୨୦୦ ଫୁଟ ଉଚ୍ଚ ଟାୱାର ଉପରେ ୧୩୫ ଦିନ ପର୍ଯ୍ୟନ୍ତ ରହିଥିଲେ ଏହି ଯୁବକ,କିନ୍ତୁ କାହିଁକି ? ଜାଣନ୍ତୁ କାରଣ …

ପଞ୍ଜାବର ଗୁରଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚ ଟାୱାର ଉପରେ ୧୩୫ ଦିନ ପର୍ଯ୍ୟନ୍ତ ରହିଲା | ଖରା, ଭୀଷଣ ଗରମ ଏବଂ ଏତେ ବର୍ଷା ପରେ ମଧ୍ୟ ଏହି ଯୁବକ ଟାୱାରରୁ ତଳକୁ ଓହ୍ଲାଇଲା ନାହିଁ | ଏହି ସମୟରେ ପୋଲିସ ଏବଂ ପ୍ରଶାସନର ଅଧିକାରୀମାନେ ଯୁବକଙ୍କୁ ତଳକୁ ଓହ୍ଲାଇବାପାଇଁ ଚେଷ୍ଟା କଲେ, କିନ୍ତୁ ସେ ସର୍ତ୍ତ ପୁରା ନ ହେବା ପର୍ଯ୍ୟନ୍ତ ଟାୱାରରୁ ଓହ୍ଲାଇବା ପାଇଁ ସିଧା ମନା କରିଦେଲା |

ଗୁରଦାସପୁରରେ ୧୩୫ ଦିନ ପର୍ଯ୍ୟନ୍ତ ମୋବାଇଲ ଟାୱାର ଉପରେ ସମୟ ବିତାଇଥିବା ଯୁବକଙ୍କ ନାମ ସୁରିନ୍ଦର ପାଲ ସିଂହ ଅଟେ | ସୁରିନ୍ଦର ଇଟିଟି ଟେଟ ପାସ କରିବାପରେ ଶିକ୍ଷକ ନିଯୁକ୍ତ ପ୍ରକ୍ରିୟାକୁ ଅପେକ୍ଷା କରିଥିଲେ, କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ଭେକେନସି ଆସିଲାନାହିଁ | ତେଣୁ ତାଙ୍କ ସାହସ ଜବାବ ଦେବାକୁ ଲାଗିଲା |

ବେରୋଜଗାରୀ କାରଣରୁ ସେ ଏତେ ବିଚଳିତ ହୋଇଯାଇଥିଲା ଯେ ସେ ସରକାରଙ୍କ ବିରୋଧରେ ଅଜବ ପ୍ରକାରର ଆନ୍ଦୋଳନ ଆରମ୍ଭ କରିଦେଲେ | ସୁରିନ୍ଦର ପାଲ ସିଂହ ଗୁରଦାସପୁର ସ୍ଥିତ ମୋବାଇଲ ଟାୱାର ଉପରେ ଚଢ଼ିଗଲା | ଏହି ସଂଘର୍ଷରେ ବହୁତ ସଂଖ୍ୟାରେ ଇଟିଟି ଟେଟ ପାସ ପିମାମାନେ ତାଙ୍କୁ ସହଯୋଗ କଲେ |

ସୁରିନ୍ଦର ପାଲ ସିଂହଙ୍କ ଜିଦ ଏବଂ ଇଟିଟି ଟେଟ ପାସ ପିଲାମାନଙ୍କର ପରିଶ୍ରମ ସଫଳତା ଆଣିଲା ଏବଂ ସରକାର ୬୬୦୦ ଜଣ ନୂତନ ନିଯୁକ୍ତି ପାଇଁ ଘୋଷଣା କରିଦେଲେ | ଯେତେବେଳେ ଏହି କଥାର ଖବର ସୁରିନ୍ଦର ପାଲ ଜାଣିଲେ, ସେତେବେଳେ ତାଙ୍କ ମୁହଁ ଖୁସିରେ ପୁରି ଉଠିଲା |

ଶିକ୍ଷକଙ୍କ ଭେକେନସି ଆସିବାର ଖବର ମିଳିବା ପରେ ସୁରିନ୍ଦର ପାଲ ସିଂହଙ୍କୁ ଟାୱାର ଉପରୁ ତଳକୁ ଓହ୍ଳାଯାଇଥିଲା | ତେବେ ଚାରି ମାସରୁ ଅଧିକ ସମୟ ଟାୱାର ଉପରେ ବିତାଇବା କାରଣରୁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା | ସୁରିନ୍ଦର ପାଲ ସିଂହଙ୍କ ସ୍କିନ ମଉଳି ଯାଇଥିଲା ଏବଂ ସେ ନିଜ ଗୋଡ଼ରେ ଠିକ ଭାବରେ ଠିଆ ହୋଇ ପାରୁନଥିଲେ |

ଘଟଣାସ୍ଥଳରେ ଥିବା ପ୍ରଶାସନିକ ଅଧିକାରୀମାନେ ଆମ୍ବୁଲାନ୍ସ ଡକାଇଲେ | ସୁରିନ୍ଦର ପାଲ ସିଂହଙ୍କୁ ହସ୍ପିଟାଲ ପଠାଗଲା, ଯେଉଁଠାରେ କି ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି |

ତେବେ ସୁରିନ୍ଦର ପାଲ ସିଂହଙ୍କ ଟାୱାରରୁ ତଳକୁ ଓହ୍ଲାଇବା ପରେ ଅଧିକାରୀମାନେ ମଧ୍ୟ ଶାନ୍ତିରେ ନିଶ୍ୱାସ ମାରିଲେ | ସେହିପରି ଘଟଣାସ୍ଥଳରେ ଥିବା ଇଟିଟି ଟେଟ ପାସ ପିଲାମାନେ ଚାକିରୀ ବାହାର କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଲେ |

Leave a Reply

Your email address will not be published. Required fields are marked *