ଓଲା ଇଲେକ୍ଟ୍ରିକ ସ୍କୁଟର: ସବୁ ଅପେକ୍ଷାର ଅନ୍ତ, ଏହି ତାରିଖରେ ଲଞ୍ଚ ହେବ ଓଲା ଇଲେକ୍ଟ୍ରିକ ସ୍କୁଟର, ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ତଥ୍ୟ

Ola Electric Scooter Launch Date In India Know All Details :

ଓଲା ଇଲେକ୍ଟ୍ରିକ ସ୍କୁଟରର ଲଞ୍ଚିଙ୍ଗର ତାରିଖ ବିଷୟରେ ଘୋଷଣା କରାଯାଇଛି। ଓଲାଓ ସିଇଓ ଭାବିଶ ଅଗ୍ରୱାଲ ମଙ୍ଗଳବାର ଦିନ ଭାରତୀୟ ବଜାରରେ କମ୍ପାନୀର ବହୁପ୍ରତିକ୍ଷିତ ଇଲେକ୍ଟ୍ରିକ ସ୍କୁଟରର ଲଞ୍ଚିଙ୍ଗ ତାରିଖକୁ ଘୋଷଣା କରିଦେଇଛନ୍ତି। ଓଲା ଇଲେକ୍ଟ୍ରିକ ସ୍କୁଟର ୧୫ ଅଗଷ୍ଟରେ ନିଜର ଲଞ୍ଚିଙ୍ଗ କରିବେ। ଏହି ଦିନ ଓଲାର ପ୍ରଥମ ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟର ଖୁଲାସା ହେବାର ସମ୍ଭାବନା ଅଛି। ଇଲେକ୍ଟ୍ରିକ ସ୍କୁଟର ପାଇଁ ବୁକିଙ୍ଗ ଜୁଲାଇର ଶେଷରେ ଆରମ୍ଭ କରାଯାଇଥିଲା। କ୍ୟାବ ଏଗ୍ରୀଗେଟରରୁ ଇଲେକ୍ଟ୍ରିକ ଯାନ ନିର୍ମାତା ତିଆରି ହୋଇଥିବା କମ୍ପାନୀର ଦାବି ହେଉଛିକି ଏଥିରେ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

ଭାବିଶ ଅଗ୍ରୱାଲ ମଙ୍ଗଳବାର ଦିନ ସକାଳୁ ଏକ ଟୁଇଟରେ ଓଲା ସ୍କୁଟରର ଲଞ୍ଚ ତାରିଖ ବିଷୟରେ କହିଥିଲେ। ଏହା ସହିତ ସେ କହିଲେକି ସ୍କୁଟରର ଉପଲବ୍ଧତାର ତାରିଖ ସହିତ ଏହାର ସମ୍ପୂର୍ଣ ସ୍ପେଶିଫିକେସନ ଓ ଡିଟେଲ୍ସ ବିଷୟରେ ସେୟାର କରାଯିବ।

ସ୍କୁଟର ଭଲ ହେବ:-

ଲଞ୍ଚିଙ୍ଗ ପୂର୍ବରୁ ଚର୍ଚ୍ଚାରେ ଆସିଗଲା ଏହି ସ୍କୁଟର। ଏହି ସ୍କୁଟରର ବୁକିଙ୍ଗ କେବଳ ୪୯୯ ଟଙ୍କାର ଟୋକନ ରାଶି ଦେଇ କରାଯାଉଛି। ଏହାର ବୁକିଙ୍ଗ ୧୫ ଜୁଲାଇର ସନ୍ଧ୍ୟାରୁ ଆରମ୍ଭ କରାଯାଇଥିଲା। ଓଲା ଅନୁଯାୟୀ, ବୁକିଂ ଆରମ୍ଭ ହେବାର ପ୍ରଥମ ଚବିଶ ଘଣ୍ଟା ମଧ୍ୟରେ କମ୍ପାନୀ ଏଥିପାଇଁ ଏକ ଲକ୍ଷରୁ ଅଧିକ ପ୍ରି-ବୁକିଂ ପାଇଲା। କମ୍ପାନୀ କହିଛିଯେ, ବୁକିଂ ରାଶି ସମ୍ପୂର୍ଣ୍ଣ ଫେରସ୍ତଯୋଗ୍ୟ ଅଟେ। ତାହା ହେଉଛି, ଯଦି ଗ୍ରାହକ ପରେ ତାଙ୍କ ବୁକିଂ ବାତିଲ କରିବାକୁ ଚାହାଁନ୍ତି, ତା’ହେଲେ ତାଙ୍କର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ହେବ। କଳ୍ପନା ଜଳ୍ପନାର କାରଣ ହେଉଛିଯେ, ଓଲା ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ୧ ଲକ୍ଷରୁ କମ ହୋଇପାରେ ଏବଂ ରାଜ୍ୟ ସବସିଡି ଏହାକୁ ଅଧିକ ସୁଲଭ କରିପାରେ।

ମୋଟର ଓ ବ୍ଯାଟେରୀ:-

ଓଲା ଇଲେକ୍ଟ୍ରିକ ସ୍କୁଟରରେ ୩ Kw ଓ ୬ Kw ମଧ୍ୟରେ ଇଲେକ୍ଟ୍ରିକ ମୋଟର ହେବାର ସମ୍ଭାବନା ଅଛି। ଏହା ପାଖାପାଖି ୫୦ Nmର ପିକ ଟର୍କ ଜେନେରେଟ କରିପାରେ। କମ୍ପାନୀ ଚାର୍ଜର ନେଟୱାର୍କକୁ ବ୍ୟବହାର କରି ଓଲା ସ୍କୁଟରକୁ କେବଳ ୧୮ ମିନିଟରେ ୫୦ ପ୍ରତିଶତ ଚାର୍ଜ କରିପାରିବ। ଯାହାପରେ ପାଖାପାଖି ୭୫ କିଲୋମିଟର ପର୍ଯ୍ଯନ୍ତ ଯାତ୍ରା କରିପାରିବ। ଏହା ସମ୍ପୂର୍ଣ ରୂପରେ ଚାର୍ଜ ହେବା ପାଇଁ ପାଖାପାଖି ୨ ଘଣ୍ଟା ୩୦ ମିନିଟ ସମୟ ଲାଗିଥାଏ। ଓଲା ସ୍କୁଟରକୁ କିଣିବା ସହିତ ଘର ପାଇଁ ହୋମ-ଚାର୍ଜର ୟୁନିଟ ମଧ୍ୟ ଦିଆଯିବ। ଯଦି ଏକ ନିୟମିତ ହୋମ ଚାର୍ଜିଙ୍ଗ ପଏଣ୍ଟରେ ପ୍ଲଗ କରାଯାଏ, ତେବେ ଇଲେକ୍ଟ୍ରିକ ଟୁ-ହ୍ଵିଲରକୁ ଜିରୋରୁ ଫୁଲ ଚାର୍ଜ ହେବା ପାଇଁ ପାଞ୍ଚ ଘଣ୍ଟା ପର୍ଯ୍ଯନ୍ତ ସମାସୀ ଲାଗିପାରେ।

ଭେରିଏଣ୍ଟ:-

ଓଲା ଇଲେକ୍ଟ୍ରିକ ସ୍କୁଟରକୁ ତିନୋଟି ଭେରିଏଣ୍ଟରେ କମ୍ପାନୀ ଆଣିବ। କମ୍ପାନୀ ଦ୍ଵାରା ଫାଇଲ କରାଯାଇଥିବା ନୂଆ ନୂଆ ତଥ୍ୟରୁ ଜଣାପଡିଛିକି ସ୍କୁଟରକୁ ସିରିଜ ଏସ କୁହାଯିବ ବୋଲି ସମ୍ଭାବନା ଅଛି। କମ୍ପାନୀ ଅନ୍ୟ ଦୁଇଟିର ନାମ ଏସ୧ ଓ ଏସ୧ ପ୍ରୋ ପାଇଁ ପେଟେଣ୍ଟ ଦାୟର କରିଛି ଯାହା ଦୁଇଚକିଆ ଜାଣ ପାଇଁ ଅତିରିକ୍ତ ଭେରିଏଣ୍ଟ କିମ୍ବା ଟ୍ରିମ ହୋଇପାରେ। ସମ୍ଭାବନା ହେଉଛିକି ଏସ୧କୁ ମଡେଲ ନାମ ରୂପରେ ବ୍ୟବହାର କରାଯାଇପାରିବ। ସେହିପରି ‘ଏସ୧ ପ୍ରୋ’ଇଲେକ୍ଟ୍ରିକ ସ୍କୁଟର ପାଇଁ ଅତିରିକ୍ତ ଟ୍ରିମ ତିଆରି କରାଯାଇପାରେ।

ସ୍ପିଡ କେତେ ହେବ;-

ମିଡିଆ ରିପୋର୍ଟ୍ସ ମୁତାବିକ ଓଲା ଇଲେକ୍ଟ୍ରିକ ସ୍କୁଟର ୧୦୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ ସହିତ ଆସିବ। କମ୍ପାନୀ ଏମିତି କହିଥିଲାକି ଏହି ସ୍କୁଟରରେ ଅଧିକାଂଶ ଚର୍ଚ୍ଚା ଥିଲାକି ଥରେ ଫୁଲ ଚାର୍ଜ କରାଗଲେ ଏହା ୧୫୦ କିଲୋମିଟର ପର୍ଯ୍ଯନ୍ତ ଦୂରତା ଅତିକ୍ରମ କରିପାରେ। ଏହି ଇଲେକ୍ଟ୍ରିକ ସ୍କୁଟର ମୁଖ୍ୟ ରୂପରେ ସହରର ଅବାଗମନ ପାଇଁ ଅଟେ, ଏକ ସାନଦାର ଟପ ସ୍ପିଡ କେବେ କେବେ ହାଇୱେରେ ଯାତ୍ରା ପାଇଁ ଏକ ଭଲ ବିକଳ୍ପ ହୋଇପାରେ।

୧୦ ଟି ରଙ୍ଗରେ ଆସିବ:-

୧୦ ଟି ରଙ୍ଗ ବିକଳ୍ପରେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦାନ କରାଯିବ। ନିକଟରେ ଭାବିଶ ଅଗ୍ରୱାଲ ଘୋଷଣା କରିଛନ୍ତିଯେ ଓଲା ଇ-ସ୍କୁଟରକୁ ୧୦ଟି ରଙ୍ଗ ବିକଳ୍ପରେ ଲଞ୍ଚ କରାଯିବ। ଇ-ସ୍କୁଟରର ରଙ୍ଗ ବିକଳ୍ପ ବିଷୟରେ ଭାବିଶ ଟ୍ୱିଟର ମାଧ୍ୟମରେ ଲୋକଙ୍କ ପସନ୍ଦ ବିଷୟରେ ପଚାରିଥିଲେ ଏବଂ ଏକ ସର୍ଭେ କରିଥିଲେ। ଏହା ପରେ ସେ ଟ୍ୱିଟରରେ ଏହି ବିଷୟରେ କହିଥିଲେ। ବହୁ ପ୍ରତୀକ୍ଷିତ ଓଲା ଇ-ସ୍କୁଟରକୁ ୧୦ଟି ରଙ୍ଗରେ ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଯେଉଁଥିରେ ନାଲି, ନୀଳ, ହଳଦିଆ, ରୂପା, ସୁନା, ଗୋଲାପୀ, କଳା, ନୀଳ, ଧୂସର ଏବଂ ଧଳା ରଙ୍ଗ ଅନ୍ତର୍ଭୁକ୍ତ ରହିବ।

ସବୁଠାରୁ ବଡ ପ୍ଳାଣ୍ଟ:-

କିଛି ପ୍ରିମିୟମ ସ୍ମାର୍ଟଫୋନ ପରି-‘ଅନଲାଇନ କିଣାକିଣି’ ଓ ‘ହୋମ ଡେଲିଭରି’ର ବିକଳ୍ପ ଅସଲରେ କମ୍ପାନୀର ଲାଭ ହୋଇପାରେ ଓ ଯାହା ଏହି ସମୟରେ ତାମିଲନାଡୁରେ ନିଜର ନୂଆ ପ୍ଳାଣ୍ଟର ପ୍ରଥମ ଚରଣର ଫିନିସିଙ୍ଗ ଟଚ ଦେଉଛନ୍ତି। ଏହି ପ୍ଳାଣ୍ଟକୁ ଇଲେକ୍ଟ୍ରିକ ଦୁଇ ଚକିଆ ବାହାନ ପାଇଁ ଦୁନିଆର ସବୁଠାରୁ ବଡ ଫ୍ୟାକ୍ତେରୀ ରୂପରେ କୁହାଯାଉଛି, ଓ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨ ଲକ୍ଷ ୟୁନିଟସ ଅଟେ। ଏମିତି ରିପୋର୍ଟ ଆସିଛିକି ଯେଉଁଥିରେ କୁହାଯାଇଛିକି ଓଲା ଇଲେକ୍ଟ୍ରିକ ସ୍କୁଟର ଟେସଲା ମଡେଲକୁ ଆପଣେଇ ପାରେ। ଯାହା ଅନ୍ତର୍ଗତ କୌଣସି ଡିଲର ପାର୍ଟନର ନାହିନ, ଏହି କାରଣରୁ ଅନଲାଇନ ବୁକିଙ୍ଗ ଦ୍ଵିକାର କରନ୍ତି। କମ୍ପାନୀ ବର୍ତ୍ତମାନ ଏହା ବିଷୟରେ ଅଧିକାରିକ ରୂପରେ କୌଣସି ସୂଚନା ଦେଇନାହିଁ।

 

Leave a Reply

Your email address will not be published. Required fields are marked *