୭ ଟଙ୍କା ସଞ୍ଚୟ କରନ୍ତୁ ଆଉ ବୃଦ୍ଧ ସମୟରେ ୫୦୦୦ ଟଙ୍କା ପର୍ଯ୍ଯନ୍ତ ମାସିକ ପେନସନ ପାଆନ୍ତୁ,ଜାଣନ୍ତୁ ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ସୂଚନା

କେନ୍ଦ୍ର ସରକାର ମଧ୍ୟ ଲୋକଙ୍କର ବୃଦ୍ଧକାଳ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତିକି ଯାହା ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଅଛି। ବହୁତ କମ ନିବେଶ ଉପରେ ୬୦ ବର୍ଷ ପରେ ପ୍ରତ୍ଯେକ ମାସ ଭଲ ରିଟର୍ନ ମିଳୁଥିବା ଅଟଳ ପେନସନ ଯୋଜନାରେ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଅଛି। ଏହି ଯୋଜନାର ଖାସ କଥା ହେଉଛିକି ସାମାନ୍ୟ-ସାମାନ୍ଯ ନିବେଶରେ ଆର୍ଥିକ ଭାର ମଧ୍ୟ ଆସିନଥାଏ ଓ ବୃଦ୍ଧ ସମୟରେ ମିଳୁଥିବା ପେନସନରେ ବଞ୍ଚିବାର ଅନ୍ଦାଜ ପରିବର୍ତ୍ତନ ହୋଇଯାଏ।

ଏହି ଯୋଜନା ସୁରକ୍ଷିତ ଓ ଗ୍ୟାରେଣ୍ଟି ଅଛି। ଏହି ଯୋଜନାର ସବୁଠାରୁ ଖାସ କଥା ହେଉଛିକି ଯଦି ପେନସନ ନେଉଥିବା ଲୋକଙ୍କର ମୃତ୍ୟୁ ହୋଇଯାଏ ତେବେ ମଧ୍ୟ ତାଙ୍କର ନୋମିନୀଙ୍କୁ ଏହି ପେନସନ ଆଜୀବନ ମିଳିବ। ଏହି ଯୋଜନାର ଲାଭ ସ୍ଵାମୀ-ସ୍ତ୍ରୀ ଉଭୟ ନେଇପାରିଲେ। ଏମିତିରେ ଦୁଇଜଣ ଯଦି ପ୍ରତ୍ଯେକ ଦିନ ୧୪ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ୬୦ ବର୍ଷ ପରେ ଉଭୟଙ୍କୁ ୫୦୦୦-୫୦୦୦ ମାସିକ ପେନସନ ମିଳିବ। ଅର୍ଥାତ ଆପଣଙ୍କୁ ମାସକୁ ୧୦ହଜାର ଟଙ୍କାର ପେନସନ ମିଳିବ। ଅଟଳ ପେନସନ ଯୋଜନାର ଲାଭକୁ ନେଇ ସ୍ଵାମୀ-ସ୍ତ୍ରୀ ୧ ଲକ୍ଷ ୨୦ ହଜାର ବାର୍ଷିକ ପେନସନ ପାଇ ପାରିବେ। ପେନସନର ରାଶି ପ୍ରିମିୟମ ଉପରେ ନିର୍ଭର କରେ। ପେନସନର ସର୍ବନିମ୍ନ ରାଶି ୧୦୦୦ ଟଙ୍କା ଓ ସର୍ବାଧିକ ରାଶି ୫୦୦୦ ଟଙ୍କା ମାସିକ ରୂପରେ ସ୍ଥିର କରାଯାଇଛି।

ପେନସନର ଏହା ହେଉଛି ଖାସ କଥା ଯାହାକି ଆଉ କେଉଁଠି ମିଳିବ ନାହିଁ:-

ଏହି ଯୋଜନା ଅନ୍ତର୍ଗତ ପେନସନ ଯୋଜନା ନେବା ଉପରେ ଆୟକରରେ ସେକ୍ସନ ୮୦ ସିସିଡି(୧ବି) ଅନ୍ତର୍ଗତ ନିବେଶକଙ୍କୁ ୫୦୦୦୦ ଟଙ୍କାର ଆୟକର ଡିଡକ୍ସନ ପ୍ରଦାନ କରାଯିବ। ଏହା ବ୍ଯତୀତ ଯଦି ପେନସନ ପାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ପେନସନ ତାଙ୍କର ସ୍ଵାମୀ/ସ୍ତ୍ରୀ କିମ୍ବା ନୋମିନୀଙ୍କୁ ଟ୍ରାନ୍ସଫର କରିଦିଆଯିବ। ଅର୍ଥାତ ପେନସନର ଲାଭ ପରିବାରରେ ନିଶ୍ଚୟ କାହାରିକୁ ନା କାହାରିକୁ ମିଳିବ।

୧୮-୪୦ ବର୍ଷ ମଧ୍ୟରେ ଥିବା ଲୋକ ଏହାର ଲାଭ ନେଇପାରିବେ:-

ଯଦି ପେନସନର ଲାଭ ନେଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ୬୦ ବର୍ଷ ପୂର୍ବରୁ ହୋଇଯାଏ ତେବେ ସେହି ବ୍ୟବସ୍ଥାରେ ମଧ୍ୟ ପେନସନ ତାଙ୍କର ନୋମିନୀଙ୍କୁ ପ୍ରଦାନ କରାଯିବ। କୌଣସି ବ୍ଯାଙ୍କରେ କିମ୍ବା ପୋଷ୍ଟ ଅଫିସରେ ଖାତା ଖୋଲିବା ବ୍ଯତୀତ ଏହାର ଲାଭ ନିଆଯାଇପାରିବ। ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ସ୍ଥିର କରାଯାଇଛି। ଏଥିରେ ବୟସ ଓ ୬୦ ବର୍ଷ ପରେ ମିଳୁଥିବା ମୂଲ୍ୟର ହିସାବରେ ପ୍ରିମିୟମ ସ୍ଥିର କରାଯାଏ। ଏଥିରେ ୧୦୦-୧୪୫୪ ଟଙ୍କା ପର୍ଯ୍ଯନ୍ତ ମାସିକ ପ୍ରିମିୟମ ସ୍ଥିର କରାଯାଇଛି।

Leave a Reply

Your email address will not be published.