ଦେଖନ୍ତୁ ଭିଡ଼ିଓ : ନିଶାରେ ଗାଡି ଚଲାଉଥିବା ବ୍ୟକ୍ତି ଶୋଇଗଲେ,ତା ପରେ ଟେସଲାର ନିଜେ ନିଜକୁ କେମିତି ବଞ୍ଚାଇଲା

ନିଜେ ଚାଲିପାରୁଥିବା ଗାଡି ଟେସଲା ଅନେକ ଥର ବଦନାମ ହୋଇସାରିଛି ଓ ଏହାର ଅଟୋ ପାଇଲଟ ମୋଡ ବିଷୟରେ ବହୁତ ଖରାପ-ଭଲ କୁହାଯାଉଛି। କିନ୍ତୁ ଏକ ଭାଇରାଲ ଭିଡିଓ ବର୍ତ୍ତମାନ ଲୋକଙ୍କର ଟେସଲା ଅଟୋ ପାଇଲଟ ଗାଡିକୁ ନେଇ ଲୋକଙ୍କର ଚିନ୍ତାଧାରା ପରିବର୍ତ୍ତନ କରିଛି। ଯେଉଁ ଗାଡିର ଅଟୋ ପାଇଲଟ ବହୁତ ରିସ୍କ ବୋଲି କୁହାଯାଉଥିଲା, ସେ ଜଣେ ବ୍ୟକ୍ତିଙ୍କର ଜୀବନ ରକ୍ଷା କରିକି। ଆଜ୍ଞା ହଁ ଆପଣ ସଠିକ ଶୁଣିଛନ୍ତି ଅଟୋ ପାଇଲଟ ମୋଡ କାରଣରୁ ନିଶାରେ ଗାଡି ଚଳାଉଥିବା ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚିଯାଇଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେଉଅଛି। ରିପୋର୍ଟ ମୁତାବିକ, ଜଣେ ବ୍ୟକ୍ତି ନିଶାରେ ଧୁତ ହୋଇ ଟେସଲା କାର ଚଳାଉଥିଲେ ଓ ଗାଡି ଚଳାଉଥିବା ସମୟରେ ତାଙ୍କର ଅଚାନକ ଆଖି ଲାଗି ଯାଏ। ନରୱେରେ ରହୁଥିବା ଏହି ୨୪ ବର୍ଷୀୟ ବ୍ୟକ୍ତିଙ୍କର ଜୀବନ ବଞ୍ଚିଯାଇଛି। କାରଣ ଯେମିତି ତାଙ୍କର ଆଖି ଲାଗିଗଲା ଟେସଲାର ଅଟୋ ପାଇଲଟ ମୋଡ ଏକ୍ଟିବ ହୋଇଗଲା। ଓ ଗାଡି ଆପେ ଆପେ ଚାଲିବାକୁ ଲାଗିଲା। ଏହି ଅଟୋ ପାଇଲଟ ମୋଡ ଦୁ-ର୍ଘ-ଟ-ଣା ହେବାରୁ ରୋକିଦେଲା। ଓ ବ୍ୟକ୍ତିଙ୍କର ଜୀବନ ରକ୍ଷା କରାଯାଇପାରିଲା। କୁହାଯାଉଛିକି ବ୍ୟକ୍ତି ଜଣକ ଟେସଲାର ମଡେଲ ଏସ ଚଲାଉଥିଲେ।

ଗାଡି ଅଟୋ ପାଇଲଟ ମୋଡରେ ନିଜର ଲାଇନରେ ଚାଲୁଥିଲା। ଯେଉଁ କାରଣରୁ ତାର ଧକ୍କା କାହାରି ସହ ହେଲା ନାହିଁ। ଓ ଏକ ବଦ ଦୁର୍ଘଟଣାରୁ ବର୍ତ୍ତିଗଲେ। ଟେସଲାର ଅଟୋ ପାଇଲଟ ମୋଡ ସେତେବେଳେ ଏକ୍ଟିବ ହୁଏ ଯେତେବେଳେ ଡ୍ରାଇଭର ସିଟରେ ଡ୍ରାଇଭରର ରେସପନ୍ସ ମିଳିଥାଏ। ଏହି ମାମଲାରେ ଦୁର୍ଘଟଣା ନ ହେବାର ଏକ ବଦ କାରଣ ହେଉଛିକି ଯେତେବେଳେ ବ୍ୟକ୍ତିଜଣକ ଶୋଇପଡିଲେ ଓ ବହୁତ ସମୟ ପର୍ଯ୍ଯନ୍ତ କାରକୁ କୌଣସି ରେସପନ୍ସ ମିଳିଲା ନାହିଁ ସେତେବେଳେ ଆପେ ଆପେ କାର ଅଟକିଗଲା, ଓ କାରର ହାର୍ଜାର୍ଡ ଲାଇଟ ମଧ୍ୟ ଜଳିଲା।

ଦେଖନ୍ତୁ ଭାଇରାଲ ଭିଡିଓ:-

ଏହି ଭିଡିଓରେ ଯାହାବି କିଛି ଦେଖାଯାଉଛି, ତାହା ଆଶ୍ଚର୍ଯ୍ୟକର ଅଟେ। ଲୋକ ଭିଡିଓକୁ ଦେଖିବା ପରେ ଟେସଲାର ପ୍ରଶଂସା କରୁଛନ୍ତି। ଏହା ସହିତ ନିଶାରେ ଗାଡି ଚଳାଇବା ଓ ପୁଣି ଶୋଇପଡିବାକୁ ନେଇ ଲୋକ ବ୍ୟକ୍ତିଙ୍କ ଉପରେ ରାଗୁଛନ୍ତି।

Leave a Reply

Your email address will not be published. Required fields are marked *