ଦେଖନ୍ତୁ ଭିଡ଼ିଓ : ଇଣ୍ଟରନେଟ ଦୁନିଆରେ ପୁଣିଥରେ ଭାଇରଲ ହେଲେ ସୁକମାର ସୁପରଷ୍ଟାର, ‘ବଚପନ କା ପ୍ୟାର’ ସିଙ୍ଗର ସହଦେଵଙ୍କ ନୂତନ ଗୀତ ହେଲା ଭାଇରଲ

ଆଜିକାଲି ବଚପନ କା ପ୍ୟାର ମେରା ଭୁଲ ନେହିଁ ଜାନା ରେ … ଗୀତ ସମସ୍ତଙ୍କ ଜିଭରେ ରହିଛି | ତେବେ ଏହି ପିଲାର ସ୍ଵରର ଗୀତରେ ବଡ଼ ବଡ଼ ଷ୍ଟାରମାନେ ମଧ୍ୟ ମ୍ୟୁଜିକ ଟଚ ଦେଇ ଏଥିରେ ରିଲସ କରୁଛନ୍ତି | ଏସବୁ ମଧ୍ୟରେ ସହଦେଵ କୁମାର ଦୀରଦୋଙ୍କର ଏକ ନୁଆଁ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଛି |

ସହଦେଵଙ୍କର ନୂତନ ଗୀତ ‘ହମ ତୁମ ପ୍ୟାର ମେ ଡୁବେ’ ର ନୂତନ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଯାହାକୁ ଲୋକମାନେ ସୋସିଆଲ ମିଡ଼ିଆର ଅନ୍ୟ ପ୍ଲାଟଫର୍ମରେ ଖୁବ ସେୟାର କରୁଛନ୍ତି | ଏହି ପିଲାଟିର ଗୀତ କେବଳ ନିଜ ଦେଶରେ ନୁହେଁ ବରଂ ସାତ ସମୁଦ୍ର ପାର କରି ମଧ୍ୟ ଲୋକଙ୍କ ମଧ୍ୟରେ ଭାଇରଲ ହେଉଛି |

ଏହି ଭିଡିଓ ଦେଖନ୍ତୁ :-

ଏସବୁ ସହଦେଵଙ୍କ ଫ୍ୟାନ ଫୋଲୋଇଙ୍ଗର ଫଳାଫଳ ଅଟେ ଯେ ତାଙ୍କ ଗୀତ ଉପରେ ଲୋକମାନେ ଭଲପାଇବା ବର୍ଷା କରୁଛନ୍ତି | ଲୋକମାନେ ଏହି ନୁଆଁ ଗୀତକୁ ଶୁଣି ମଧ୍ୟ ପୂର୍ବ ଗୀତ ପରି ଭଲପାଉଛନ୍ତି | ଏହି ଭିଡିଓକୁ ୟୁଟ୍ୟୁବରେ khabar bastar ନାମକ ପେଜରେ ସେୟାର କରାଯାଇଛି |

ସୋସିଆଲ ମିଡ଼ିଆ ୟୁଜର୍ସ ଏହି ନୁଆଁ ଗୀତକୁ ନେଇ ନିଜର ରିଆକ୍ସନ କମେଣ୍ଟରେ ଦେଉଛନ୍ତି | ଜଣେ ୟୁଜର କହିଛନ୍ତି, ଆଶା କରୁଛି ଯେ ସହଦେଵଙ୍କର ଏହି ନୁଆଁ ଗୀତ ମଧ୍ୟ ପୂର୍ବ ଗୀତ ଭଳି ଭାଇରଲ ହେବ | ସେହିପରି ଅନ୍ୟ ୟୁଜର ଲେଖିଛନ୍ତି ଇଏ ତ ସୁକମାର ସୁପରଷ୍ଟାର ଅଟେ | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ପିଲାଟିକୁ ବିଭିନ୍ନ ପ୍ରକାରର ଷ୍ଟାଇଲରେ ପ୍ରଶଂସା କରିଛନ୍ତି

 

Leave a Reply

Your email address will not be published. Required fields are marked *