ଦରମା ବୃଦ୍ଧିର ଖୁସିରେ ଲାଗିଲା ଗ୍ରହଣ ! ନୂତନ ଶ୍ରମ କୋଡ ପରେ ବଦଳିଯିବ ଆପଣଙ୍କ ଦରମା ସ୍ଲିପ୍,ଜାଣନ୍ତୁ କିପରି

ନୂତନ ଶ୍ରମ କୋଡ:କରୋନା ମହାମାରୀର ଦ୍ୱିତୀୟ ଲହର ସତ୍ୱେ କିଛି କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ବଢାଇଛନ୍ତି|ଯଦି ଆପଣଙ୍କୁ ଏମିତି ଲାଗୁଛି ଯେ ସାଲାରୀ ବଢିବା ପରେ ଆପଣଙ୍କ ନଗଦ ଟଙ୍କା ଅଧିକ ହୋଇଗଲା ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର|ପ୍ରକୃତରେ ଏହି ଖୁସି ବେଶି ଦିନ ରହିବ ନାହିଁ|ପ୍ରକୃତରେ ନୂତନ ଶ୍ରମ କୋଡ ଲାଗୁହେବା ପରେ ଆପଣଙ୍କ ନଗଦ ଟଙ୍କା ସହ ଟ୍ୟାକ୍ସ ବୋଝ ବଢିପାରେ|

କୈଣସି କର୍ମଚାରୀଙ୍କ ସିଟିସି ରେ ୩-୪ କମ୍ପୋନେଣ୍ଟ ହୋଇଥାଏ|ବେସିକ୍ ସାଲାରୀ,ହାଉସ ରେଣ୍ଟ ଆଲାଉନ୍ସ,ରିଟାୟାରମେଣ୍ଟ ବେନିଫିଟ୍ ଯେପରି ପିଏଫ୍,ଗ୍ରାଚ୍ୟୁଟି ଓ ପେନସନ ଓ ଟ୍ୟାକ୍ସ ବଞ୍ଚେଇବା ଭତ୍ତା ଯେପରି ଏଲଟିଏ ଓ ଏଣ୍ଟରଟେନମେଣ୍ଟ ଆଲାଉନ୍ସ|ଏବେ ନୂତନ ଶ୍ରମ ଆଇନରେ ଏହା ସ୍ଥିର ହେଲା ଯେ ଭତ୍ତା ଦରମାର ୫୦% ରୁ ଅଧିକ ହୋଇପାରିବ ନାହିଁ|ଯଦି କୈାଣସି କର୍ମଚାରୀଙ୍କ ଦରମା ୫୦୦୦୦ ପ୍ରତିମାସ ଅଟେ,ତେବେ ତାର ମୂଳ ଦରମା ୨୫୦୦୦ ଓ ଭତ୍ତା ୨୫୦୦୦ ହେବା ଆବଶ୍ୟକ|

ମାନେ ଏପର୍ଯ୍ୟନ୍ତ ଯେଉଁ କମ୍ପାନୀ ବେସିକ୍ ସାଲାରୀ ୨୫-୩୦% ରଖୁଥିଲେ ଓ ବାକି ଭାଗ ଆଲାଉନ୍ସ ହେଉଥିଲା,ଏବେ ବେସିକ୍ ସାଲାରି ୫୦%ରୁ କମ୍ ରଖିପାରିବେ ନାହିଁ|ଏଥିପାଇଁ କମ୍ପାନୀକୁ ନୂତନ ଶ୍ରମ ଆଇନ ଫଳରେ କିଛି ଭତ୍ତା କଟାଇବାକୁ ହେବ|

ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଇଟି ସିଧାସଳଖ କର୍ମଚାରୀଙ୍କ ମୂଳ ଦରମା ସହିତ ଜଡିତ ରହିଥାଏ|ତେଣୁ ମୂଳ ଦରମା ବଢିଲେ ଏହି ଦୁଇଟି ଅଂଶ ବଢିବ|ମାନେ କମ୍ପାନୀ ରିଟାୟାରମେଣ୍ଟ ଫଣ୍ଡ ବଢେଇବ କିନ୍ତୁ ନଗଦ ଟଙ୍କା କମିଯିବ କାରଣ ଏକ ବଡ ଅଶ ପିଏଫ୍ ଓ ଗ୍ରାଚ୍ୟୁଇଟିରେ ଲାଗିବ|ଏକ ଉଦାହରଣ ନିଅନ୍ତୁ|ଯଦି ଜଣଙ୍କ ଦରମା ୧ ଲକ୍ଷ ଟଙ୍କା|ତାର ମୂଳ ଦରମା ୩୦୦୦୦ ଅଟେ|କର୍ମଚାରୀ ଓ କମ୍ପାନୀ ପିଏଫ୍ ରେ ୧୨-୧୨% ଯୋଗଦାନ ଦେଇଥାନ୍ତି|ମାନେ ଦୁହେଁ ୩୬୦୦ ଟଙ୍କା ଦେବେ|ତେବେ କର୍ମଚାରୀଙ୍କ ନଗଦ ଦରମା ୯୨୮୦୦ଟଙ୍କା|କିନ୍ତୁ ଯେଵେ ମୁଳ ଦରମା ୫୦୦୦୦ ହେବ,ନଗଦ ଟଙ୍କା ୮୮୦୦୦ ମାନେ ପୂରା ମାସ ୪୮୦୦ ଟଙ୍କା କମ ହେଵ|

ନୂତନ ଶ୍ରମ ଆଇନ ଫଳରେ କର୍ମଚାରୀଙ୍କ ଦରମା ଷ୍ଟ୍ରକ୍ଚର ବଦଳିଯିବ|ଯାହାର ଦରମା ଅଧିକ ତାକୁ ଅଧିକ ଟ୍ୟାକ୍ସ ଦେବାକୁ ହେବ|କାରଣ ତାଙ୍କ ସବୁ ଭତ୍ତା ୫୦% ମଧ୍ୟରେ ରହିବ|କମ୍ ଆୟ ଲୋକଙ୍କୁ ଟ୍ୟାକ୍ସ କମ ପଡିବ ଓ ତାଙ୍କ ପିଏଫ୍ ବଢିବ ସେକ୍ସନ ୮୦ ସି ଅନ୍ତର୍ଗତ ଟ୍ୟାକ୍ସ କମ ପଡିବ|

Leave a Reply

Your email address will not be published. Required fields are marked *