ମୋତେ କ୍ଷମା କରିଦିଅ, ଦୟାକରି ବ୍ୟାନ କରନ୍ତୁ ନାହିଁ – ବିରାଟ କୋହଲି

ବିରାଟ କୋହଲି କ୍ରିକେଟ ମୈଦାନରେ ବହୁତ ଆକ୍ରମକ ନଜରରେ ରହିଥାନ୍ତି। ଏମିତି କିଛି ଘଟଣା ହୋଇଛି ଯାହାକି ମୈଦାନରେ ସେ ସବୁ ସୀମା ମଧ୍ୟ ପାର କରିଦେଇଛନ୍ତି। ଥରେ ବିରାଟ କୋହଲି ମୈଦାନରେ ଭୁଲ କରିବାରୁ ରେଫରୀ ତାଙ୍କୁ ଡ଼ାକିଥିଲେ ଓ କୋହଲି ତାଙ୍କୁ କ୍ଷମା ମାଗି କହିଥିଲେ କି, ମ୍ୟାଚରୁ ବ୍ୟାନ ନକରିବା ପାଇଁ।

କୋହଲିଙ୍କ ଏହି ହରକତ କାରଣରୁ ହୋଇଥିଲା ବବାଲ:-

ଏହି ଘଟଣା 2012 ମସିହାର ଅଟେ ଯେତେବେଳେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଥିଲା। ବିରାଟ ଯେତେବେଳେ ସିଡନୀରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ସମୟରେ ଦର୍ଶକଙ୍କୁ ମଝି ଆଙ୍ଗୁଳି ଦେଖାଇଥିଲେ। କୋହଲି ଏହି ମ୍ୟାଚ ସମୟରେ ବାଉଣ୍ଡାରୀ ପାଖରେ ଫିଲ୍ଡିଂ କରୁଥିଲେ ଓ ଅଷ୍ଟ୍ରେଲିଆ ପ୍ରଶଂସକ ତାଙ୍କର ଧ୍ୟାନ ଭଙ୍ଗ କରୁଥିଲେ। ଆପଣଙ୍କୁ କହିଦେଉଛୁ, ଯେକେହିବି ବିରାଟଙ୍କୁ ଚିଡାଇବାକୁ ଚେଷ୍ଟା କରି କୋହଲି ମଧ୍ୟ ସେହି ଭାଷାରେ ଜବାବ ଦେଇଥାନ୍ତି।

କୋହଳିଙ୍କୁ ମ୍ୟାଚ ରେଫରୀ ସାମ୍ନାରେ କରିବାକୁ ପଡ଼ିଲା ମିନତି:-

ଦର୍ଶକଙ୍କ ଗାଳି ପରେ କୋହଲି ନିଜକୁ ଅଟକାଇ ନପାରି ନିଜର ମଝି ଆଙ୍ଗୁଠି ଦେଖାଇଦେଲେ ଓ ଏହାପରେ ସେ ଚର୍ଚ୍ଚାକୁ ଚାଲିଆସିଥିଲେ। କୋହଲି ଏହି ଘଟଣାର ପର୍ଦାଫାଶ 2018ରେ କରିଥିଲେ। କୋହଲି କହିଥିଲେ ସିଡନୀରେ ଏହି ଘଟଣା ପରେ ସେ ମ୍ୟାଚ ରେଫରୀ ପାଖକୁ ଯାଇଥିଲେ ଓ ତାଙ୍କ ଉପରେ କୌଣସି ବ୍ୟାନ ନଲଗାଇବାକୁ କହିଥିଲେ।

ବ୍ୟାନ ନକରିବାକୁ କହିଥିଲେ ମିନତି:-

ଟାଇମସ ନାଓ ଅନୁସାରେ, ବିରାଟ କୋହଲି ଘଟଣା ବିଷୟରେ କହିଥିଲେ କି, ମ୍ୟାଚ ରେଫରୀ ରଞ୍ଜନ ମଟୁଗଲେ ମୋତେ ତାଙ୍କ ରୁମ କୁ ଡ଼ାକିଥିଲେ ଓ କହିଥିଲେ କଣ ହେଲା? କାଲି ବାଉଣ୍ଡାରୀ ପାଖରେ କଣ ହୋଇଥିଲା? ଏହାପରେ ମୁଁ କହିଲି, କିଛିନାହିଁ ବାସ ମଜାକ ଥିଲା। ଏହାପରେ ସେ ନ୍ୟୁଜ ପେପର ମୋ ସାମ୍ନାକୁ ଫୋପାଡ଼ି ଦେଲେ ଯେଉଁଥିରେ ହେଡ଼ଲାଇନରେ ମୋ ଫୋଟ ଲାଗିଥିଲା। ଏହାପରେ ମୁଁ କ୍ଷମା ମାଗିଥିଲି। ରଞ୍ଜନ ଜଣେ ଭଲ ବ୍ୟକ୍ତି ଥିଲେ, ସେ ଯୁବାଙ୍କ ଭାବନାକୁ ବୁଝିପାରୁଥିଲେ ଓ ମୋତେ କ୍ଷମା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *