ପାଣ୍ଡ୍ୟା ବ୍ରଦର୍ସ ମୁମ୍ବାଇରେ କିଣିଲେ ଆଲିଶାନ ଫ୍ଲାଟ,ଏହାର ମୂଲ୍ୟ ଜାଣିଲେ ଆପଣ ଚକିତ ହୋଇ ରହିଯିବେ

ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା ବହୁତ କମ ସମୟ ମଧ୍ୟରେ ନିଜ କ୍ୟାରିଅରରେ ସଫଳତା ହାସଲ କରିସାରିଛନ୍ତି। ହାର୍ଦିକ ଓ କ୍ରୁନାଲ ପାଣ୍ଡ୍ୟା ଉଭୟ ମୁମ୍ବାଇରେ 30 କୋଟି ଟଙ୍କାରେ ଆଲିଶାନ ଫ୍ଲାଟ କିଣିଛନ୍ତି। ଏହି ଫ୍ଲାଟରେ ମୋଟ 8ଟି ବେଡ଼ରୁମ ରହିଛି।

ପାଣ୍ଡ୍ୟା ବ୍ରଦର୍ସ ବହୁତ କମ ସମୟ ମଧ୍ୟରେ ସଫଳତା ହାସଲ କଲେ:-

ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଉଭୟ ଲକଜୁରୀୟସ ଜୀବନ ଅତିବାହିତ ପାଇଁ ବେଶ ପରିଚିତ। ବିଶ୍ୱ କ୍ରିକେଟରେ ଏହି ଦୁଇ ଭାଇ ବହୁତ କମ ସମୟ ମଧ୍ୟରେ ବହୁତ ଦୌଲତ ହାସଲ କରିସାରିଛନ୍ତି। ଏହି ଦୁଇ ଭାଇଙ୍କ ଆଲିଶାନ ଘର 3838 ସ୍କୋୟାର ଫୁଟରେ ରହିଛି।

ଆପାର୍ଟମେଣ୍ଟରେ ଜିମ ରୁ ଆରମ୍ଭ କରି ସ୍ୱିମିଙ୍ଗପୁଲ ପର୍ଯ୍ୟନ୍ତ ସବୁ ମହଜୁଦ ରହିଛି:-

ଡିଏନଏ ରିପୋର୍ଟ ମୁତାବିକ, ପାଣ୍ଡ୍ୟା ବ୍ରଦର୍ସଙ୍କ ଏହି ଫ୍ଲାଟ ମୁମ୍ବାଇର ରୁସ୍ତମଜି ପାରାମାଉଣ୍ଟରେ ଅବସ୍ଥିତ ରହିଛି। ଏହି ସୋସାଇଟିରେ ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନୀ ମଧ୍ୟ ରୁହନ୍ତି। ପାଣ୍ଡ୍ୟା ବ୍ରଦର୍ସଙ୍କ ଏହି ଆପାର୍ଟମେଣ୍ଟରେ ଜିମ, ଗେମିଙ୍ଗ ଓ ପ୍ରାଇଭେଟ ସ୍ୱିମିଙ୍ଗପୁଲ ମଧ୍ୟ ରହିଛି।

ଜଲଦି ଏହି ଦୁଇ ଭାଇ ମୁମ୍ବାଇ ସିଫ୍ଟ ହେବେ:-

ପାଣ୍ଡ୍ୟା ବ୍ରଦର୍ସଙ୍କ ଆପର୍ଟମେଣ୍ଟରେ ପ୍ରାଇଭେଟ ଥିଏଟର ମଧ୍ୟ ରହିଛି। ଏହାପୂର୍ବରୁ ଏହି ଦୁଇଭାଇ ବରୋଦାରେ ରହୁଥିଲେ। ଖବର ଆସୁଛି ସେମାନେ ବହୁତ ଜଲଦି ମୁମ୍ବାଇ ସିଫ୍ଟ ହେବାକୁ ଯାଉଛନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ପାଣ୍ଡ୍ୟା ବ୍ରଦର୍ସ ଶ୍ରୀଲଙ୍କା ଗସ୍ତ ସମୟରେ ଦଳରେ ଉପସ୍ଥିତ ଥିଲେ। କ୍ରୁନାଲ ପାଣ୍ଡ୍ୟା ବର୍ତ୍ତମାନ କରୋନା ପଜିଟିଭ ହେବାପରେ ଶ୍ରୀଲଙ୍କାରେ ଅଛନ୍ତି ଓ ହାର୍ଦିକ ମଧ୍ୟ ତାଙ୍କ ସାଥିରେ ଅଛନ୍ତି।

Leave a Reply

Your email address will not be published. Required fields are marked *