୭ କୋଟିରେ ବିକ୍ରି ହେବାକୁ ଯାଉଛି ଏହି ବଙ୍ଗଳା, ଏହି ବଙ୍ଗଳାରେ ନା ଝରକା ଅଛି ନା ରୁମ,ଫୋଟ ଦେଖିବା ପରେ ଆପଣ ନିଶ୍ଚିତ ହସି ହସି ତଳେ ଗଡି ଯିବେ

ଯଦି ଆପଣଙ୍କୁ କେହି ଜଣେ ପଚାରନ୍ତି କି ଏକ ଘର କେତେବେଳେ ସୁନ୍ଦର ଏବଂ ମନୋଲୋଭକ ହେଇ ପାରିବ। ଠିକ ସେହି ସମୟରେ ଆପଣଙ୍କ ମୁଣ୍ଡକୁ ପ୍ରଥମେ ଆସିବ ଯେ ସେହି ଘରର ପ୍ରବେଶ ଦ୍ୱାର ଏବଂ ରୁମ ଗୁଡିକ ଅତି ଆକର୍ଷଣୀୟ ହୋଇଥିବା ଦରକାର ଏବଂ ଯେଉଁଥିରେ ଅନେକ ସୁବିଧା ରହିଥିବ। ସେଥିସହ ସୁନ୍ଦର କବାଟ ଏବଂ ଝରକା ରହିଥିବ। ଏହିଭଳି ବିଳାସପୂର୍ଣ୍ଣ ବଙ୍ଗଳା ପାଇଁ ଲୋକମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେରିକାର ଟେକ୍ସାସ୍ ରେ ଠିକ ଏହି ଭଳି ଏକ ବଙ୍ଗଳା ଅଛି ଯାହାକୁ ବାହାରୁ ଦେଖିଲେ ଯେ କୌଣସି ଲୋକ କିଣିବା ପାଇଁ ରାଜି ହୋଇଯିବ। କିନ୍ତୁ ଏହି ବଙ୍ଗଳାର ଭିତର ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ନିଜର ହସକୁ ରୋକି ପାରିବେ ନାହିଁ।

କୋଟି କୋଟି ଟଙ୍କାର ଘର ବିଳାସପୂର୍ଣ୍ଣ, ସୁନ୍ଦର ଏବଂ ସୁବିଧା ଗୁଡିକ ରହିଥାଏ। କିନ୍ତୁ ଟେକ୍ସାସ୍ ର ଡଲାସ ରେ ଏହିଭଳି ଏକ ବିରାଟକାୟ ବଙ୍ଗଳା ଅଛି। ଯେଉଁଥିରେ ନା କୌଣସି ରୁମ ଅଛି ନା କୌଣସି ଝରକା ରହିଛି। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ଏହି ବଙ୍ଗଳା ଏକ ମିଲିୟନ ଆମେରିକାନ ଡଲାର ପାଖାପାଖି ୭.୪୪ କୋଟିରେ ବିକ୍ରି କରାଯାଉଛି। ବାସ୍ତବରେ ଯେଉଁ ଝରକା ଆପଣ ଫୋଟରେ ଦେଖୁଛନ୍ତି ତାହା କେବଳ ଦେଖେଇବା ପାଇଁ କରାଯାଇଛି। ଏବେ ଫୋଟ ଇଣ୍ଟରନେଟରେ ଭାଇରାଲ ହୋଇ ସାରିଛି। ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରି ନାହାଁନ୍ତି। ଲୋକମାନେ ଏହି ଫୋଟକୁ ଦେଖିବା ପରେ ପ୍ରଶ୍ନ କରିଛନ୍ତି କି ଏହି ବଙ୍ଗଳାରେ ଏପରି କଣ ଅଛି ଯେ ଯାହାର ମୂଲ୍ୟୁ ସାତ କୋଟି।

୨୦୦୦ ମସିହାରେ ତିଆରି କରାଯାଇଥିବା ଏହି ବଙ୍ଗଳା ବାହାରେ ଲାଗିଥିବା ଝରକା ନକଲି ଅଟେ। କେବଳ ସେତିକି ନୁହେଁ, ଏହି ଘରେ ଏକ ଗ୍ଲାସ ସୁରକ୍ଷା ଝରକା ଅଛି, ଯାହା ସାଧାରଣତ ପୋଲିସ ଷ୍ଟେସନ କିମ୍ବା ଜେଲରେ ଦେଖିବାକୁ ମିଳେ। ଘରର ବିଜ୍ଞାପନରେ ଏହାକୁ ‘ନିରାପଦ ଘର’ ବୋଲି ବର୍ଣ୍ଣନା କରାଯାଇଛି। ଏଥିସହ ଆହୁରି ମଧ୍ୟ ଲେଖା ଯାଇଛି ଯେ ମଦ ସଂଗ୍ରହ, କଳା ସଂଗ୍ରହ ଏବଂ ଅନେକ କାର ପାଇଁ ଏହି ଘର ବହୁତ ଭଲ ହୋଇପାରିବ।

 

Leave a Reply

Your email address will not be published. Required fields are marked *