ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ। ଏହି ଫଳାଫଳ ଏହିଥର ରେକର୍ଡ ସୃଷ୍ଠି କରିଛି। ୯୯.୦୪ ପ୍ରତିଶତ ପିଲା ପାସ କରିଛନ୍ତି। ପରୀକ୍ଷା ଦେଇଥିବା ୨୦,୯୭,୧୨୮ ପିଲାଙ୍କ ମଧ୍ୟରୁ ମୋଟ ୨୦,୭୬,୯୯୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି।

ଏହି ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ଠାରୁ ଛାତ୍ରୀଙ୍କର ପାସ ହାର ୦.୩୫ ପ୍ରତିଶତ ଅଧିକ ରହିଛି। ୯୮.୮୯ ପ୍ରତିଶତ ଛାତ୍ର ପାସ କରିଥିବା ସମୟରେ ୯୯.୨୪ ପ୍ରତିଶତ ଛାତ୍ରୀ ପାସ କରିଛନ୍ତି।

୫୭,୮୨୪ ଜଣ ଛାତ୍ରଛାତ୍ରୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି। ଆଉ ସେହିପରି ଭାବରେ ୨,୦୦,୯୬୨ ଛାତ୍ରଛାତ୍ରୀ ୯୦ ରୁ ୯୫ ପ୍ରତିଶତ ମଧ୍ୟରେ ନମ୍ବର ରଖିଛନ୍ତି।

ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯ ପ୍ରତିଶତ ପିଲା ପାସ କରିଛନ୍ତି। ସେହିପରି ଭାବରେ ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପିଲା ପାସ କରିଛନ୍ତି।

ଆଜି ମଧ୍ୟାହ୍ନ ୧୨ ଟା ସମୟରେ CBSEର ଅଫିସିଆଲ ସାଇଟ cbseresult.nic.in ରେ ପ୍ରକାଶ ପାଇଛି। ୧୮ ଲକ୍ଷ୍ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜଷ୍ଟ୍ରେସନ କରିଥିଲେ।

ଛାତ୍ରଛାତ୍ରୀମାନେ CBSE Digilocker ୱେବସାଇଟ, digilocker.gov.in କୁ ଯାଇ ମଧ୍ୟ ରେଜଲ୍ଟ ଜାଣିପାରିବେ। ଏଥିସହିତ ମାର୍କ ଶିଟ ଏବଂ ସାର୍ଟିଫିକେଟ ମଧ୍ୟ ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି, ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ । କରୋନା ପରିସ୍ଥିତି ସୁଧୁରିବା ପରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *