କୋହଲିଙ୍କ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଭବିଷ୍ୟତ କ୍ୟାପଟେନ,ଜାଣନ୍ତୁ ସେହି ଖେଳାଳିଙ୍କ ନାମ

ବିରାଟ କୋହଲିଙ୍କ ପାଖରେ ଅଧିନାୟକ ଦାୟିତ୍ୱ ପ୍ରମାଣ କରିବା ପାଇଁ ଆଉ କମ ସମୟ ରହିଛି। ଯଦି ସେ 2021 t-20 ବିଶ୍ୱକପ, 2022 t-20 ବିଶ୍ୱକପ ଓ 2023 ଦିନିକିଆ ବିଶ୍ୱକପ ମଧ୍ୟରୁ କୌଣସିରେ ଭାରତକୁ ବିଜୟ କରାଇ ପାରୁନାହାନ୍ତି ତାହେଲେ ତାଙ୍କର ଅଧିନାୟକ ପଦ ଚାଲି ଯାଇପାରେ। 2023 ବିଶ୍ୱକପ ପରେ ବିରାଟ କୋହଲିଙ୍କ ବୟସ 34-35 ହୋଇଯିବ ଓ ଏହାପରେ ଭାରତକୁ ଏକ ଯୁବ ଅଧିନାୟକ ଆବଶ୍ୟକ ରହିବ। ଆପଣଙ୍କୁ ଜଣାଇଦେଉଛୁ, ତିନିଜଣ ଏହିପରି ଧାକଡ଼ ବ୍ୟାଟ୍ସମ୍ୟାନ ରହିଛନ୍ତି ଯିଏକି କୋହଲିଙ୍କ ସ୍ଥାନରେ ପରମାନେଣ୍ଟ ଅଧିନାୟକ ପଦ ନେଇପାରିବେ।

ଋଷଭ ପନ୍ତ:-

ଋଷଭ ପନ୍ତ ଭାରତୀୟ ଦଳର ଆଗାମୀ ଅଧିନାୟକ ହୋଇପାରନ୍ତି। ବିଗତ କିଛିମାସ ମଧ୍ୟରେ ସେ ଟିମ ଇଣ୍ଡିଆ ପାଇଁ ଶାନଦାର ପ୍ରଦର୍ଶନ କରିଆସୁଛନ୍ତି। ତିନୋଟି ଫର୍ମାଟରେ ସେ ଅଧିନାୟକ ହେବାର ସମ୍ଭାବନା ରହିଛି। ଋଷଭଙ୍କ ପାଖରେ ଏକ ସ୍ମାର୍ଟ ମାଇଣ୍ଡ ରହିଛି ଓ ଅଧିନାୟକ ହେବାର ସମସ୍ତ ଗୁଣ ମଧ୍ୟ ରହିଛି। 2021 ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଅଧିନାୟକ ପଦ ଗ୍ରହଣ କରିଥିଲେ ଓ ସେ ଭଲ ପ୍ରଦର୍ଶନ ମଧ୍ୟ ଦେଖାଇଥିଲେ।

ଶୁଭମାନ ଗିଲ:-

ଶୁଭମାନ ଗିଲ ଭାରତ ପାଇଁ ଅଷ୍ଟ୍ରେଲିଆ ଗସ୍ତ ସମୟରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ସେସମୟରେ ଗିଲ ଅଷ୍ଟ୍ରେଲିଆ ଷ୍ଟାର ବୋଲର ପ୍ୟାଟ କମିନ୍ସଙ୍କ ଭଲ ସାମ୍ନା କରିଥିଲେ। ଭାରତ ବିଜୟରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶୁଭମାନ 2019 ମସିହାରେ ଦେଓଧର ଟ୍ରଫିରେ ଇଣ୍ଡିଆ ସି ପାଇଁ ଅଧିନାୟକ କରି 143 ରନର ନଟଆଉଟ ପାଳି ଖେଳିଥିଲେ। ନିଜ ଦଳକୁ ସେ ଫାଇନାଲ ପର୍ଯ୍ୟନ୍ତ ନେଇଯାଇଥିଲେ। ଆଶା କରାଯାଉଛି 2023 ପରେ ସେ ଭାରତୀୟ ଟିମର ଅଧିନାୟକ ଭାର ସମ୍ଭାଳିବେ।

ଶ୍ରେୟାସ ଆୟର:-

ମୁମ୍ବାଇର 26 ବର୍ଷୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଭାରତୀୟ ଟିମ ପାଇଁ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିଅର 2017 ମସିହାରେ ଆରମ୍ଭ କରିଥିଲେ। ଅଧିନାୟକ ପଦ କଥା କହିବାକୁ ଗଲେ ଆୟର 2018 ରୁ ଦିଲ୍ଲୀ କ୍ୟାପିଟାଲସ ର ଅଧିନାୟକ କରିଆସୁଛନ୍ତି। ସେ 2020 ମସିହାରେ ଦିଲ୍ଲୀ କୁ ଫାଇନାଲ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଏମିତିରେ କହିବା ଅତ୍ୟୁକ୍ତି ହେବନାହିଁ ଯେ, ସେ ମଧ୍ୟ 2023 ପରେ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି।

Leave a Reply

Your email address will not be published.