ଜିଓର ତିନୋଟି ଧମାକାଦାର ପ୍ଲାନ : ଉଡ଼ାଜାହାଜରେ ମଧ୍ୟ ଚାଲିବ ଇଣ୍ଟରନେଟ ଓ କରିପାରିବେ କଲ, ଜାଣନ୍ତୁ ଅନ୍ୟ ସୁବିଧାଗୁଡ଼ିକ

ଇଣ୍ଟରନେଶନାଲ ଏୟାରଲାଇନ୍ସରେ କରିପାରିବେ ବ୍ୟବହାର :-

ଜିଓ ଇନ-ଫ୍ଲାଇଟ କନେକ୍ଟିଭିଟି ପ୍ୟାକର ବ୍ୟବହାର ୨୨ ଇଣ୍ଟରନେଶନାଲ ଏୟାରଲାଇନ୍ସରେ କରାଯାଇପାରିବ | ଏହି ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ ଏବଂ SMS ର ସୁବିଧା ମିଳିଥାଏ | କଲିଙ୍ଗ ସର୍ଭିସ କେବଳ କିଛି ଏୟାରଲାଇନ୍ସରେ ମିଳିବ | ଆସନ୍ତୁ ଜାଣିବା କେତେ ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ କଣ ସୁବିଧା ରହିଛି |

ଜିଓର ୪୯୯ ଟଙ୍କିଆ In-Flight Connectivity Plan :-

୪୯୯ ଟଙ୍କିଆ ପ୍ଲାନର ଭାଲିଡିଟି କେବଳ ଗୋଟିଏ ଦିନ ପାଇଁ ହେବ | ଏଥିରେ ଆପଣଙ୍କୁ ୨୫୦ ଏମବି ଡାଟା ମିଳିବ | ଏହାସହିତ ୧୦୦ ମିନିଟସ ଏବଂ ୧୦୦ ଏସଏମଏସ ମିଳିବ | କିନ୍ତୁ ଏଥିରେ ଇନକମିଙ୍ଗ କଲର ସୁବିଧା ମିଳିନଥାଏ | ଅର୍ଥାତ କଲ ତ କରିପାରିବେ, କିନ୍ତୁ ଆପଣଙ୍କ ପାଖକୁ କଲ ଆସିବନାହିଁ |

ଜିଓର ୬୯୯ ଟଙ୍କିଆ In-Flight Connectivity Plan :-

୬୯୯ ଟଙ୍କିଆ ପ୍ଲାନର ଭାଲିଡିଟି ମଧ୍ୟ କେବଳ ଗୋଟିଏ ଦିନ ପାଇଁ ହେବ | ଏଥିରେ ଆପଣଙ୍କୁ ୫୦୦ ଏମବି ଡାଟା ମିଳିବ | ଏହାସହିତ ୧୦୦ ମିନିଟ ଏବଂ ୧୦୦ ଏସଏମଏସ ମିଳିବ | ଏହି ପ୍ଲାନରେ ମଧ୍ୟ ଇନକମିଙ୍ଗ କଲର ସୁବିଧା ରହିବ ନାହିଁ |

ଜିଓର ୯୯୯ ଟଙ୍କିଆ In-Flight Connectivity Plan :-

୯୯୯ ଟଙ୍କିଆ ପ୍ଲାନର ଏହି ଭାଲିଡିଟି ମଧ୍ୟ କେବଳ ଗୋଟିଏ ଦିନ ପାଇଁ ହେବ | ଏଥିରେ ଆପଣଙ୍କୁ 1 ଜିବି ଡାଟା , ୧୦୦ ମିନିଟ କଲ ଏବଂ ୧୦୦ ଏସଏମଏସ ମିଳିବ | ଏଥିରେ ମଧ୍ୟ ଇନକମିଙ୍ଗ କଲର ସୁବିଧା ହେବନାହିଁ |

ଏୟାରଲାଇନ ଟୁ ଏୟାରଲାଇନ ବଦଳାଇ ପାରିବେ ସେବା :-

ପ୍ଲାନ ନେବା ପୂର୍ବରୁ ଆପଣଙ୍କୁ ଦେଖିବାକୁ ପଡିବ ଯେ ଭଏସ ଏବଂ ଡାଟାର ସୁବିଧା ଅଛି କି ନାହିଁ | ଯେଉଁ ଏୟାରଲାଇନ୍ସର ସାମ୍ନାରେ ଅଲ ସର୍ଭିସ ଲେଖାଥିବ, ସେଥିରେ ଆପଣଙ୍କୁ ଡାଟା, କଲିଙ୍ଗ ଏବଂ ଏସଏମଏସର ସୁବିଧା ମିଳିବ | ଆମେ ଯଦି ଇଣ୍ଟରନେଟର ସ୍ପିଡ଼ ବିଷୟରେ କଥା ହେବା, ତେବେ ତାହା ମଧ୍ୟ ଏୟାରଲାଇନ ଟୁ ଏୟାରଲାଇନ ବଦଳାଇ ପାରିବେ |

Leave a Reply

Your email address will not be published. Required fields are marked *