ଶସ୍ତା କଦଳୀ କିଣିବାପାଇଁ ବ୍ୟକ୍ତି ବାହାର କଲେ ଅଜବ ପ୍ରକାରର ଆଇଡ଼ିଆ, ଭିଡିଓ ଦେଖି ଆପଣ ମଧ୍ୟ ପ୍ରଶଂସା କରିବେ, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡ଼ିଆର ଦୁନିଆରେ ଯଦି ଆପଣ ଆକ୍ଟିଭ ଅଛନ୍ତି, ତେବେ ଆପଣ ମଧ୍ୟ ଜାଣିଥିବେ ଯେ କେତେବେଳେ କେଉଁ ଜିନିଷ ଦେଖିବାକୁ ମିଳିଯାଏ ତାହା କେହି ଜାଣିନଥାନ୍ତି | ଅନେକଥର ମଜାଳିଆ ଭିଡିଓ ସାମ୍ନାକୁ ଚାଲିଆସେ ତ ଆଉ କେତେବେଳେ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଯାଏ | ସେହିପରି କିଛି ଭିଡିଓକୁ ଦେଖିବାପରେ ତ ତା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକୁ ଦେଖି ଆପଣ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ |

ପ୍ରାୟତଃ ଲୋକମାନେ ପନିପରିବା ଏବଂ ଫଳ କିଣିଲେ ଡ଼ିସକାଉଣ୍ଟ ମାଗିଥାନ୍ତି, ଯେଉଁଥିପାଇଁ ସେମାନେ ଅନେକଥର ମିଛ କହିଥାନ୍ତି | ନିକଟରେ ଏପରି ଏକ ଭିଡିଓ ଆଜିକାଲି ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଡ଼ିସକାଉଣ୍ଟ ନେବାପାଇଁ ଅଜବ ଯୁଗାଡ଼କୁ ଆପଣାଇଛନ୍ତି | ଭିଡିଓରେ ବ୍ୟକ୍ତିଜଣଙ୍କର ଟ୍ୟାଲେଣ୍ଟ ଦେଖି ଆପଣ ମଧ୍ୟ ତାଙ୍କ ବୁଦ୍ଧିକୁ ପ୍ରଶଂସା କରିବେ |

ଦେଖନ୍ତୁ ଏହି ଭିଡିଓ :-

ମିଡିଆରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଫଳ ଦୋକାନରୁ ଏକ ଡର୍ଜନ କଦଳୀ ଉଠାଇ ପଳାଇ ଯିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଠିକ ସେତିକିବେଳେ ଫଳ ଵାଲା ବ୍ୟକ୍ତିଙ୍କୁ ଅଟକାଇ ପଚାରେ ଯେ ଭାଇ ତୁମକୁ କଣ ଦରକାର, ଠିକ ସେତିକିବେଳେ ବ୍ୟକ୍ତିଜଣକ କୁହନ୍ତି, କଦଳୀ କେତେ ଟଙ୍କା ? ଯାହା ଉପରେ ଦୋକାନୀ କୁହେ ଡର୍ଜନକୁ ୫୦ ଟଙ୍କା | ଯାହାପରେ ଗ୍ରାହକ କହେ, ଲାଜ କର ପଡୋଶୀ ଦୋକାନୀ ଗଙ୍ଗରାମ ଏହି କଦଳୀ ୩୦ ଟଙ୍କାରେ ଦେବାକୁ ରାଜି ଅଛି, ତାପରେ ଦୋକାନୀ କୁହେ ଯେ ଏମିତି କଦଳୀ ତ ମୁଁ ୧୦ ଟଙ୍କାରେ ଡର୍ଜନ ଦେଇଦେବି | ଏହାପରେ ଗ୍ରାହକ ଦୋକାନୀ ହାତରେ ୧୦ ଟଙ୍କା ଦେଇ କୁହେ ଯେ ଏହି ଟଙ୍କା ନିଅ, ତୁମ ଦୋକାନରୁ ହିଁ ନେଇଥିଲି |

ସୋସିଆଲ ମିଡିଆରେ ଏହି ପ୍ରାଂକ ଭିଡିଓ ଲୋକମାନଙ୍କୁ ଖୁବ ଭଲ ଲାଗୁଛି | ଏହି କାରଣରୁ ଅନେକ ୟୁଜର୍ସ ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ୟ ଲେଖିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଡ଼ିସକାଉଣ୍ଟ ମାଗିବାର ଏମିତି ଆଇଡ଼ିଆ ମୁଁ ଆଜି ପ୍ରଥମଥର ପାଇଁ ଦେଖୁଛି | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତିର ବୁଦ୍ଧି ପ୍ରଶଂସାଯୋଗ୍ୟ ଅଟେ, ଅଦ୍ଭୁତ | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ବ୍ୟକ୍ତିଙ୍କ ବୁଦ୍ଧିକୁ ବହୁତ ପ୍ରଶଂସା କରିଛନ୍ତି |

Leave a Reply

Your email address will not be published.