ଦେଶ ପାଇଁ ଛାଡିଦେଲେ ବିଦେଶରେ ଚାକିରୀ ଏବଂ ଫେରିଆସି IPS ହୋଇଗଲେ ପୂଜା ଯାଦବ,ଦିନେ ଥିଲା ସେ ରିସେପ୍ସନିଷ୍ଟ….ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ

ଅଧିକାଂଶ ଭାରତୀୟ ଯୁବାମାନେ ଇଚ୍ଛା କରିଥାନ୍ତି ଯେ ସେମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବେ କିମ୍ବା ଏକ ଭଲ ପ୍ୟାକେଜର ଜବ କରିବାକୁ ବିଦେଶ ଯିବେ | କେବଳ ଏତିକି ନୁହେଁ, ବିଦେଶରେ ଥରେ ଚାକିରୀ ମିଳିବା ପରେ ଯେ କେହି ସେଇଠି ହିଁ ସେଟଲ ହେବାକୁ ପସନ୍ଦ କରନ୍ତି, କିନ୍ତୁ ଆମେ ଆପଣଙ୍କୁ ଏପରି ଜଣେ ଝିଅର କାହାଣୀ କହିବାକୁ ଯାଉଛୁ , ଯାହାର ମନ ବିଦେଶ ଚାକିରୀରେ ଲାଗିଲା ନାହିଁ | ଆଜ୍ଞା ହଁ, ଏହି କାହାଣୀ ଅଟେ ପୂଜା ଯାଦବଙ୍କର, ଯିଏ କି ଜର୍ମାନୀରେ ଚାକିରୀ କରୁଥିଲେ, କିନ୍ତୁ ତାକୁ ସେ ଛାଡ଼ିଦେଇ ଭାରତକୁ ଆସିଗଲେ | ଆସନ୍ତୁ ଜାଣିବା ପୂଜା ଯାଦବଙ୍କ କାହାଣୀ …

ବିଦେଶରେ ଚାକିରୀ ଛାଡି ଆସିଲେ ଏବଂ କଲେ ୟୁପିଏସସିର ପ୍ରସ୍ତୁତି :-

ପୂଜା ଯାଦବ ବିଦେଶରୁ ଚାକିରୀ ଛାଡି ହିନ୍ଦୁସ୍ତାନ ଫେରିଲେ ଏବଂ ୟୁପିଏସସିର ପ୍ରସ୍ତୁତିରେ ଲାଗିପଡ଼ିଲେ | ଆଜି ପୂଜା ଯାଦବ ଦେଶର ଯୋଗ୍ୟ ଆଇପିଏସ ଅଟନ୍ତି | ଯିଏ ଗୁଜୁରାଟରେ ପୋଷ୍ଟେଡ଼ ଅଛନ୍ତି | ସେ ହରିଆଣାରେ ରୁହନ୍ତି | ପୂଜା ଯାଦବଙ୍କ ସକ୍ସେସ ଷ୍ଟୋରି ଯୁବାମାନଙ୍କୁ କେଉଁଠି ନା କେଉଁଠି ନିଶ୍ଚୟ ପ୍ରେରିତ କରିବ |

କିଏ ଏହି ଆଇପିଏସ ପୂଜା ଯାଦବ ?

କୁହାଯାଉଛି ଯେ ସେପ୍ଟେମ୍ବର ୨୦ ତାରିଖ ୧୯୮୮ରେ ଜନ୍ମ ହୋଇଥିବା ପୂଜା ଯାଦବଙ୍କ ପିଲାଦିନ ହରିୟାଣାରେ ବିତିଲା | ପୂଜା ଯାଦବ ଗୋଡ୍ରାର ଏସପି ଡକ୍ଟର ଲୀନା ପାଟିଲଙ୍କ ଅଧୀନରେ ନିଜର ଟ୍ରେନିଂ ପୁରା କରିଥିଲେ | ଟ୍ରେନିଂ ପରେ ସେ ସେପ୍ଟେମ୍ବର ୨୦୨୦ ରେ ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଥରାଦରେ ASP ଭାବରେ ପ୍ରଥମ ପୋଷ୍ଟିଂ ମିଳିଲା | ସେ ଥରାଦରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଆଇପିଏସ ଅଟନ୍ତି |

ରିସେପ୍ସନିଷ୍ଟ ଭାବରେ କାମ କରି ପୂଜା ନିଆରା ଖର୍ଚ୍ଚ ବାହାର କରିଥିଲେ :-

ତେବେ ପୂଜା ଯାଦବଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଭଲ ନଥିଲା | ପୂଜା ରିସେପ୍ସନିଷ୍ଟ ଭାବରେ କାମ କରି ଏବଂ ପିଲାମାନଙ୍କୁ ଟ୍ୟୁସନ କରି ଏମଟେକ ପଢିବାପାଇଁ ଖର୍ଚ୍ଚ ବାହାର କଲେ | ଵାୟୋ ଟେକ୍ନୋଲୋଜିରେ ଇଣ୍ଡିଆରେ ଜବର ଅବସର କମ ମିଳିବାରୁ ପୂଜା ବିଦେଶ ଚାଲିଗଲେ | କାନାଡ଼ା ଏବଂ ଜର୍ମାନୀରେ ଜବ କଲେ |

ଏଥିପାଇଁ ଛାଡିଲେ ବିଦେଶରେ ଜବ :-

ପୂଜା କୁହନ୍ତି ଯେ ଯେତେବେଳେ ସେ ଜର୍ମାନୀରେ ଜବ କରୁଥିଲେ, ସେତେବେଳେ ତାଙ୍କୁ ଅନୁଭବ ହେଲା ଯେ ସେ ଜର୍ମାନୀର ବିକାଶରେ ଯୋଗଦାନ କରୁଛନ୍ତି ଏବଂ ସେ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ | ଏପରି ପରିସ୍ଥିତିରେ ଜବ ଛାଡ଼ିଦେଇ ଇଣ୍ଡିଆ ଆସିଲେ ଏବଂ ୟୁପିଏସସିର ପ୍ରସ୍ତୁତିରେ ଲାଗିପଡ଼ିଲେ |

ଦ୍ୱିତୀୟ ଚେଷ୍ଟାରେ ମିଳିଲା ସଫଳତା :-

ବିଦେଶରୁ ଫେରି ୟୁପିଏସସି ପରୀକ୍ଷାରେ ପ୍ରଥମଥର ଅସଫଳତା ମିଳିଲା, କିନ୍ତୁ ସେ ସାହସ ହରାଇ ନଥିଲେ ଏବଂ ୨୦୧୮ ମସିହାରେ ପୂଜାଙ୍କ ଇଚ୍ଛା ପୂରଣ ହୋଇଗଲା | ନିଜର ଦ୍ୱିତୀୟ ଚେଷ୍ଟାରେ ପୂଜା ଯାଦବ ଆଇପିଏସ ହୋଇଗଲେ |

 

Leave a Reply

Your email address will not be published. Required fields are marked *