୧୮ ସେକେଣ୍ଡରେ ପିଇଦେଲେ ୨ ଲିଟର ସୋଡ଼ା, ଆଶ୍ଚର୍ଯ୍ୟ କରିଦେବ ଏହି ଭିଡିଓ

ଆମେ ସମସ୍ତେ ନିଜର ଆଖପାଖରେ ଏମିତି କିଛି ଲୋକଙ୍କୁ ନିଶ୍ଚିତ ଭାବରେ ଦେଖିଥିବା, ଯେଉଁମାନେ ଖାଇବା-ପିଇବାକୁ ବହୁତ ଭଲ ପାଆନ୍ତି | ଏହି ଲୋକମାନେ ଯେକୌଣସି ସ୍ଥାନରେ ମଧ୍ୟ, ଯେତେ ବି ପରିମାଣର ଏବଂ କିଛି ବି ଖାଇ-ପିଇ ପାରିବେ | କେବଳ ଏତିକି ନୁହେଁ, ଏହି ଲୋକ ନିଜର ଖାଇବା-ପିଇବାକୁ ନେଇ ଭଲ ପାଉଥିବା କାରଣରୁ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଥାନ୍ତି | ନିକଟରେ ଜଣେ ବ୍ୟକ୍ତି ନିଜର ଅଜବ ପ୍ରକାରର ପସନ୍ଦ କାରଣରୁ ବିଶ୍ୱ ରେକର୍ଡ କରିଛନ୍ତି | ଦେଖନ୍ତୁ ଭାଇରଲ ଭିଡିଓ |

ସେକେଣ୍ଡରେ ଢ଼ାଳିଲେ ସୋଡ଼ା :-

କିଛି ଲୋକ ରେକର୍ଡ କରିବାପାଇଁ ଯେକୌଣସି ସୀମାକୁ ଚାଲିଯାନ୍ତି | ନିକଟରେ ଗିନିଜ ବୁକ ଅଫ ରେକର୍ଡରେ ଜଣେ ବ୍ୟକ୍ତିଙ୍କର ଅଜବ ପ୍ରକାରର କାରନାମା ପଞ୍ଜିକରଣ କରାଯାଇଛି | ଏହି ଭିଡିଓରେ Eric Badlands Booker ନାମକ ଜଣେ ବ୍ୟକ୍ତି ବିଜୁଳି ସ୍ପିଡ଼ରେ ସୋଡ଼ା ପିଉଛନ୍ତି | ଯେତେ ସମୟରେ ସେ ସୋଡ଼ା ଶେଷ କରିଛନ୍ତି, ହୁଏତ ଆପଣ ସେତିକି ସମୟରେ ପାଣି ମଧ୍ୟ ପିଇପାରିବେ ନାହିଁ | ଏହି ବ୍ୟକ୍ତି କେବଳ ୧୮.୪୫ ସେକେଣ୍ଡରେ ପ୍ରାୟ ୨ ଲିଟର ସୋଡ଼ା ପିଇ ଯାଆନ୍ତି |

ଇନ୍ସଟାଗ୍ରାମରେ ସେୟାର ହେଲା ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Guinness World Records (@guinnessworldrecords)

ଏରିକ ବ୍ୟାଡଲାଣ୍ଡସ ବୁକରଙ୍କ ଏହି ରେକର୍ଡକୁ ବର୍ତ୍ତମାନ ସୁଦ୍ଧା କେହି ବି ଭାଙ୍ଗିପାରି ନାହାନ୍ତି | ସାଧାରଣତ ଲୋକମାନଙ୍କୁ କୋଲଡ଼ ଡ୍ରିଙ୍କ ପିଇବାକୁ ସମୟ ଲାଗିଥାଏ, କିନ୍ତୁ ଏହି ବ୍ୟକ୍ତି ତ ଏତେ ଶୀଘ୍ର ଯେକୌଣସି କୋଲଡ଼ ଡ୍ରିଙ୍କ ପିଇ ଦେଉଛନ୍ତି ଯେତିକି ସମୟରେ ଆପଣ ପଲକ ମଧ୍ୟ ପକାଉନଥିବେ | ଏହି ଭିଡିଓକୁ ଗିନିଜ ବୁକ ଅଫ ରେକର୍ଡର ଅଫିସିଆଲ ଆକାଉଣ୍ଟରେ ସେୟାର କରାଯାଇଛି |

ସୋସିଆଲ ମିଡିଆରେ ଏହି ଭାଇରଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି | ସବୁ ଲୋକ ଏହି ଅଜବ ବ୍ୟକ୍ତିଙ୍କ କାରନାମାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି | ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି |

Leave a Reply

Your email address will not be published. Required fields are marked *