୬୭ ବର୍ଷୀୟ ବୁଢାକୁ ବିବାହ କଲେ ୧୯ ବର୍ଷୀୟ ଯୁବତୀ, ତା ପରେ ଯାହା ହେଲା ଆପଣ ବିଶ୍ୱାସ କରିବେନି

୧୯ ବର୍ଷୀୟ ଯୁବତୀଙ୍କୁ ୬୭ ବର୍ଷୀୟ ବ୍ୟକ୍ତି ସହ ପ୍ରେମ ହୋଇଗଲା|ଏହା ପରେ ସେମାନେ ନିକାହ କଲେ|ଯଦିଓ ପରିବାର ଲୋକେ ଏହା ବିରୁଦ୍ଧରେ ଥିଲେ|ଏଥିପାଇଁ ପ୍ରେମୀ ଯୋଡି ଜୀବନକୁ ଖତରା ବତାଇ କୋର୍ଟରୁ ସାହାଯ୍ୟ ମାଗି ଏକ ଯାଚିକା ଦାୟର‌ କରିଥିଲେ|କୋର୍ଟ କହିଛନ୍ତି ଯେ ତାଙ୍କୁ ପୋଲିସ ସହାୟତା ଦେଉ|ଯେତେବେଳେ କୋର୍ଟର ଜଜ୍ ଏହି ମାମଲା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏହାପରେ ଜଜ୍ ଯାହାକଲେ କେହି କଳ୍ପନା କରିନଥିବେ|ଏହା ହରିୟାଣାର ଘଟଣା|

ସୂଚନାଯୋଗ୍ୟ ଯେ ୧୯ ବର୍ଷୀୟ ଯୁବତୀଙ୍କୁ କ୍ଷେତରେ କାମ କରୁଥିବା ୬୭ ବର୍ଷୀୟ ବ୍ୟକ୍ତି ସହ ପ୍ରେମ ହୋଇଥିଲା|ଏହା ପରିବାର ଲୋକେ ଜାଣିବାରୁ ଏହାକୁ ବିରୋଧ କରି ଯୁବତୀଙ୍କୁ ବୁଝାଇଲେ|ଯୁବତୀ ନମାନି ନିକାହ କଲା|ବିବାହ ପରେ ଖତରା ଭାବିକି କୋର୍ଟ ଯାଇଥିଲେ|

କୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ପୁରୁଷର ଜନ୍ମ ତିଥି ୧ ଜାନୁଆରୀ ୧୯୫୩ ଅଟେ|ଯୁବତୀଙ୍କ ଜନ୍ମ ତିଥି ୧୦ ଡିସେମ୍ବର ୨୦୦୧|ପୁରୁଷ କ୍ଷେତରେ କାମ କରି ୧୫୦୦୦ ଟଙ୍କା ପ୍ରତିମାସ କମାଏ|ଯୁବତୀ ଓ ତା ପ୍ରେମୀ ଯାଚିକାରେ କହିଛନ୍ତି ସେମାନେ ସ୍ୱାମୀ ସ୍ତ୍ରୀ ଭଳି ରହୁଛନ୍ତି|

ଯୁଵତୀଙ୍କ କହିବାନୁଯାୟୀ ତାଙ୍କ ପରିବାର ପ୍ରଭାବଶାଳୀ|ତାଙ୍କ ଠିକଣା ଓ ପୋଲିସ ସହ ସମ୍ପର୍କ ରହିଛି|ଫଳରେ ସେମାନେ ପାଇଲେ ମାରିଦେଇ ପାରନ୍ତି|ଏଥିପାଇଁ କୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ କହିଛି|ଦୁହେଁ ନିକାହ ପ୍ରମାଣପତ୍ର ଦାଖଲ କରିଛନ୍ତି|ଏଥିରେ ଗବାହ ଓ ମହର ପାଇଁ ଯୁବତୀଙ୍କୁ ୧୫ ଗ୍ରାମ ସୁନା ଦେବାର ରହିଛି|ଜଜ୍ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି|

ହାଇକୋର୍ଟ ଜଷ୍ଟିସ ଜେ ଏସ୍ ପୁରୀ ମାମଲାକୁ ସନ୍ଦେହ କରି ଏଥିରେ କିଛି ଲୁଚିରହିଥିବା କହିଛନ୍ତି|କେମିତି ଏକ ୧୯ ବର୍ଷୀୟ ଯୁବତୀ ୬୭ ବର୍ଷୀୟ ଯୁବତୀଙ୍କୁ ବିବାହ କରିବ|ଏଥିରେ କୈାଣସି ଜିନିଷ ସଫା ନାହିଁ|ହୋଇପାରେ ଯୁବତୀ ଉପରେ ଚାପ ପଡ଼ିଥାଇ ପାରନ୍ତି|ମାମଲାକୁ ଗମ୍ଭୀର ଭାବରେ ନେଇ ଜଜ୍ ପୋଲିସର ଏକ ଦଳ ଗଠନ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି|ଯୁବତୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ କୁହାଯାଇଛି ଓ ସେ ପୁରୁଷର ପୂର୍ବରୁ କେତେଟା ପତ୍ନୀ ଥିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି|

ଏହି ମାମଲାରେ ଯୁବତୀଙ୍କୁ ମାଜିଷ୍ଟ୍ରେଟ ସାମ୍ନାରେ ପେଶ କରି ବୟାନ ଦର୍ଜ କରନ୍ତୁ|ଏହା ପରେ ଏସିପି ଏହି ମାମଲାର ଯାଞ୍ଚ କରି କୋର୍ଟରେ ରିପୋର୍ଟ ଦେବେ|ହାଇକୋର୍ଟ ଏକ ସପ୍ତାହ ମଧ୍ୟରେ ପୂରାପୂରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି|କୋର୍ଟରେ ରିପୋର୍ଟ ଦାଖଲ କରେ ଜଜ୍ ଫଏସଲା ଶୁଣାଇବେ|

Leave a Reply

Your email address will not be published. Required fields are marked *