ଯୁବତୀ ଜଣକୁ ଉଚିତ ଶିକ୍ଷା ଦେଲା ଯୁବକ,ସ୍କୁଟି ସହିତ ଡ୍ରେନରେ ଯାଇ ପଡିଲେ ଯୁବତୀ,ଦେଖନ୍ତୁ ଭିଡ଼ିଓ

ଦେଶରେ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର, ରେପ ଏବଂ ଯୌନ ଅତ୍ୟାଚାର ମାମଲା ଥମିବାର ନାମ ଧରୁନାହିଁ | କିଛି ଦିନ ପୂର୍ବରୁ ଯେଉଁଠାରେ ଦେଶର ରାଜଧାନୀ ଦିଲ୍ଲୀର ହୌଜ ଖାସ ଅଂଚଳରେ ନର୍ଥ ଇଷ୍ଟର ଦୁଇଜଣ ଝିଅମାନଙ୍କ ସହିତ ଅସଦାଚରଣର ଭିଡିଓ ଭାଇରଲ ହୋଇଥିଲା | ସେହିପରି ବର୍ତ୍ତମାନ ଜଣେ ଝିଅ ସହିତ ଯୌନ ଅତ୍ୟାଚାରର ମାମଲା ସାମ୍ନାକୁ ଆସିଛି, ଯାହା କି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଦିଲ୍ଲୀ ପରି ଏଠାରେ ମଧ୍ୟ ଯୁବତିଜଣକ ଅଭିଯୁକ୍ତଙ୍କର ଭଲ କ୍ଲାସ ନେଲେ, ଯେଉଁଥିପାଇଁ ସୋସିଆଲ ମିଡିଆରେ ଲୋକମାନେ ଯୁବତୀଙ୍କ ସାହସକୁ ପ୍ରଶଂସା କରୁଛନ୍ତି |

ଯୁବକଙ୍କୁ ତାଙ୍କ କାମ ପାଇଁ ମଜା ଚଖେଇଥିବା ଏହି ଯୁବତୀଙ୍କ ନାମ ଭାବନା କଶ୍ୟପ ଅଟେ ଏବଂ ସେ ନିଜର ଫେସବୁକ ପୋଷ୍ଟରେ ପୁରା ଘଟଣା ବିଷୟରେ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି | ଭାବନା କହିଛନ୍ତି ଯେ ଦିନ ସମୟରେ ଜଣେ ବ୍ୟକ୍ତି ତାଙ୍କର ବହୁତ ପାଖକୁ ଆସିଲା ଏବଂ ତାଙ୍କୁ କୌଣସି ଜାଗା ବିଷୟରେ ଠିକଣା ପଚାରିବାକୁ ଲାଗିଲା | ଯାହା ଉପରେ ସେ କହିଥିଲେ ଯେ ମୁଁ ଜାଣିନି | ଏତିକି ସମୟରେ ସ୍କୁଟିରେ ବସିଥିବା ଏହି ବ୍ୟକ୍ତି ଭାବନାଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବାକୁ ଚେଷ୍ଟା କଲା | କିନ୍ତୁ ଭାବନା ନିଜର ସବୁ ଶକ୍ତି ଖଟାଇ ସେହି ବ୍ୟକ୍ତିଙ୍କୁ ଧରିନେଲେ ଏବଂ ତାଙ୍କୁ ଯିବାକୁ ଦେଲେନାହିଁ | ସେ ନିଜର ଫେସବୁକ ପୋଷ୍ଟରେ କହିଲେ, ‘ଯେତେବେଳେ ସେ ପଳାଇବାକୁ ଚେଷ୍ଟା କଲା, ସେତେବେଳେ ମୁଁ ତାକୁ ସବୁ ଶକ୍ତି ଖଟାଇ ଟାଣିବାକୁ ଲାଗିଲି | ସେ ନିଜର ସ୍କୁଟିକୁ ଲଗାତାର ଭାବେ ରେସ ଦେଉଥିଲା, କିନ୍ତୁ ମୁଁ ଅଧା ମିନିଟ ପର୍ଯ୍ୟନ୍ତ ସ୍କୁଟିର ପଛ ଟାୟାରକୁ ଉଠାଇ ରଖିଲି ଏବଂ ତାପରେ ଜୋରରେ ଧକ୍କା ଦେଲି, ଯାହାଦ୍ୱାରା ସ୍କୁଟି ରାସ୍ତା କଡରେ ତିଆରି ହୋଇଥିବା ଡ୍ରେନରେ ଯାଇ ପଶିଗଲା |’

ଭାବନା ନିଜ ପୋଷ୍ଟରେ କେବଳ ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି, ବରଂ ସେ ଗୋଟିଏ ଭିଡିଓ ଏବଂ ଦୁଇଟି ଫଟୋ ମଧ୍ୟ ଅପଲୋଡ଼ କରିଛନ୍ତି, ଯେପରିକି ଲୋକମାନେ ଭଲରେ ବୁଝିପାରିବେ ଯେ ତାଙ୍କ ସହିତ ପ୍ରକୃତରେ କଣ ହୋଇଥିଲା | ଭାବନାଙ୍କ ଅନୁଯାୟୀ, ଏହି ଘଟଣା ଗୁଵାହାଟିର ସବୁଠାରୁ ବ୍ୟସ୍ତ ରହୁଥିବା ରାସ୍ତା ମଧ୍ୟରୁ ଏକ ଜିଏସ ରୋଡ଼ରେ ସନ୍ଧ୍ୟା ପ୍ରାୟ ୪.୩୦ ମିନିଟରେ ହୋଇଥିଲା | ଅଭିଯୁକ୍ତଙ୍କ ନାମ ମଧୁସନା ରାଜକୁମାର ବୋଲି କୁହାଯାଇଛି | ମାମଲା ବଢ଼ୁଥିବାର ଦେଖି ଅସମ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ପଞ୍ଜିକରଣ କଲେ |

ଫେସବୁକ ଏବଂ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାବନାଙ୍କ ପୋଷ୍ଟ ଭାଇରଲ ହୋଇଗଲା, ଯାହାକୁ ନେଇ ଲୋକମାନେ କହୁଛନ୍ତି ଯେ ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ଯେ ଜଣେ ଝିଅ ସହିତ ସର୍ବ ସାଧାରଣ ସାମ୍ନାରେ ଏମିତି କିଛି କଲା | ଜଣେ ୟୁଜର ଭାବନାଙ୍କ ପୋଷ୍ଟରେ କମେଣ୍ଟ କରି କହିଲା, ‘ ଆମକୁ ଏହି ଘଟଣା ବିଷୟରେ ଜାଣି ବହୁତ ଦୁଃଖ ହେଲା, କିନ୍ତୁ ଆପଣ ତାକୁ ଭଲ ମଜା ଚଖେଇଲେ | ଭଗବାନ ଆପଣଙ୍କୁ ଆହୁରି ସାହସ ଦିଅନ୍ତୁ |’ ସବୁଆଡେ ଭାବନାଙ୍କ ସାହସ ଏବଂ ବାହାଦୁରିକୁ ପ୍ରଶଂସା କରାଯାଉଛି |

Leave a Reply

Your email address will not be published. Required fields are marked *