୮୨୦୦ ଟଙ୍କା ଶସ୍ତା ହେଲା ସୁନା: ରୂପାର ଦାମ ବି କମ , ଏବେ ମିସ କଲ ଦେଇ ଜାଣନ୍ତୁ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ

ସୁନା ବା ରୁପା କିଣିବାକୁ ଇଛୁକ ଥିବା ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ବିଶ୍ୱ ବଜାରରେ ହ୍ରାସ ପାଇଲା ସୁନା ଓ ରୁପାର ମୂଲ୍ୟ। ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସୋମବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଇରେ ସୁନା ଦର ୦.୧୬ ପ୍ରତିଶତ ହ୍ରାସ ପାଇଥିବା ସମୟରେ ରୁପାର ଦର ୦.୩ ପ୍ରତିଶତ ହ୍ରାସ ପାଇଛି।

ଏମସିଇରେ ସୁନା ସୋମବାର ଦିନ ୧୦ ଗ୍ରାମ ପ୍ରତି ୪୭,୯୨୬ ଟଙ୍କାରେ କାରବାର କରୁଥିବା ସମୟରେ ରୁପାର ଦାମ କେଜି ପିଛା ପ୍ରତି ୬୭,୮୬୫ ଟଙ୍କା ରହିଛି। ଆଉ ଗତ ସପ୍ତାହରେ ସୁନା ଦର ପ୍ରାୟ ୪୦୦ ଟଙ୍କା କମିଥିବା ସମୟରେ ରୁପାର ମୂଲ୍ୟ ମଧ୍ୟ ଅହେତୁକ ହ୍ରାସ ପାଇଛି।

ଭାରତୀୟ ବଜାର ନୁହେଁ, ବିଶ୍ୱ ବଜାରରେ ବି ସୁନା ଦର ହ୍ରାସ ପାଇଛି। ସୋମବାର ଦିନ ସୁନା ଆଉନ୍ସ ପିଛା ୧୮୦୯.୨୧ ଡଲାର ରହିଛି। ଆଉ ସେହିପରି ଭାବରେ ରୁପାର ଦାମ ଆଉନ୍ସ ପିଛା ୨୫.୩୭ ଡଲାର ରହିଛି। ଆଉ ପ୍ଲାଟିନମର ଦାମ ଆଉନ୍ସ ପିଛା ୦.୬ ପ୍ରତିଶତ ବୃଦ୍ଧି ପାଇ ୧୦୫୪.୭୨ ଡଲାର ରହିଛି।

ଚଳିତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏବେ ସୁନାର ଦର ୮୨୭୪ ଟଙ୍କା କମିଛି। ଗତବର୍ଷ ଅଗଷ୍ଟ ମାସରେ ୧୦ ଗ୍ରାମ ପ୍ରତି ସୁନାର ଦର ୫୬,୨୦୦ ଟଙ୍କା ରହିଛି। ଯାହା ଏବେ ୪୭,୯୨୬ ଟଙ୍କା ରହିଛି।

ଇଏମଆଇ ଦ୍ୱାରା କିଣିହେବ ସୁନା

ଆପଣଙ୍କ ପାଖରେ ଯଦି ଟଙ୍କା କମ ଅଛି ତାହେଲେ ଆପଣ ଇଏମଆଇରେ ଅଳଙ୍କାର କିଣିପାରିବେ। ଅଳଙ୍କାର କଣିବା ପାଇଁ ବିଭିନ୍ନ ସଂସ୍ଥା ଇଏମଆଇରେ ଅଫର ଦେଉଛନ୍ତି। ଏଥିପାଇଁ ଆପଣଙ୍କୁ ୨୦ ପ୍ରତିଶତ ଡାଉନପେମେଣ୍ଟ ଦେବାକୁ ପଡ଼ିବ। ଆଉ ଅର୍ଡର କରିବାର ୧୦ ଦିନ ପରେ ଅଳଙ୍କାର ଡେଲିଭରୀ ହେବ।

ମିସ କଲ ଦେଇ ଜାଣିପାରିବେ ସୁନାର ଦର

ଆପଣ ଯଦି ଘରେ ବସି ସୁନାର ଦର ସଂପର୍କରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରରେ ମିସ କଲ କରିବାକୁ ପଡିବ। ଆଉ ଏହାପରେ ଆପଣଙ୍କ ମୋବାଇଲକୁ ସୁନା ଦର ସଂପର୍କରେ ମେସେଜ ଆସିଯିବ।

Leave a Reply

Your email address will not be published. Required fields are marked *