ନ ଦେଖି ରାସ୍ତାରେ ପିଲାଟି ଦୌଡୁଥିଲା,ଠିକ ସେତିକିବେଳେ ସାମ୍ନାରୁ ଜୋରରେ ଆସିଲା କାର,ଆଉ ତା ପରେ…ପ୍ରଥମେ ଭିଡ଼ିଓ ଦେଖନ୍ତୁ

ସୋସିଆଲ ମିଡିଆରେ ଆପଣ ଏପରି ଅନେକ ରୋଡ଼ ଆକ୍ସିଡେଣ୍ଟର ଭିଡିଓ ଦେଖିଥିବେ, ଯାହାକୁ ଦେଖି ଲୋମଟାଙ୍କୁରି ଉଠେ | ଏପରି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିବାପରେ ଆପଣଙ୍କୁ ଭଗବାନଙ୍କ ଉପରେ ବିଶ୍ୱାସ ହୋଇଯିବ | ଏହି ଭିଡିଓ ଗୋଟିଏ ପିଲାର ଅଟେ, ଯାହାର ଜୀବନ ସତରେ ଈଶ୍ୱର ହିଁ ବଞ୍ଚାଇଛନ୍ତି | ପିଲାଟିର ଗୋଟିଏ ଭୁଲ ପାଇଁ ଏକ ବଡ଼ ଦୁର୍ଘଟଣା ହେଉ ହେଉ ରହିଗଲା | ତାର ଜୀବନ ବଞ୍ଚାଇବାର ସବୁ କ୍ରେଡିଟ ସେହି କାର ଡ୍ରାଇଭରଙ୍କୁ ଦିଆଯାଉଛି, ଯିଏକି ଠିକ ଘଟଣାସ୍ଥଳରେ ମଧ୍ୟ ନିଜର ଧର୍ଯ୍ୟ ଏବଂ କାର ଉପରୁ ନିଜର କଣ୍ଟ୍ରୋଲ ହରାଇଲେ ନାହିଁ | ଏହାସହିତ ନିଜର ଏବଂ ପିଲାଟିର ଜୀବନ ମଧ୍ୟ ବଞ୍ଚାଇଲେ | ଆସନ୍ତୁ ଜାଣିବା ପ୍ରକୃତରେ ଭିଡିଓରେ କଣ ହୋଇଛି |

ଭିଡିଓରେ ରାସ୍ତାର ଅନ୍ୟପଟରେ ଗୋଟିଏ ଛୋଟ ପିଲା ଠିଆ ହୋଇଥିବାର ଦେଖାଯାଉଛି | ଯିଏ କି ରାସ୍ତା ପାର ହେବା ଚକ୍କରରେ ଅଛି | ସେ ପ୍ରଥମେ ବାମକୁ ଦେଖେ, ତାପରେ ଡାହାଣ ଏବଂ ଅଚାନକ ରାସ୍ତା ଉପରେ ଦୋଉଡିଯାଏ | ରାସ୍ତାରେ ବହୁତ ସ୍ପିଡ଼ରେ ଦୁଇପଟୁ ଗାଡି ଯିବାଆସିବା କରୁଥାଏ | ପିଲାଟି ନିଜର ଡାହାଣ ଆଡୁ ଯାଉଥିବା ଗାଡି ନିକଟ ହେବାମାତ୍ରେ ହିଁ ରାସ୍ତାରେ ଦୋଉଡିଯାଏ ଏବଂ ଏହା ଭୁଲିଯାଏ ଯେ ଅନ୍ୟ ପଟରୁ ମଧ୍ୟ ଗୋଟିଏ କାର ସାମ୍ନାକୁ ଆସୁଛି | ସାମ୍ନାରୁ ଆସୁଥିବା କଳା ରଙ୍ଗର କାର ବହୁତ ସ୍ପିଡ଼ରେ ଥାଏ ଏବଂ ଡ୍ରାଇଭରକୁ ଯେତେବେଳେ ରାସ୍ତା ମଝିରେ ପିଲା ଦେଖାଯାଏ, ସେତେବେଳେ ତାର ହାତ ଗୋଡ ଫୁଲିଯାଏ |

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by __jatt.life__▄︻̷̿┻̿═━一 (@__jatt.life___)

କିନ୍ତୁ କାର ଡ୍ରାଇଭର ନିଜର କଣ୍ଟ୍ରୋଲ ହରାନ୍ତି ନାହିଁ ଏବଂ ସେ କାରକୁ ଅଚାନକ ବୁଲାଇ ଦିଅନ୍ତି | ପିଲାଟି କାର ସହିତ ଧକ୍କା ହେଉ ହେଉ ରହିଯାଏ ଏବଂ ତାର ଜୀବନ ବଞ୍ଚିଯାଏ | ଏହାସହିତ କାର ଡ୍ରାଇଭର ଗାଡିକୁ କଣ୍ଟ୍ରୋଲ କରିନିଏ | ପିଲାଟି କାର ସହିତ ଧକ୍କା ହେବା ପୂର୍ବରୁ ହିଁ ରାସ୍ତା ଉପରେ ପଡ଼ିଯାଏ ଏବଂ ଏହି ଦୁର୍ଘଟଣା ପାଇଁ ଡରିଯାଏ | ତାର ଖବର ବୁଝିବାପାଇଁ ଶୀଘ୍ର କିଛି ଲୋକ ନିଜର ଗାଡି ଅଟକାଇ ଦିଅନ୍ତି ଏବଂ ଏହାସହିତ ସେହି କାର ଡ୍ରାଇଭର ମଧ୍ୟ ତୁରନ୍ତ ଓହ୍ଲାଇ ତାକୁ ଆଲିଙ୍ଗନ କଲେ, ଯାହାର କାର ସହିତ ସେ ଧକ୍କା ହେବାକୁ ଯାଉଥିଲା |

ଏହି ଖତରନାକ ଆକ୍ସିଡେଣ୍ଟକୁ ଦେଖିବାପରେ ଲୋକମାନଙ୍କ ହୃଦୟ ଥରି ଉଠିଲା ଏବଂ ସେମାନେ କମେଣ୍ଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି | ସମସ୍ତେ ନିଜ କମେଣ୍ଟରେ ଡ୍ରାଇଭରଙ୍କୁ ପ୍ରଶଂସା କରୁଛନ୍ତି ଯେ କିପରି ଭାବେ ସେ ପିଲାଟିର ଜୀବନ ବଞ୍ଚାଇଲେ | ଜଣେ ୟୁଜର ଲେଖିଛନ୍ତି ଯେ,’ ଏହା ଡ୍ରାଇଭରର ଦକ୍ଷତା ଅଟେ, ଯାହାଦ୍ୱାରା ପିଲାଟିର ଜୀବନ ବଞ୍ଚିଗଲା |’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଡ୍ରାଇଭରଙ୍କୁ ମୋର ହୃଦୟରୁ ସାଲ୍ୟୁଟ ଯେ ସେ ଫେରିଆସି ପିଲାଟିର ଖବର ନେଲେ |’

Leave a Reply

Your email address will not be published. Required fields are marked *