ଭାରତ ବନାମ ଇଂଲଣ୍ଡ : ଟେଷ୍ଟ ସିରିଜ ପୂର୍ବରୁ ବିରାଟ କୋହଲୀଙ୍କୁ ମିଳିଲା ବଡ ଖୁସିଖବର, ଏହି ଦୁଇଜଣ ଷ୍ଟାର ଖେଳାଳୀ ଦଳ ସହିତ ଯୋଡି ହେବାକୁ ଯାଉଛନ୍ତି

ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରସ୍ତୁତିରେ ଭାରତୀୟ ଦଳର କ୍ୟାମ୍ପରେ ବର୍ତ୍ତମାନ ଯୋଗ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶୋ ସମ୍ପୂର୍ଣ ଭାବରେ ଫିଟ ଅଛନ୍ତି। ଇଂଲଣ୍ଡ ପାଇଁ ଦୁଇ ଖେଳାଳିଙ୍କୁ ତିନୋଟି କୋଭିଡ-୧୯ର ନେଗେଟିବ ଟେଷ୍ଟର ଆବଶ୍ୟକ ଥିଲା। ତାଙ୍କର ଟେଷ୍ଟ କରାଯାଇସାରିଛି ଓ ବର୍ତ୍ତମାନ ଖବର ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୂର୍ଯ୍ୟକୁମାର ଓ ପୃଥ୍ବୀ ଶୋ ଇଂଲଣ୍ଡ ପାଇଁ ବାହାରିବେ। ବିସିସିଆଇ ଇଂଲଣ୍ଡ ବିରୁଦ୍ଧରେ ୪ ଅଗଷ୍ଟରୁ ହେବାକୁ ଥିବା ଇଂଲଣ୍ଡ ବିରୁଦ୍ଧରେ ପାଞ୍ଚ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏହି ଦୁଇଜଣ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ଭାବରେ ଦଳରେ ସାମିଲ କରିବାକୁ ଯାଉଛି।

ଶ୍ରୀଲଙ୍କା ଟୁରରେ ଯାଇଥିବା ଭାରତୀୟ ଦଳର ଅଂଶ ଥିବା ପୃଥ୍ବୀ ଓ ସୂର୍ଯ୍ୟକୁମାରଙ୍କୁ ପ୍ରଥମରୁ ଇଂଲଣ୍ଡ ଟୁର ପାଇଁ ଯିବାର ଥିଲା। କିନ୍ତୁ ଶ୍ରୀଲଙ୍କାର ଟେଷ୍ଟ ସିରିଜ ସମୟରେ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। ଏହି କାରଣରୁ ବାକି ସମସ୍ତ ଖେଳାଳିଙ୍କ ସମେତ ଏହି ଦୁଇ ଖେଳାଳିଙ୍କୁ ମଧ୍ୟ ଆଇସୋଲେଟ ହେବାକୁ ପଡିଲା। ଦୁଇଜଣ ଟି-୨୦ ସିରିଜର ଶେଷ ଦୁଇଟି ମୁକାବିଲାକୁ ଖେଳିପାରିନଥିଲେ।

ଭାରତୀୟ ଦଳ ପାଇଁ ଭଲ ଖବର:-

ବିସିସିଆଇ ଦ୍ଵାରା ଆବଶ୍ୟକ ଯାତ୍ରା ବ୍ୟବସ୍ଥା କରିବା ସହ ଦୁଇଜଣ ବର୍ତ୍ତମାନ ଇଂଲଣ୍ଡ ବିରୁଦ୍ଧରେ ପାଞ୍ଚ ମ୍ଯାଚ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ଦଳ ପାଇଁ ଏକ ଭଲ ଖବର, କାରଣ ଏମିତି ଖବର ଆସୁଥିଲାକି ସରକାରଙ୍କର ଶକ୍ତ କୋଭିଡ-୧୯ ପ୍ରୋଟୋକଲ ଓ ପ୍ରତିବନ୍ଧିତ କାରଣରୁ ଦୁଇଜଣ ଖେଳାଳି ଇଂଲଣ୍ଡକୁ ଯାଇ ଦଳରେ ସାମିଲ ହୋଇପାରିବେ ନାହିଁ।

ଏକ ସୂତ୍ର ଡିକ୍କନ କ୍ରୋନିକଲକୁ କହିଲେ-“ସେମାନେ ନିଜର ଭିଜା ପାଇଁ ଅପେକ୍ଷା କରୁଛନ୍ତି। ଦୁଇ ଛୁଟି(ଶନିବାର ଓ ରବିବାର) କାରଣରୁ ଶ୍ରୀଲଙ୍କାରେ ଇଂଲଣ୍ଡର ଦୂତାବାସ କାର୍ଜ୍ଯାଳୟ ମାଧ୍ୟମରେ ଏହାକୁ ପ୍ରାପ୍ତ କରିପାରିବେ ନାହିଁ। ଟ୍ରାଭେଲ ଏଜେଣ୍ଟ ଏହି ମାମଲାକୁ ଦେଖୁଛନ୍ତି ଓ ଆଶା ଅଛିକି ସେମାନେ ୨୪ ଘଣ୍ଟା ମଧ୍ୟରେ ଇଂଲଣ୍ଡରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ବାହାରିବେ।”

ପ୍ରଥମ ଦୁଇଟି ଟେଷ୍ଟରେ ଖେଳିବା କଷ୍ଟ:-

ଇଂଲଣ୍ଡ ସରକାରଙ୍କ ଦ୍ଵାରା ଭାରତ ଓ ଶ୍ରୀଲଙ୍କାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ରେଡ ଏଲର୍ଟ କରାଯାଇଛି। ଶୋ ଓ ଯାଦବଙ୍କୁ ଟେଷ୍ଟ ସିରିଜ ପାଇଁ ପହଞ୍ଚିବା କଷ୍ଟ ଲାଗୁଥିଲା। କିନ୍ତୁ ବିସିସିଆଇର ଠିକ ସମୟରେ ହସ୍ତକ୍ଷେପ କରି ଓ ଇସିବି ସହିତ ତାଙ୍କର କଥାବାର୍ତ୍ତା କରି ଏହି ମାମଲାକୁ ସମାଧାନ କରିଥିଲେ। ବର୍ତ୍ତମାନ ବିଶେଷ ଆଇନ ଅନୁଯାୟୀ ଏହି ଦୁଇଜଣ ଭାରତୀୟ ଦଳରେ ଯୋଡି ହୋଇଯିବେ।

ଇଂଲଣ୍ଡ ପହଞ୍ଚିବା ପରେ, ଦୁଇଜଣ କ୍ଵାରେଣ୍ଟାଇନରେ ରହିବେ ଓ ତାହା ପରେ ଟେଷ୍ଟ ଖେଳିବା ପାଇଁ ଉପଲବ୍ଧ ରହିବେ। ଏହି ଦୁଇଜଣ ପାଞ୍ଚୋଟି ଟେଷ୍ଟ ମ୍ଯାଚରୁ ଦୁଇଟି ଟେଷ୍ଟ ମ୍ଯାଚ ଖେଳିପାରିବେ ନାହିଁ।

 

Leave a Reply

Your email address will not be published.