ବାଇକରେ ପଛରେ ବସିବା ଷ୍ଟାଇଲ ବର୍ତ୍ତମାନ ବଦଳିଯିବ, ଏମିତି ବସିବାକୁ ହେବ,ପଢନ୍ତୁ ପୁରା ଖବର

ରାସ୍ତାରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିଚାଲିଛି। ଯେତେବେଳେ ଆପଣ ବାହାନକୁ ନେଇ ସଡକରେ ବାହାରନ୍ତି ସେତେବେଳେ ଆପଣଙ୍କର ଦାୟିତ୍ଵ ଥାଏକି ଆପଣ କୌଣସି ଅବହେଳା ନ କରନ୍ତୁ ଓ ଯିବା-ଆସିବା ପାଇଁ ସମସ୍ତ ନିୟମକୁ ଭଲ ଭାବରେ ପାଳନ କରନ୍ତୁ। ସରକାର ମଧ୍ୟ ସଡକ ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ବର୍ତ୍ତମାନ ସମୟରେ ଗମନାଗମନ ଓ ପରିବହନ ସହ ଜଡିତ ନୂଆ ନୂଆ ନିୟମ ଆଣନ୍ତି। ଏହି କଡିରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ବର୍ତ୍ତମାନ ବୟକ ଚଲାଉଥିବା ଲୋକଙ୍କ ପାଇଁ କିଛି ନୂଆ ନିୟମ ନେଇ ଆସିଛନ୍ତି। ଏହି ନିୟମର ସିଧା ପ୍ରଭାବ ବାଇକ ଡ୍ରାଇଭରଙ୍କ ପଛ ସିଟରେ ବସିଥିବ ଲୋକଙ୍କ ଉପରେ ପଡିବ। ଏହି ନୂଆ ନିୟମ ଆସିବା ପରେ ଦ୍ଵିତୀୟ ଯାତ୍ରୀଙ୍କୁ ନେଇ ବାଇକ ଚଳାଇବାର ଉପାୟରେ ବହୁତ ପରିବର୍ତ୍ତନ ଆସିଯିବ।

ପ୍ରଥମ ନିୟମ: ସିଟ ପଛରେ ହାତରେ ଧରିବା ପାଇଁ ବାଧ୍ୟତାମୂଳକ ରଖିବାକୁ ହେବ:-

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ଏହି ନୂଆ ଗାଇଡଲାଇନ ମୁତାବିକ ବର୍ତ୍ତମାନ ବାଇକର ପଛ ସିଟର ଦୁଇପଟେ ହ୍ୟାଣ୍ଡ ହୋଲ୍ଡ ରଖିବାକୁ ହେବ। ଏହି ହ୍ୟାଣ୍ଡ ହୋଲ୍ଡ ପଛରେ ବସିଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗିବ। ଯଦି ବାଇକ ଡ୍ରାଇଭର ଅଚାନକ ବ୍ରେକ ମାରନ୍ତି ତେବେ ଏହା ହ୍ୟାଣ୍ଡ ହୋଲ୍ଡ ଯାତ୍ରୀଙ୍କ ପାଇଁ ବହୁତ ସହାୟକ ହେବ। ଅନେକ ବାଇକ୍ସରେ ଏହି ସୁବିଧା ଉପଲବ୍ଧ ନଥାଏ। ଏହା ବ୍ଯତୀତ ପଛରେ ବସିଥିବ ଲୋକଙ୍କର ଯାତ୍ରା ପାଇଁ ବାଇକର ଉଭୟ ପଟେ ପାଦ ରଖିବା ପାଇଁ ସ୍ଥାନ ରଖିବା ଜରୁରୀ ଅଟେ। ବର୍ତ୍ତମାନଠୁ ବାଇକର ପଛ ଭାଗର ବାମ ଅଂଶକୁ ସୁରକ୍ଷିତ ଢଙ୍ଗରେ କଭର କରିବାକୁ ହେବ। ଏହାଦ୍ଵାରା ପଛରେ ଶାଢୀ ପିନ୍ଧି ବସିଥିବା ମହିଳାଙ୍କୁ କିଛି ଅସୁବିଧା ହେବନାହିଁ।

ଦ୍ଵିତୀୟ ନିୟମ;- ହାଲ୍କା କଣ୍ଟେନର ଲାଗିଥିବା ଉଚିତ:-

ମନ୍ତ୍ରାଳୟ ଦ୍ଵାରା ବାଇକରେ ହାଲ୍କା କଣ୍ଟେନର ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନ୍ତର୍ଗତ ବାଇକରେ ଲାଗିଥିବା କଣ୍ଟେନରର ଲମ୍ବା ୫୫୦ ମିମି, ଚଉଡା ୫୧୦ ମିଲି ଓ ଉଚ୍ଚତା ୫୦୦ ମିମିରୁ ଅଧିକ ହେବା ଉଚିତ ନୁହେଁ। ଯଦି କଣ୍ଟେନର ପଛ ଯାତ୍ରୀଙ୍କ ସ୍ଥାନରେ ଲାଗିଛି ତେବେ ସେହି ବାଇକରେ କେବଳ ଡ୍ରାଇଭର ଯାତ୍ରା କରିପାରିବେ, ଅନ୍ୟ ଯାତ୍ରୀଙ୍କୁ ତା ଉପରେ ବସିବାକୁ ଅନୁମତି ନାହିଁ। ଯଦି ଦ୍ଵିତୀୟ ଯାତ୍ରୀଙ୍କୁ ବାଇକରେ ବସାଯାଏ ତେବେ ଏହି ନିୟମର ଉଲଂଘନ ମନାଯିବ। ଯଦି ଆପଣ ଏହି କଣ୍ଟେନର ପଛ ଯାତ୍ରୀଙ୍କ ସ୍ଥାନ ବଦଳରେ ପଛରେ ଲଗାଉଛନ୍ତି ତେବେ ଦ୍ଵିତୀୟ ଯାତ୍ରୀଙ୍କୁ ବସିବାକୁ ଅନୁମତି ଦିଆଯିବ।

ଟାୟାରକୁ ନେଇ ମଧ୍ୟ ଆସିଛି ନୂଆ ଗାଇଡଲାଇନ:-

କିଛି ସମୟ ପୂର୍ବେ ସରକାର ଟାୟାରକୁ ନେଇ ମଧ୍ୟ ଏକ ଗାଇଡଲାଇନ ତିଆରି କରିଥିଲେ। ଏଥିରେ ଅଧିକତମ ୩.୫ ଟନର ଓଜନ ପର୍ଯ୍ଯନ୍ତ ବାହାନ ପାଇଁ ଟାୟାର ପ୍ରେସର ମନିଟରିଙ୍ଗ ସିଷ୍ଟମର ସଜେସନ ଦିଆଯାଇଥିଲା। ଏହି ସିଷ୍ଟମ ଅନ୍ତର୍ଗତ ଡ୍ରାଇଭରଙ୍କୁ ଲଗାତାର ସେନ୍ସରର ସହାୟତାରେ କେତେ ପ୍ରେସର ଅଛି ସେହି ବିଷୟରେ ଜଣାପଡିଯିବ। ଏହା ବ୍ଯତୀତ ସରକାର ବାହାନରେ ଟାୟାରର ମରାମତି ପାଇଁ କୀଟକୁ ମଧ୍ୟ ବାଧ୍ୟତାମୂଳକ କରିଦେଇଛନ୍ତି। ଯଦି ଏହି ନିୟମ ଲାଗୁ ହୋଇଯାଏ ତେବେ ଗାଡିରେ ଏକ୍ସଟ୍ରା ଟାୟାର ରଖିବାକୁ ପଡିବ ନାହିଁ।

ଯଦି କୌଣସି ପ୍ରଥମ ଥର ନୁହେଁ ଯେତେବେଳେ ସରକାର ଗମନାଗମନ ଓ ବାହାନ ସହ ଜଡିତ ନିୟମରେ ପରିବର୍ତ୍ତନ କରିଛନ୍ତି। ସେ ସମୟ ସମୟରେ ବାହାନର ସୁରକ୍ଷାକୁ ଧ୍ୟାନରେ ରାଖୀ ଏହି ନିୟମକୁ ପରିବର୍ତ୍ତନ କରନ୍ତି। ତାଙ୍କର ଉଦ୍ଦେଶ୍ୟ ସାରା ଦେଶରେ ଏହି ନିୟମକୁ ଶକ୍ତ ଭାବରେ ଲାଗୁ କରିବା। ବର୍ତ୍ତମାନ ଏହା ସାଧାରଣ ଜନତାଙ୍କର ଦାୟିତ୍ଵ ଅଟେକି ସେମାନେ ଏହି ନିୟମକୁ ଦାୟିତ୍ଵବାନ ଭାବରେ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *