ଦେଖନ୍ତୁ ମୁକେଶ ଅମ୍ବାନଙ୍କ ନାତିଙ୍କର ଫୋଟ, ୮ ମାସପରେ ଏମିତି ଦେଖା ଯାଉଛନ୍ତି ଅମ୍ବାନୀ ପରିବାରର ଚିରାଗ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ୧୦ ଡିସେମ୍ବର ୨୦୨୦ରେ ଦାଦା ହୋଇଥିଲେ। ତାଙ୍କର ପୁଅ ଆକାଶ ଅମ୍ବାନୀଙ୍କ ସ୍ତ୍ରୀ ଶ୍ଳୋକା ମେହେତା ଏକ ବେବି ବୟଙ୍କୁ ଜନ୍ମ ଦେଇଥିଲେ। ଅମ୍ବାନୀ ପରିବାର ନିଜର ଖାନଦାନର ରାଜକୁମାରଙ୍କର ନାମ ପୃଥ୍ବୀ ଅମ୍ବାନୀ ରଖିଛନ୍ତି। ପୃଥ୍ବୀଙ୍କ ଜନ୍ମ ସମୟର ତାଙ୍କର ଦାଦା ମୁକେଶ ଅମ୍ବାନୀଙ୍କ ସହ ଏକ ଫୋଟ ଭାଇରାଲ ହୋଇଥିଲା।

ଏହି ଫୋଟରେ ମୁକେଶ ଅମ୍ବାନୀନିଜର ଘରର ଚିରାଗକୁ କୋଳରେ ନେଇଛନ୍ତି। ଏହାପରେ ଲୋକଙ୍କୁ ପୃଥ୍ବୀଙ୍କର ଦ୍ଵିତୀୟ ଫୋଟ ଦେଖିବାକୁ ମିଳିନଥିଲା। କିନ୍ତୁ ବର୍ତ୍ତମାନ ନିକଟରେ ପୃଥ୍ବୀ ଅମ୍ବାନୀଙ୍କ ଏକ ନୂଆ ଫୋଟ ସାମ୍ନାକୁ ଆସିଛି। ଏହି ଫୋଟରେ ଅମ୍ବାନୀ ପରିବାରର ନାତି ନିଜର ମାଉସୀଙ୍କ ଝିଅ ସହିତ ସୋଫାରେ ବସି ଖେଳୁଥିବାର ନଜର ଆସୁଅଛି। ଏହି ଫୋଟରେ ପୃଥ୍ବୀଙ୍କ ଚେହେରା ନଜର ଆସୁନାହିଁ।

ଏହି ଫୋଟ ପୃଥ୍ବୀଙ୍କ ମା ଶ୍ଳୋକା ମେହେତାଙ୍କ ଭଉଣୀ ଦିୟା ନିଅଜର ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି। ଏହି ଫୋଟରେ ଭାଇ-ଭଉଣୀଙ୍କର କ୍ୟୁଟ ଯୋଡି ଦେଖାଯାଉଛି। ଦିୟା ନିଜର ଝିଅ ଓ ଭଣଜା ପୃଥ୍ବୀଙ୍କ ଫୋଟ ସେୟାର କରି କ୍ୟାପସନରେ ଲେଖିଛନ୍ତି- ବେବି ପି ଏଣ୍ଡ ବେବି ଏମ ପୂର୍ବରୁ ଭଲ ମିତ୍ର ଅଟନ୍ତି।

ଅମ୍ବାନୀ ପରିବାରର ବୋହୂ ଶ୍ଳୋକା ମେହେତା ଗତ ମାସ ୩୧ ବର୍ଷର ହେଲେ। ଏହି ସମୟରେ ତାଙ୍କର ଚାଚି ଶାଶୁ ଟିନା ଅମ୍ବାନୀ ନିଜର ବୋହୂଙ୍କର କିଛି ଫୋଟକୁ ସେୟାର କରିଥିଲେ ଓ ତାଙ୍କୁ ଜନ୍ମଦିନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସେ ଶ୍ଳୋକାଙ୍କର ପ୍ରଶଂସା କରି ତାଙ୍କୁ ଏକ ସୁନ୍ଦର ଝିଅ, ସୁନ୍ଦର ମହିଳା ଓ ସ୍ତ୍ରୀ ଓ ମା ବୋଲି କହିଥିଲେ।

ଶ୍ଳୋକା ମେହେତା ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କର ପିଲାବେଳର ପ୍ରେମ। ଦୁଇଜଣ ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ସ୍କୁଲରେ ଏକ ସାଥିରେ ପାଠ ପଢୁଥିଲେ। ଏହି ସମୟରେ ଦୁଇଜଣଙ୍କ ମାଧରେ ମିତ୍ରତା ହୋଇଯାଇଥିଲା। ପୁଣି ଦ୍ଵାଦଶ ପରେ ଶ୍ଳୋକାଙ୍କୁ ଡେଟ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ୨୦୧୯ରେ ଦୁଇଜଣଙ୍କର ବିବାହ ବହୁତ ଧୂମଧାମରେ ହୋଇଥିଲା।

ଅମ୍ବାନୀ ପରିବାରର ବୋହୂ ହେବା ଦୃଷ୍ଟିରୁ ଶ୍ଳୋକା ମେହେତା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ପିତା ରସେଲ ମେହେତା ଜଣେ ଫେମସ ଡାଇମଣ୍ଡ କମ୍ପାନୀ ରୋଜି ବ୍ଲୁର ମାଲିକ ଅଟନ୍ତି। ତାଙ୍କର ମାଙ୍କର ନାମ ମୋନା ମେହେତା ଅଟେ। ଶ୍ଳୋକାଙ୍କର ତିନି ଭାଇ ଭଉଣୀ ଅଟନ୍ତି। ତାଙ୍କର ଭାଇଙ୍କ ନାମ ବିରଜା ମେହେତା ଅ+ ପରିବାରର ସବୁଠାରୁ ଛୋଟ ସଦସ୍ୟ ଅଟନ୍ତି। ସେ କନେକ୍ଟ ଫର ନାମକ ଏକ କମ୍ପାନୀର ଫାଉଣ୍ଡର ମଧ୍ୟ ଅଟନ୍ତି। ଏହା ମାଧ୍ୟମରେ ସେ ଏନଜିଓର ସାହାଯ୍ୟ କରନ୍ତି।

ଅମ୍ବାନୀ ପରିବାରଙ୍କ ବିଷୟରେ କହିଲେ ତାଙ୍କ ଘରର ଝିଅ ଇଶା ଅମ୍ବାନୀଙ୍କ ବିବାହ ପିରାମଲ ଗୃପର ମାଲିକ ଅଜୟ ଓ ସ୍ଵାତି ପିରାମଲଙ୍କ ପୁଅ ଆନନ୍ଦଙ୍କ ସହ ହୋଇଛି। ଇଶାଙ୍କ ଶାଶୁ ଶ୍ଵଶୁର ନିଜର ବୋହୂଙ୍କୁ ବିବାହ ପୂର୍ବରୁ ୪୫୦ କୋଟି ଟଙ୍କାର ୫୦ ହଜାର ସ୍କୟାର ଫିଟରେ ସି-ଫେସିଙ୍ଗ ବଙ୍ଗଳା ଦେଇଥିଲେ। ମୁକେଶ ନିତାଙ୍କ ସବୁଠୁ ସାନ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚେନ୍ଟଙ୍କୁ ଡେଟ କରୁଛନ୍ତୁ। ସୂତ୍ର ଅନୁସାରେ ସେ ଦୁଇଜଣ ଅତିଶୀଘ୍ର ବିବାହ କରିବେ।

 

Leave a Reply

Your email address will not be published. Required fields are marked *