ସିଟ ପାଇଁ ଫ୍ଲାଇଟ୍ ଭିତରେ ହେଲା ଲ-ଢେ-ଇ, ଯାତ୍ରୀମାନେ ପରସ୍ପର ଉପରେ ବର୍ଷା କଲେ ବିଧା ଉପରେ ବିଧା,ଦେଖନ୍ତୁ ଭିଡିଓ

ବିଧା ଉପରେ ବିଧା ବର୍ଷା ହେଲା :-

ମନେଅଛି କି ସେହି ଟାଇମ, ଯେତେବେଳେ କୌଣସି ବ୍ୟକ୍ତି ସିଟ ଉପରେ ନିଜର ରୁମାଲ ଛାଡି ବାହାରକୁ ପବନ ଖାଇବାକୁ ଚାଲିଯାଏ ଏବଂ ତାପରେ ଅନ୍ୟ ଜଣେ ବ୍ୟକ୍ତି ଆସି ସିଟ ଉପରେ ବସିପଡ଼େ | ଏହାପରେ ସେହି ବ୍ୟକ୍ତି ପୁଣି ଆସେ ଏବଂ କହେ – ହେଲୋ, ଏଠି ମୋ ରୁମାଲ ପଡିଥିଲା | ଭାଇ ଏ ସିଟ ତୁମର ନୁହେଁ | ତାପରେ ଅଧିକ କଥା ହେବାପରେ ଚାଲେ ବିଧା ଏବଂ ଚାପୁଡ଼ା | ଭାରତୀୟ ରେଳରେ ଏହା ମନୋରଞ୍ଜନର ବିଷୟ ପାଲଟିଯାଏ | ଅନେକଥର ସେହି ଲୋକଙ୍କ ପାଇଁ ସାଧାରଣ ଲୋକେ ମଧ୍ୟ ମାର ମାର କହି ଚିଲେଇବାକୁ ଲାଗନ୍ତି | ଶେଷରେ ଆମେରିକୀୟ ଏୟାରଲାଇନରେ ମଧ୍ୟ ଯେଉଁଠାରେ ସଫାସୁତରା ଲୋକ ଅଛନ୍ତି, ସେମାନେ ମଧ୍ୟ ସିଟ ପାଇଁ ଲଢେଇ କରନ୍ତି | ତାହା ପୁଣି ଫ୍ଲାଇଟରେ | ନିକଟରେ ବିଧା ଗୋଇଠାର ଏକ ଭିଡିଓ ଭାଇରଲ ହୋଇଛି |

ଆଙ୍ଗୁଠି ଉଠାନ୍ତି ଏବଂ ତାପରେ ହୁଏ ଲଢେଇ :-

ଏହି ଘଟଣାର ଭିଡିଓ ମଧ୍ୟ ଖୁବ ଭାଇରଲ ହେଉଛି | ଏହି ଫ୍ଲାଇଟ New Orleans ରୁ ଟେକ୍ସସ ଯାଉଥିଲା | ସିବିଏସ ଅନୁଯାୟୀ, ଏହି ସମୟରେ ଦୁଇଜଣ ଲୋକଙ୍କ ମଧ୍ୟରେ ସିଟକୁ ନେଇ ଯୁକ୍ତିତର୍କ ହୋଇଗଲା | ସିଟ ରୀକ୍ଳାଇଣ୍ଡ ପଜିସନରେ ଅଟକି ଯାଇଥିଲା | ଜଣେ ଯାତ୍ରୀ କହିଛନ୍ତି ଯେ ଯେତେବେଳେ ପ୍ଲେନ ଲ୍ୟାଣ୍ଡ କଲା, ସେତେବେଳେ ସିଟ ବେଲ୍ଟ ସାଇନ ଅଫ ଥିଲା | ଏହାମଧ୍ୟରେ ଏହି ଦୁଇଜଣ ଲୋକ ପରସ୍ପର ମଧ୍ୟରେ ଲଢେଇ କରିବାକୁ ଲାଗିଲେ |

ଦେଖନ୍ତୁ ଭିଡିଓ :-

ପୋ-ଲି-ସ ଧରି ନେଇଗଲା :-

ତେବେ ପରେ ପ୍ଲେନ ଲ୍ୟାଣ୍ଡ କରିବାପରେ ପୋଲିସକୁ ଡକାଗଲା ଏବଂ ପୋଲିସ ସେହି ଦୁଇଜଣ ବ୍ୟକ୍ତିଙ୍କୁ ଧରି ନେଇଗଲା | ଭିଡିଓରେ ଦେଖାଯାଇପାରେ ଯେ ଏହି ଦୁଇଜଣ ଲୋକ ଲଢ଼ି ଲଢ଼ି ଅନ୍ୟ କେତେକ ଯାତ୍ରୀମାନଙ୍କ ଉପରେ ମଧ୍ୟ ପଡି ଯାଉଛନ୍ତି |

Leave a Reply

Your email address will not be published. Required fields are marked *