ଦେଖନ୍ତୁ ଭିଡିଓ : ରାଗରେ ରାସ୍ତା ଉପରେ ଦୌଡୁଥିବାର ଦେଖାଗଲା ଷଣ୍ଢ, ସାମ୍ନାରେ ଥିବା SUV ଗାଡିର କଲା ଏମିତି ଅବସ୍ଥା

କୁହାଯାଏ ଯେ ରାଗରେ ଥିବା ଷଣ୍ଢ ରାସ୍ତାରେ କେବେହେଲେ ଆସିବା ଉଚିତ ନୁହେଁ | କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ଖୋଲାଖୋଲି ଭାବେ ଷଣ୍ଢକୁ ଦୌଡ଼ା ଯାଇଥାଏ ଏବଂ ଲୋକମାନେ ତା ଆଗରେ ଦୌଡନ୍ତି | ଏହି ଅଜବ ପ୍ରକାରର ଖେଳ, ଯାହାକୁ ‘ରନିଙ୍ଗ ଅଫ ଦି ବୁଲସ’କୁହନ୍ତି, ସ୍ପେନରେ ଜବରଦସ୍ତ ଖେଳାଯାଇଥାଏ | ଏହା ଦୁନିଆର ଖତରନାକ ଖେଳମଧ୍ୟରୁ ଗୋଟିଏ ଅଟେ, ଯେଉଁଥିରେ କେତେବେଳେ କାହାର ଜୀବନ ଚାଲିଯାଏ, କେହି ଜାଣିନଥାନ୍ତି | ଏହି ଖତରନାକ ଖେଳର ଏକ ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି |

ଏହି ଭିଡିଓରେ ଗୋଟିଏ ଷଣ୍ଢ ରାସ୍ତା ଉପରେ ରାଗ ତମତମ ହୋଇ ଦୌଡୁଥିବାର ଦେଖାଯାଉଛି | ସେ ଏତେ ରାଗରେ ଅଛି ଯେ ଯଦି ତା ଆଗକୁ କେହି ଆସେ, ତେବେ ଜାଣନ୍ତୁ ତାର ରକ୍ଷା ନାହିଁ | ସେ ରାସ୍ତାରେ ଯିବାମାତ୍ରେ ସବୁ ଲୋକ ରାସ୍ତା କଡ଼କୁ ପଳାଇ ଯାନ୍ତି | ରାଗରେ ଥିବା ଷଣ୍ଢ ଦୌଡ଼ି ଦୌଡ଼ି ଆଗକୁ ବଢେ ଏବଂ ସେହି ରେଲିଂ ଆଡକୁ ଯାଏ, ଯେଉଁଠାରେ ଲୋକମାନେ ନିଜକୁ କଭର କରିଥାନ୍ତି | କିନ୍ତୁ ରେଲିଂ ଥିବା କାରଣରୁ ସେହି ଲୋକମାନେ ବଞ୍ଚିଯାନ୍ତି | ଷଣ୍ଢ ଆଗକୁ ବଢେ, ଠିକ ସେତିକିବେଳେ ତାକୁ କାରରେ ବସିଥିବା କିଛି ଲୋକ ଦେଖାଯାନ୍ତି | ତେବେ ଷଣ୍ଢ ଗାଡି ଭିତରେ ବସିଥିବା ଲୋକମାନଙ୍କ ଉପରେ ତ ଆକ୍ରମଣ କରିବ ନାହିଁ, କିନ୍ତୁ ସେ ତାର ସବୁ ରାଗ ଏବଂ ପ୍ରତିଶୋଧ ଗାଡି ଉପରେ ବାହାର କରିବା ଆରମ୍ଭ କରିଦିଏ |

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 🎌|| VIPCARS IG ||🎌 20k (@vipcars_06)

ଏହି ଷଣ୍ଢ ଏତେ ଶକ୍ତିଶାଳୀ ଯେ ସେ ରୋଡ଼ରେ ଠିଆ ହୋଇଥିବା ଭାରି ରକମର ଏସୟୁଭି ଗାଡିକୁ ମଧ୍ୟ ନିଜ ସିଂଘରେ ଏପରି ଉଠାଏ, ଯେପରି ତା ପାଇଁ ଏସୟୁଭି କୌଣସି ଖେଳନା ଅଟେ | ଗୋଟିଏ ପରେ ଗୋଟିଏ ସେ ଅନେକ ଗାଡି ଉପରେ ଆକ୍ରମଣ କରିଥାଏ ଏବଂ ଗାଡିର ଆଗ ଭାଗକୁ ଚୁରମାର କରିଦିଏ | ସେ ଗାଡିର ଟାୟାରକୁ ଫାଡ଼ିଦିଏ ଏବଂ ଟାୟାରରେ ନିଜ ସିଂଘକୁ ପସେଇ ଏସୟୁଭିକୁ ଅନେକଥର ପବନରେ ମଧ୍ୟ ଉଠାଇଦିଏ | ଯେଉଁ ସମୟରେ ଷଣ୍ଢ ଗାଡି ସହିତ ଭଙ୍ଗାରୁଜା କରୁଥାଏ, ସେହି ସମୟରେ ଦୁଇଜଣ ଲୋକ ଗାଡ଼ିରେ ମଧ୍ୟ ଥାନ୍ତି ଏବଂ ଭୟରେ ଚୁପଚାପ ବସି ସବୁ ଦେଖୁଥାନ୍ତି |

ଏହି ଭିଡିଓକୁ ଦେଖିବାପରେ ଲୋକମାନେ ନିଜକୁ କମେଣ୍ଟ କରିବାରୁ ଅଟକାଇ ପାରୁନାହାନ୍ତି | ସେମାନେ ଏହିପରି ଖେଳରେ ସାମିଲ ହେଉଥିବା ଲୋକମାନଙ୍କୁ ହିଁ ଥଟ୍ଟା କରୁଛନ୍ତି | ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘କର, କର ଆହୁରି କର ପଶୁମାନଙ୍କ ସହିତ ଅସଦାଚରଣ |’ ସେହିପରି ଅନ୍ୟ ଜଣେ ୟୁଜର ମଜା ନେଇ ଫିଲ୍ମ ବାହୁବଳୀର ଭଲାଲଦେବଙ୍କୁ ଦର୍ଶାଇ କହିଛନ୍ତି ଯେ ‘ଏହି ଷଣ୍ଢକୁ ଅଟକାଇବା ପାଇଁ କୌଣସି ଭଲାଲଦେବଙ୍କୁ ଡାକନ୍ତୁ |’

Leave a Reply

Your email address will not be published. Required fields are marked *