ଆଲର୍ଟ: କରୋନା ପରେ ମାତିଲାଣି ଜିକା ଭାଇରସ; ସାମ୍ନାକୁ ଆସିଲା ପ୍ରଥମ ସଂକ୍ରମଣ

ମହାରାଷ୍ଟ୍ର ରେ ଆ-ତ-ଙ୍କ ଖେଳାଇଛି ଜିକା ଭାଇରସ। ବର୍ତମାନ କରୋନା ପରେ ଜିକା ଭାଇରସର ସଂକ୍ରମଣ ଲୋକଙ୍କୁ ଭ-ୟଭୀ-ତ କରିଛି। ପୁଣେରେ ଜିକା ଭାଇରସ ର ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ପୁରନ୍ଦର ତହସିଲ ର ବେଲସର ଗ୍ରାମର ଜଣେ ୫୦ ବର୍ଷୀୟ ବୟସ୍କା ମହିଳାଙ୍କ ପରୀକ୍ଷା ରି-ପୋ-ର୍ଟରେ ଜିକା ଭାଇରସ ର ଭୁତାଣୁ ଚିହ୍ନଟ କରାଯାଇଛି।

ସୂଚନା ଅନୁସାରେ, ଜିକା ସଂକ୍ରମଣ ସହିତ ଉକ୍ତ ମହିଳା ଚିକୁନ ଗୁନିଆରେ ପୀ-ଡିତ ମଧ୍ୟ ଥିଲେ। ଜିକା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ଏକ ସରକାରୀ ଡାକ୍ତରୀ ଦଳ ଶନିବାର ଦିନ ବେଲସର ଗ୍ରାମକୁ ପରିଦର୍ଶନ କରିଥିଲେ। ସେହି ଗ୍ରାମର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଦେଖାକରି ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ନିର୍ଦ୍ଦେଶ ଦେଇଥିଲେ।

ଅଧିକାରୀମାନେ କହିଛନ୍ତି ଯେ, ଲୋକମାନେ ଭ-ୟଭୀ-ତ ହୁଅନ୍ତୁ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସଂକ୍ରମିତ ହୋଇଥିବା ମହିଳା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ଚିହ୍ନଟ ହୋଇନାହିଁ।

Leave a Reply

Your email address will not be published. Required fields are marked *