ହ୍ଵାଟ୍ସଆପର ଏହି ୫ ଟି ଟ୍ରିକ ବହୁତ ଖାସ, ଚ୍ୟାଟିଙ୍ଗରେ ଆସିବ ଆହୁରି ମଜା,ଜାଣନ୍ତୁ ସମସ୍ତ ଟ୍ରିକ

ହ୍ଵାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ଆଜିକାଲି ନୂତନ ଫିଚର୍ସ ଏବଂ ଅପଡେଟ ନେଇ ଆସିଥାଏ | ଏହି କାରଣରୁ ମଧ୍ୟ ୟୁଜରମାନେ ହ୍ଵାଟ୍ସଆପକୁ ବହୁତ ପସନ୍ଦ ମଧ୍ୟ କରନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ହ୍ଵାଟ୍ସଆପରେ ଏମିତି କିଛି ଟ୍ରିକ ରହିଛି, ଯାହାକି ଆପଣଙ୍କ ଚ୍ୟାଟିଙ୍ଗ ଏକ୍ସପିରିଏନ୍ସକୁ ବିଲକୁଲ ବଦଳାଇ ଦେବ | କେବଳ ଏତିକି ନୁହେଁ ଏହି ଟ୍ରିକ ବହୁତ ମଜାଳିଆ ମଧ୍ୟ ଅଟେ | ଆସନ୍ତୁ ଆପଣଙ୍କୁ ହ୍ଵାଟ୍ସଆପର ୫ଟି ଏମିତି ଟ୍ରିକ ବିଷୟରେ କହିବାକୁ ଯାଉଛୁ |

ସେଣ୍ଡରକୁ ଜଣା ପଡ଼ିବନି ଆପଣ ପଢି ସାରିଛନ୍ତି ମେସେଜ :-

ପ୍ରାୟତଃ କେହି ଆପଣଙ୍କୁ ମେସେଜ କରେ ଏବଂ ଆପଣ ବ୍ୟସ୍ତ ଥିବା କାରଣରୁ ତାର ରିପ୍ଲାଏ ଦେଇପାରନ୍ତି ନାହିଁ | ଯାହାପରେ ସାଙ୍ଗମାନେ ଅସନ୍ତୁଷ୍ଟ ହୁଅନ୍ତି | ଏଥିପାଇଁ ଆପଣ ହ୍ଵାଟ୍ସଆପର ସେହି ଟ୍ରିକ ଆପଣାଇ ପାରିବେ, ଯେଉଁଥିରେ ସେଣ୍ଡରକୁ ଜଣା ପଡ଼ିବନି ଆପଣ ମେସେଜ ପଢି ସାରିଛନ୍ତି ବୋଲି | ଏଥିପାଇଁ ଆପଣ ପ୍ରଥମେ ନିଜ ଫୋନର ଏରୋପ୍ଲେନ ମୁଡ଼ ଅନ କରି ଦିଅନ୍ତୁ | ଏହାଦ୍ୱାରା ଆପଣ ମେସେଜ ଖୋଲି ପଢିଲେ ମଧ୍ୟ ସେଣ୍ଡର ଜାଣିପାରିବ ନାହିଁ ଯେ ଆପଣ ତାଙ୍କ ମେସେଜ ପଢ଼ିଛନ୍ତି |

ହ୍ଵାଟ୍ସଆପ ଚାଟକୁ କରିପାରିବେ ପିନ :-

ଆଜ୍ଞା ହଁ, ଆପଣ ଏହା ଜାଣି ଖୁସି ହେବେ ଯେ ହ୍ଵାଟ୍ସଆପରେ ଏପରି ଏକ ଟ୍ରିକ ରହିଛି, ଯାହାକୁ ବ୍ୟବହାର କରି ଆପଣ ହ୍ଵାଟ୍ସଆପ ଚାଟକୁ ପିନ କରିପାରିବେ | ଯେପରିକି ଜରୁରୀ ଚାଟକୁ ଖୋଜିବାରେ ଅସୁବିଧା ହେବନାହିଁ | ଏଥିପାଇଁ ଆପଣ ଯେଉଁ ବ୍ୟକ୍ତିଙ୍କ ଚାଟକୁ ପିନ କରିବାକୁ ଚାହୁଁଛନ୍ତି ତାକୁ କିଛି ସମୟ ପ୍ରେସ କରନ୍ତୁ | ଏହାପରେ ସେଠାରେ ଆପଣଙ୍କୁ ପିନର ବିକଳ୍ପ ମିଳିବ, ତା ଉପରେ କ୍ଲିକ କରନ୍ତୁ | କେବଳ ଏତିକି କରିବାମାତ୍ରେ ସେହି ଚାଟ ଲିଷ୍ଟ ଉପରେ ଶୋ କରିବ | ଏହି ପ୍ରୋସେସ ସାହାଯ୍ୟରେ ଆପଣ ଏହାକୁ ଅନପିନ ମଧ୍ୟ କରିପାରିବେ |

ହ୍ଵାଟ୍ସଆପ ୱେବ ନୋଟିଫିକେସନକୁ କରନ୍ତୁ ହାଇଡ଼ :-

ଆପଣ ଚାହିଁଲେ ହ୍ଵାଟ୍ସଆପ ୱେବ ନୋଟିଫିକେସନକୁ ହାଇଡ଼ କରିପାରିବେ | କାରଣ ଅନେକଥର ଲଗାତାର ଭାବରେ ନୋଟିଫିକେସନ ଆସିବା ଦ୍ୱାରା ଆପଣ ଡିଷ୍ଟର୍ବ ହୋଇଥାନ୍ତି | ଏଥିପାଇଁ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯାଇ ସେଠାରେ ହ୍ଵାଟ୍ସଆପ ସର୍ଚ୍ଚ କରିବାକୁ ପଡିବ | ଯେଉଁଠାରେ ଆପଣଙ୍କୁ ନୋଟିଫିକେସନର ବିକଳ୍ପ ମିଳିବ, ତାକୁ ସିଲେକ୍ଟ କରନ୍ତୁ | ତାପରେ ତଳକୁ ସ୍କ୍ରୋଲ କରି other notifications ସର୍ଚ୍ଚ କରନ୍ତୁ | ବର୍ତ୍ତମାନ ଆପଣ ଏହାକୁ ବନ୍ଦ କରିପାରିବେ | ତାପରେ ଆପଣଙ୍କୁ ହ୍ଵାଟ୍ସଆପ ନୋଟିଫିକେସନ ଡିଷ୍ଟର୍ବ କରିବ ନାହିଁ |

ହ୍ଵାଟ୍ସଆପରେ କରିପାରିବେ GIF :-

ଯଦି ଆପଣ କାହାକୁ GIF ର ମେସେଜ ପଠାଇବାପାଇଁ ଚାହୁଁଛନ୍ତି, ତେବେ ଆପଣ ଚାହିଁଲେ ନିଜେ କ୍ରିଏଟ କରିପାରିବେ | ହ୍ଵାଟ୍ସଆପରେ GIF ପଠାଇବାର ସୁବିଧା ମଧ୍ୟ ଦିଆଯାଇଛି | ଏଥିପାଇଁ ଆପଣ ଫୋନରେ ସେଭ କରିଥିବା ଭିଡିଓକୁ ସିଲେକ୍ଟ କରନ୍ତୁ ଏବଂ ତାପରେ ସେଣ୍ଡ ବଟନରେ କ୍ଲିକ କରନ୍ତୁ | ସେଣ୍ଡ ବଟନରେ କ୍ଲିକ କରିବାମାତ୍ରେ ଆପଣଙ୍କୁ ଭିଡିଓ ଏଡିଟିଂର ସ୍କ୍ରିନ ସୋ ହେବ | ଏଠାରେ ଆପଣଙ୍କୁ ଭିଡ଼ିଓର ଲମ୍ବାକୁ ୬ ସେକେଣ୍ଡ କିମ୍ବା ତାଠାରୁ କମ ପର୍ଯ୍ୟନ୍ତ ଆଡ଼ଜଷ୍ଟ କରି ତାକୁ GIF କରି ପଠାଇପାରିବେ |

ହ୍ଵାଟ୍ସଆପ ଇମେଜକୁ କରନ୍ତୁ ଏଡିଟ :-

ହ୍ଵାଟ୍ସଆପ ଭିତରେ ଇମେଜକୁ ଏଡିଟ କରିବାର ସୁବିଧା ମଧ୍ୟ ଦିଆଯାଇଛି | ଏଠାରେ ଆପଣ କୌଣସି ଇମେଜକୁ କ୍ରୋପ କରିବା ସହିତ ଏଥିରେ ଷ୍ଟିକର ଏବଂ ଇମୋଜୀ ଆଡ଼ କରି ପାରିବେ | ଏହାସହିତ କଲର ଟେକ୍ସଟ ଏବଂ ଡୁଡଲିଙ୍ଗ ଭଳି ଏଡିଟିଂ ଟୁଲସ ମଧ୍ୟ ଦିଆଯାଇଛି | ଏଥିପାଇଁ ଆପଣ ସେହି ଇମେଜ ସିଲେକ୍ଟ କରି ଯାହାକୁ ବି ପଠାଇବାପାଇଁ ଚାହୁଁଛନ୍ତି ଏବଂ ପିକ୍ଚର ସେଣ୍ଡ କରିବାପରେ ସେଣ୍ଡ କରିବା ପୂର୍ବରୁ ଆପଣଙ୍କୁ ଫଟୋ ଏଡିଟିଂର ବିକଳ୍ପ ମିଳିବ |

Leave a Reply

Your email address will not be published.