ କରିଛନ୍ତି, ଯାହାପରେ ବସବନାଗୁଡି ପୋଲିସ ମଧ୍ୟ ମାମଲାର ଯାଞ୍ଚ କରୁଛି | ସେ ନିଜ ସ୍ୱାମୀ ବିରୋଧରେ ଅଦାଲତରେ ଛାଡପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ବ୍ୟକ୍ତିଙ୍କ ଦ୍ୱିତୀୟ ବିବାହ :-

ମହିଳା ୨୦୧୮ ଜୁନ ୩୧ ରେ ବ୍ୟକ୍ତିଙ୍କ ସହିତ ବିବାହ କରିଥିଲେ | ସ୍ୱାମୀଙ୍କର ଏହା ଦ୍ୱିତୀୟ ବିବାହ ଥିଲା | ମହିଳାଙ୍କ ଅଭିଯୋଗ ରହିଛି ଯେ ତାଙ୍କ ସ୍ୱାମୀ ଗେ ଅଟନ୍ତି ଏବଂ ବିବାହ ସମୟରେ ସେ ସ୍ତ୍ରୀଠାରୁ ଏହି କଥା ଲୁଚାଇଥିଲେ ଏବଂ ତାଙ୍କ ସହିତ ଧୋକା କରିଛନ୍ତି |

ବିବାହ ପରଠାରୁ ହିଁ ସ୍ୱାମୀ ବାହାନା କରିବାକୁ ଲାଗିଲା :-

ମହିଳା କହିଛନ୍ତି ଯେ ତାଙ୍କ ବିବାହ ପରିବାରର ବଦମାନେ ସ୍ଥିର କରିଥିଲେ ଏବଂ ସେହି ବ୍ୟକ୍ତି ଏକ ବଡ଼ ବ୍ୟାଙ୍କରେ କାମ କରୁଥିଲା | ବିବାହ ପରଠାରୁ ହିଁ ସ୍ୱାମୀ ନିଜ ସ୍ତ୍ରୀଠାରୁ ଦୁରେଇ ରହିଲା | ଯେତେବେଳେ ତାଙ୍କୁ ଏହି ବିଷୟରେ ପଚାରିଲେ, ସେତେବେଳେ ସେ କହେ ଯେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କୁ ଧୋକା ଦେଇଛି ଏବଂ ସେ ସେହି ସମୟରୁ ବାହାରି ପାରୁନାହିଁ |

ସତ ଲୁଚାଇବାପାଇଁ କଲେ ଏମିତି ଡ୍ରାମା :-

ଦିନକୁ ଦିନ ସମ୍ପର୍କ ବିଗିଡ଼ିବାକୁ ଲାଗିଲା | ସତ ତ ଏହା ଥିଲା ଯେ ମହିଳାଙ୍କ ସ୍ୱାମୀ ଗେ ଥିଲା, କିନ୍ତୁ ଏହି କଥାକୁ ଲୁଚାଇବା ପାଇଁ ସେ ମହିଳାଙ୍କ ସହିତ ଲଢେଇ ଝଗଡା ଆରମ୍ଭ କରିଦେଲେ | ଏପରିକି ସେ କଥା କଥାରେ ନିଜ ସ୍ତ୍ରୀ ଉପରେ ପାଟି କରୁଥିଲା ଏବଂ ମିଛ ଅଭିଯୋଗ କରୁଥିଲା |

ଫୋନରୁ ଖୋଲିଲା ସ୍ୱାମୀର ରହସ୍ୟ :-

କରୋନା ସମୟରେ କରାଯାଇଥିବା ଲକ ଡାଉନ ସମୟରେ ମହିଳା ନିଜ ସ୍ୱାମୀ ଉପରେ ସନ୍ଦେହ ଆହୁରି ବଢିଗଲା, ଯାହାପରେ ସେ ତାଙ୍କ ଫୋନ ଚେକ କରିବା ଆରମ୍ଭ କରିଦେଲେ | ଫୋନ ଚେକ କରିବାମାତ୍ରେ ମହିଳାଙ୍କ ହୋସ ଉଡ଼ିଗଲା | ମହିଳା ଦେଖିଲେ ଯେ ତାଙ୍କ ସ୍ୱାମୀ ଗେ ଡେଟିଙ୍ଗ ଆପ୍ସରେ ନିଜର ପ୍ରୋଫାଇଲ ଦେଇଛନ୍ତି ଏବଂ ସେ ଅନେକ ଲୋକଙ୍କ ସହିତ ଚାଟ କରୁଥିଲେ |

ମହିଳା ହେଲ୍ପଲାଇନରେ ଅଭିଯୋଗ କଲେ :-

ଲକଡାଉନ ଖୋଲିବା ପରେ ସେ ନିଜ ସ୍ୱାମୀ ବିରୋଧରେ ମହିଳା ହେଲ୍ପଲାଇନରେ ଅଭିଯୋଗ କଲେ | ତେବେ ଆରମ୍ଭରେ ବ୍ୟକ୍ତି ନିଜର ଯୌନ ଆଭିମୁଖ୍ୟକୁ ସ୍ୱୀକାର କରିବାକୁ ମନା କରି ଦେଇଥିଲେ | କିନ୍ତୁ ପରେ ସେ ମାନିଲା ଯେ ସେ ନିଜ ପ୍ରୋଫାଇଲ ଗେ ଡେଟିଙ୍ଗ ଆପ୍ସ ରଖିଛନ୍ତି |

Leave a Reply

Your email address will not be published. Required fields are marked *