ଅକ୍ଟୋବର ୨୪ ତାରିଖରେ ସାମ୍ନା ସାମ୍ନି ହେବ ଭାରତ ଓ ପାକିସ୍ତାନ ଦଳ

କ୍ରିକେଟ ପ୍ରେମୀ ଦେଖିବେ ସୁପର ସଣ୍ଡେ ମୁକାବିଲା।ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ । ଏହି କ୍ରିକେଟ ମ୍ୟାଚ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଓମାନ ଓ ୟୁଏଇରେ ଅନୁଷ୍ଠିତ ହେବ। ଏହି ଟି-୨୦ ବିଶ୍ବକପ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କିନ୍ତୁ, ଏଥି ମଧ୍ୟରେ କ୍ରିକେଟ ପ୍ରେମୀ ମାନଙ୍କ ପାଇଁ ଖୁସି ଖବର ଆସିଛି। ଗୋଟିଏ ଗ୍ରୁପରେ ଅଛନ୍ତି ଭାରତ ଓ ପାକିସ୍ତାନ ଦଳ। ଆଉ ଉଭୟ ଦଳ ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ।

ICC ତରଫରୁ ଘୋଷଣା କରିବା ଅନୁଯାୟୀ, ପ୍ରଥମ ରାଉଣ୍ଡ ମୁକାବିଲା ମ୍ୟାଚରେ ୮ଟି ଦଳ ସାମିଲ ହୋଇଛନ୍ତି। ୮ଟି ଦଳକୁ ଗ୍ରୁପ A ଓ ଗ୍ରୁପ୍ B ରେ ବିଭକ୍ତ କରାଯାଇଛି ।

ଗ୍ରୁପ – A ରେ ଅଛନ୍ତି –

ଶ୍ରୀଲଙ୍କ ଟିମ,ଆୟର୍ଲାଣ୍ଡ ଟିମ,ନେଦରଲାଣ୍ଡ ଟିମ ଓ ନାମ୍ବିଆ ଟିମ

ଗ୍ରୁପ B ରେ ଅଛନ୍ତି –

ବାଂଲାଦେଶ ଟିମ,ସ୍କଟଲାଣ୍ଡ ଟିମ, ପାପୁଆ ନ୍ୟୁ ଗୁନିଆ ଟିମ ଓ ଓମାନ ଟିମ ଅଛନ୍ତି।

ଗ୍ରୁପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ-୨ ଦଳ ସୁପର ୧୨ ମୁକାବିଲାରେ ଯୋଗ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.