ମୁଣ୍ଡବ୍ୟଥା : ମୁଣ୍ଡବ୍ୟଥାର ସମସ୍ୟା ରହିଛି ଯଦି ତେବେ ଏବେ କରନ୍ତୁ ଏହି ପରିବର୍ତ୍ତନ,ତୁରନ୍ତ ମିଳିବ ମୁକ୍ତି

ଏହି ପରୀକ୍ଷଣର ନିଷ୍କର୍ଷ “ଦ ବିଏମଜେ” ଜର୍ନାଲରେ ପ୍ରକାଶିତ କରାଯାଇଛି|ଦୁନିଆସାରା ମାଇଗ୍ରେନ ମୁଣ୍ଡବ୍ୟଥାର ବଡ କାରଣ|ବହୁବାର ରୋଗୀଙ୍କ ଚିକିତ୍ସା ପରେ ମଧ୍ୟ ପୂରାପୂରି ଯନ୍ତ୍ରଣାରୁ ଆରାମ ମିଳିପାରେ ନାହିଁ|ଏହି ଅଧ୍ୟୟନ ରେ ଖାସକରି ଫୋକସ କରାଯାଇଥିଲା ଯେ ରୋଗୀଙ୍କ ପାଖରେ ଏମିତି ଆଡସିନାଲ ଅପ୍ସନ ରହୁ ଫଳରେ ତାକୁ ଭବିଷ୍ୟତରେ ମାଇଗ୍ରେନ ଓ ମୁଣ୍ଡବ୍ୟଥା କମ ହେବ|ଏଥିରେ ଡାଏଟରେ ପରିବର୍ତ୍ତନ ଉପରେ ଜୋର ଦିଆଯାଇଥିଲା|

ଏହି ଷ୍ଟଡିର ସହାୟକ ଲେଖକ ୟୁନସି ସ୍କୁଲ ଅଫ ମେଡିସିନର ସାଇକିଏଷ୍ଟ୍ରି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡାଏଜି ଜାମୋରା‌ କହିଛନ୍ତି ଯେ ଆମର ପୂର୍ବପୁରୁଷ ଅଲଗା ଅଲଗା ମାତ୍ରାରେ ‌ଅଲଗା ଅଲଗା ଫ୍ୟାଟ୍ ଡାଏଟରେ ନେଉଥିଲେ|କିନ୍ତୁ ମଡର୍ନ ଡାଏଟ୍ ଏଥିରୁ ଅଲଗା|ପଲି ଅନ ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଯାହା‌ ଆମର ଶରୀର ପ୍ରଡ୍ୟୁସ କରେନାହିଁ,ଏହା ଆମର ଡାଏଟରେ କର୍ନ ତେଲ,ସୋୟାବିନ,କଟନ ସିଡ୍ ଓ ବହୁ ପ୍ରକାରର ପ୍ରୋସେସ୍ଡ ଫୁଡ୍ ଯେପରି ଚିପ୍ସ,କ୍ରୋକୋର୍ସ ଓ ଗ୍ରୋନୋଲାକୁ ସାମିଲ କରିବା ଫଳରେ ବଢିଯାଏ|

ପଲି ଅନସାଚୁରେଟେଡ୍ ଫ୍ୟାଟି ଏସିଡର ଜିନ କ୍ଲାସେଜର ଏହି ଷ୍ଟଡିରେ ପରୀକ୍ଷଣ କରାଗଲା‌ ଓମେଗା ୬ ଓ ଓମେଗା ୩ ସାମିଲ ଥିଲା|ଏହି ଦୁଇଟି ଆମ ଶରୀରର ଫଙ୍କସନରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ|କିନ୍ତୁ ଶରୀରରେ ଏହାର ନିୟନ୍ତ୍ରଣ ଜରୁରୀ|ଏନ-୩ ଫ୍ଯାଟି ଏସିଡ୍ ସୂଜନ କମ କରେ ଓ ଏନ-୬ ଡେରିଭେଟିଭ୍ସ କିଛି ମୁଣ୍ଡବ୍ୟଥା ବଢାଏ|

ଆଜି‌ ଆମେ ପ୍ରୋସେସ୍ଡ ଫୁଡ ଅଧିକ ମାତ୍ରାରେ ଖାଆନ୍ତି ଏଥିପାଇଁ ଏନ୍-୬ ଅଧିକ ମାତ୍ରା ନିଅନ୍ତି ଓ ଏନ୍-୩ କମ ମାତ୍ରାରେ|ୟୁନସି ସ୍କୁଲ ଅଫ ମେଡିସିନର ନ୍ୟୁରୋଲୋଜି ଓ ଇଣ୍ଟରନାଲ‌ ମେଡିସିନ ବିଭାଗରେ ଏମ୍ ଡି ଡଗମ୍ୟାନ ଷ୍ଟଡିକୁ ଲିଡ କରିଥିଲେ ଓ ସେ ଏହାକୁ ୧୮୨ ଜଣ ରୋଗୀଙ୍କ ଉପରେ ପ୍ରୟୋଗ କରିଥିଲେ ଯାହାକୁ ମାଇଗ୍ରେନ ସମ୍ବନ୍ଧରେ ଜଣା ପଡିଲା ଓ ତାହାର ଚିକିତ୍ସା କରିଥିଲେ|ଏଥିରେ ରୋଗୀଙ୍କ ଉପରେ ଷ୍ଟଡି କରିଥିଲେ ଓ ଜଣାଗଲା ଯେ ଡାଇଟରେ ମହଜୁଦ ଫ୍ୟାଟି ଏସିଡର ମାତ୍ରା ମୁଣ୍ଡବ୍ୟଥା‌ ଉପରେ ପ୍ରଭାବ ପକାଏ|

ଡାଏଜି ଜାମୋରା କହିଛନ୍ତି ଯେ ଯେଉଁ ରୋଗୀଙ୍କ ଉଚ୍ଚ ଏନ-୩ ଓ କମ୍ ଏନ-୬ ଫ୍ୟାଟି ଏସିଡ୍ ଯୁକ୍ତ ଡାଏଟ୍ ଦିଆଗଲା ସେଥିରେ ପରିବର୍ତ୍ତନ ଦେଖାଗଲା|ଏମିତି ରୋଗୀ ଯେଉଁମାନେ କମ ଏନ-୬ ଫ୍ଯାଟି ଏସିଡ ଯୁକ୍ତ ଡାଏଟ୍ ନେଲେ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳେ|

ଏମିତି କିଛି ରୋଗୀଙ୍କ ମେଡିସିନ କମ କରିବାରେ ସଫଳ ହୋଇଥିଲା|ଏଥିରେ ମୁଖ୍ୟତଃ ମାଛରୁ ମିଳୁଥିବା ଏନ-୩ ଫ୍ୟାଟି ଏସିଡ୍ ଉପରେ ଟେଷ୍ଟ କରାଯାଇଥିଲା‌ ଓ ଏଥିରେ ଡାଏଟ୍ରି ସପ୍ଲିମେଣ୍ଟ ନଥିଲା|

Leave a Reply

Your email address will not be published. Required fields are marked *