SBI ଗ୍ରାହକଙ୍କ ପାଇଁ ଆଣିଲା “ସିମ୍ ବାଇଣ୍ଡିଙ୍ଗ” ଫିଚର,ଜାଣନ୍ତୁ କ’ଣ ରହିଛି ନୂଆ ସୁବିଧା ଓ କ’ଣ ମିଳିବ ଲାଭ ?

ନିଜର ଗ୍ରାହକଙ୍କ ସୁବିଧାକୁ ଆଖିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ମାନେ ଏସବିଆଇ ୟୋନା ଲାଇଟରେ ଏକ ନୁଆ ଓ ସୁରକ୍ଷା ସୁବିଧା ସିମ ବାଇଣ୍ଡିଙ୍ଗ ଲଞ୍ଚ କରିଛନ୍ତି|ଏହା ଗ୍ରାହକଙ୍କୁ ବିଭିନ୍ନ ଧୋକାଧୋଡିରୁ ବଞ୍ଚାଇବ|ସିମ ବାଇଣ୍ଡିଙ୍ଗରେ କେବଳ ୟୋନୋ ଓ ୟୋନା ଲାଇଟ୍ ସେହି ଡିଭାଇସରେ କାମ କରିବ ଯାହାର ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିଷ୍ଟ୍ରେସନ ଥିବ|

ଗ୍ରାହକଙ୍କୁ ଏହି ସୁବିଧା ନେଵା ପାଇଁ ୟୋନୋ ଓ ୟୋନୋ ଲାଇଟର ନୂଆ ଭର୍ସନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତ ୟୁଜର୍ସକୁ ନିଜର ମୋବାଇଲ ଆପ ଅପଡେଟ କରିବାକୁ ହେଵ ଓ ଏଥିରେ ଥରେ ରେଜିଷ୍ଟ୍ରେସନ ପୂରା କରିବାକୁ ହେବ|ରେଜିଷ୍ଟ୍ରେସନ ପୁରା କରିବାକୁ ବ୍ୟାଙ୍କ ସହ ରେଜିଷ୍ଟର୍ଡ ମୋବାଇଲ ନମ୍ବର ହେବା ଦରକାର|ଗ୍ରାହକଙ୍କୁ ସୁନିଶ୍ଚିତ କରାଇବାକୁ ହେବ ଯେ ଡିଭାଇସରେ ରେଜିଷ୍ଟ୍ରର କରିବେ ଯେଉଁ ନମ୍ବର ରେଜିଷ୍ଟ୍ରେସନ ଥିବ

ଏସବିଆଇର ରାଣା ଆଶୁତୋଷ ସିଂ(ଡିଏମ୍ଡି ଓ ମୁଖ୍ୟ ଡିଜିଟାଲ ଅଧିକାରୀ) କହିଛନ୍ତି ଯେ ଆମେ ଏସବିଆଇର ଦୁଇଟି ସବୁଠାରୁ ଲୋକପ୍ରିୟ ସୁବିଧା ମାନେ ୟୋନୋ ଓ ୟୋନୋ ଲାଇଟରେସିମ ୱଇଣ୍ଡିଙ୍ଗ ସୁବିଧା ଜାରି କରିଛୁ|ଏହି ନୂତନ ସୁବିଧାର ଉଦେଶ୍ୟ ଲୋକଙ୍କୁ ସୁବିଧାରେ ଓ ସୁରକ୍ଷିତ ଅନଲାଇନ ବ୍ୟାଙ୍କିଙ୍ଗ ସୁବିଧା ଦେବା|ଆମେ ଏସବିଆଇରେ ସଦାବେଳେ ଗ୍ରାହକଙ୍କୁ ଘରୁ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଦେବାକୁ ଚେଷ୍ଟା କରିଥାଉ |

ଏଥିପାଇଁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋର ବା ଆପଲ ଷ୍ଟୋର ରୁ ଏସବିଆଇ ୟୋନୋ ଲାଇଟ ଆପ ଡାଉନଲୋଡ କରିବାକୁ ହେବ|ରେଜିଷ୍ଟ୍ରେସନ ସମୟରେ ସେହି ସିମ ବ୍ୟବହାର କରିବାକୁ ହେବ ଯାହା ବ୍ୟାଙ୍କ ଖାତା ସହ ଜଡ଼ିତ|ଏବେ ମୋବାଇଲ ନମ୍ବର ଭେରିଫିକେସନ ଏସ୍ଏମ୍ଏସ ମିଳିବ|ଟର୍ମ ଅଣ୍ଡ କଣ୍ଡିସନ ସ୍ୱୀକାର କରିବା ପରେ ଓକେ ଦବାଇବାକୁ ହେବ|ଏହାପରେ ଗୋଟିଏ ଆକ୍ଟିଭେସନ କୋଡ ମିଳିବ|ଏହା ୩୦ ମିନିଟ ପାଇଁ ବୈଧ ରହିବ|ଏହି କୋଡ ଦେବା ପରେ ଆକ୍ଟିଭେଟ୍ ହୋଇଯିବ ଓ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ |

Leave a Reply

Your email address will not be published. Required fields are marked *