ସ୍ତ୍ରୀ ଫେସବୁକରେ ନିଜ ଦିଅରକୁ କଲା ପ୍ରେମ ନିବେଦନ,ସ୍ୱାମୀ ଏହିପରି ନେଲା ଦୁହିଁଙ୍କଠାରୁ ପ୍ରତିଶୋଧ,ଜାଣନ୍ତୁ ପୁରା ଘ-ଟ-ଣା

ଝାଡ଼ଖଣ୍ଡର ଗିରୀଡିହରେ ରହୁଥିବା ଜଣେ ବ୍ୟକ୍ତି ନିଜର ସ୍ତ୍ରୀର ବିବାହ ନିଜ ଭାଇ ସହିତ ହିଁ କରିଦେଲେ | କେବଳ ଏତିକି ନୁହେଁ, ବିବାହ କରାଇବା ପରେ ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଦେଲେ | ସେହିପରି, ଯେତେବେଳେ ଲୋକମାନେ ଯେତେବେଳେ ଏହି ବିବାହ ବିଷୟରେ ଜାଣିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସ୍ୱାମୀଙ୍କୁ ଏପରି କରିବାର କାରଣ ପଚାରିବାକୁ ଲାଗିଲେ |

ଏହି ମାମଲା ଗିରୀଡିହ ଜିଲ୍ଲାର ଲଚକନ ଗାଁର ଅଟେ | ସୂଚନା ଅନୁଯାୟୀ ବିବାହ ପରେ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ନିଜ ଦିଅରକୁ ଭଲପାଇ ବସିଲେ | ଯାହାପରେ ବ୍ୟକ୍ତିଜଣକ ନିଜ ସ୍ତ୍ରୀର ହାତ ନିଜ ଭାଇ ହାତକୁ ଦେଇଦେଲେ |

ଏହିପରି ଜଣାପଡିଲା ପ୍ରେମ ସମ୍ପର୍କ :-

କିଛି ବର୍ଷ ପୂର୍ବରୁ ଲଚକନ ଗାଁରେ ଜଣେ ବ୍ୟକ୍ତିଙ୍କର ବିବାହ ହୋଇଥିଲା | ବିବାହ ପରେ ସବୁକିଛି ଠିକ ଚାଲିଥିଲା ଏବଂ ଏମାନଙ୍କର ଦୁଇଟି ପିଲା ମଧ୍ୟ ହେଲେ | ସେହିପରି କାମ କାରଣରୁ ବ୍ୟକ୍ତି ଏବଂ ତାଙ୍କ ଭାଇ ଗୁଜୁରାଟର ସୁରଟରେ ରହୁଥିଲେ ଏବଂ ପିଲାମାନେ ଗାଁରେ ନିଜ ମା ସହିତ ରହୁଥିଲେ | ଏହା ମଧ୍ୟରେ ସ୍ୱାମୀକୁ ସୂଚନା ମିଳିଲା ଯେ ତାଙ୍କ ସ୍ତ୍ରୀ ଗୁଜୁରାଟ ପଳେଇଛି | ଯାହାପରେ ସ୍ୱାମୀ ନିଜ ଘରେ ସ୍ତ୍ରୀକୁ ଅପେକ୍ଷା କରି ରହିଲା | କିନ୍ତୁ ସେ ଅସିଲାନାହିଁ ଏବଂ ସିଧା ଦିଅର ଘରକୁ ଚାଲିଗଲା | ଯିଏ କି ସୁରଟରେ ରହୁଥିଲା |

ସୁରଟରେ ପହଂଚିବା ପରେ ମହିଳାଜଣକ ନିଜ ଦିଅର ସହିତ ରହିବାକୁ ଲାଗିଲା | କେବଳ ଏତିକି ନୁହେଁ, ସେ ନିଜର ଅନେକଗୁଡିଏ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ଼ କଲେ | ଯାହାକୁ ଦେଖି ସ୍ୱାମୀଙ୍କୁ ଏମାନଙ୍କ ସମ୍ପର୍କ ବିଷୟରେ ଜଣାପଡିଗଲା | ସେହିପରି ଏହି ଫଟୋ ଦେଖିବାପରେ ସ୍ୱାମୀ ତାଙ୍କ ଘରେ ପହଞ୍ଚିଗଲା | ଯେଉଁଠାରେ ସେ ସେମାନଙ୍କ ସହିତ କଥା ହେଲେ | କଥା ହେବାରୁ ଜଣାପଡିଲା ଯେ ଏମାନେ ଦୁହେଁ ପରସ୍ପରକୁ ଅନେକ ବର୍ଷ ପୂର୍ବରୁ ଭଲ ପାଉଥିଲେ ଏବଂ ଏକାଠି ରହିବାକୁ ଚାହୁଁଥିଲେ |

ମହିଳାଜଣକ ନିଜ ସ୍ୱାମୀଙ୍କୁ କହିଲେ ଯେ ବିବାହ ପରେ ପରେ ସେ ନିଜ ଦିଅରକୁ ଭଲପାଇ ବସିଲେ ଏବଂ ସେ ତାଙ୍କ ବିନା ରହିପାରିବେ ନାହିଁ | ଦିଅର ମଧ୍ୟ ନିଜ ଭାଉଜ ସହିତ ରହିବାକୁ ନିଜର ଇଚ୍ଛା ପ୍ରକାଶ କଲେ | ଏହି ଦୁହିଁଙ୍କର ପ୍ରେମ କାହାଣୀ ଶୁଣିବାପରେ ସ୍ୱାମୀ ଏମାନଙ୍କର ବିବାହ କରାଇବା ପାଇଁ ନିଷ୍ପତ୍ତି ନେଲେ | ଏହାପରେ ନିଜେ ସ୍ୱାମୀ ନିଜର ସ୍ତ୍ରୀ ଏବଂ ଭାଇଙ୍କର ବିବାହ କରିଦେଲେ ଏବଂ ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ |

ମହିଳାଙ୍କ ସ୍ୱାମୀ କହିଲେ ଯେ ବିବାହ ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ସ୍ତ୍ରୀ ଗାଁର ସମ୍ପର୍କୀୟ ମୋ ଭାଇକୁ ପସନ୍ଦ କରୁଛନ୍ତି | ଯେତେବେଳେ ମୁଁ ଏ ବିଷୟରେ ଜାଣିଲି, ସେତେବେଳେ ମୁଁ ସେମାନଙ୍କ ମଧ୍ୟରେ ନ ଆସିବାପାଇଁ ନିଷ୍ପତ୍ତି ନେଲି ଏବଂ ସେମାନଙ୍କ ବିବାହ କରାଇ ଦେଲି |

 

Leave a Reply

Your email address will not be published. Required fields are marked *