ପଇସାର ମୂଲ୍ୟ ବୁଝିଲେନି ଦୁତୀ

ଦୁତୀଙ୍କ ଭଉଣୀ ଏକ ଭିଡିଓ ତିଆରି କରି କହିଛନ୍ତିକି ଦୁତୀଙ୍କର ଏହି ପ୍ରଦର୍ଶନରେ ସେ ନିରାଶ ଅଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ଲଜ୍ଜା ଅନୁଭବ କରୁଛନ୍ତି। ଓ ଏମିତି ହେବା ମଧ୍ୟ ସ୍ଵାଭାବିକ ଅଟେ। କାରଣ ସରକାର ତାଙ୍କ ପାଇଁ କୋଟି କୋଟି ପଇସା ଖର୍ଚ୍ଚ କରୁଛନ୍ତି। ସରକାର ଦୁତୀଙ୍କର ଏହି ଚାରିବର୍ଷ ଅଲମ୍ପିକ ପାଇଁ ପ୍ରସ୍ତୁତି ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଦୁତୀ ଏଥିରେ ଖରାପ ପ୍ରଦର୍ଶନ ଦେଖାଇଛନ୍ତି ସେ ପଇସାର ମୂଲ୍ୟକୁ ବୁଝିପାରିଲେ ନାହିଁ।

ତାଙ୍କର ଷ୍ଟପୱାଚ କୋଚଙ୍କୁ ନେଇ କହିଲେକି ଦୁତୀଙ୍କ କୋଚ ହାପ ପ୍ଯାଣ୍ଟ ପିନ୍ଧି ବେକରେ ହ୍ଵିସିଲ ପକାଇଦେଲେ କେହି କେବେ ଆନ୍ତର୍ଜାତୀୟ କୋଚ ହୋଇଯାଏ ନାହିଁ। ଦୃତୀଙ୍କର ସମର୍ଥ ଯାହା ତାହା ସେ କରାଇପାରିଲେ ନାହିଁ। କିନ୍ତୁ ମଜା କରିବା, ବୁଲାବୁଲି କରିବା ଯେଉଁ ସମୟରେ ବୁଲାବୁଲି କରିବା କଥା ସେହି ସମୟରେ ପ୍ରେମରେ ସେ ମୁଣ୍ଡ ପୂରାଇଲେ ଯେଉଁଥିପାଇଁ ଆଜି ସେ ନିରାଶ ହେଲେ।

ଦୁତୀଙ୍କୁ ପଇସାର ମୂଲ୍ୟ ବୁଝିବାକୁ ହେବ କାରଣ ତାଙ୍କର ଏହି ଚାରି ବର୍ଷର ଟ୍ରେନିଂ ସମୟରେ ସରକାର ଯେଉଁ ପଇସା ଖର୍ଚ୍ଚ କରିଛନ୍ତି, ତାହା ଗରିବ ଲୋକଙ୍କର ଟ୍ୟାକ୍ସରୁ ଆସିଛି। ଦୁତୀଙ୍କୁ ଏହା ବୁଝିବାକୁ ହେବ।

ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦୂତୀଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳରେ ମନ ଦେବା ବେଳେ ସେ ପ୍ରେମ ବ୍ୟାପାରରେ ମୁଣ୍ଡ ପୂରେଇଲେ। ସରକାରଙ୍କ କୋଟିକୋଟି ଟଙ୍କା ପାଣିରେ ପକେଇଲେ।

ଟୋକିଓ ଅଲିମ୍ପିକ୍ସରେ ଦୂତିଙ୍କ ନିରାଶଜନକ ପ୍ରଦର୍ଶନ ନେଇ ଏମିତି କହିଛନ୍ତି ତାଙ୍କ ଭଉଣୀ ସରସ୍ୱତୀ । ତେବେ ସରସ୍ୱତୀଙ୍କ ଏହି ମନ୍ତବ୍ୟ ସମ୍ପର୍କରେ ଦୂତୀ କିମ୍ବା ତାଙ୍କ କୋଚଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

Leave a Reply

Your email address will not be published. Required fields are marked *