କ’ଣ ପୁଣି ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ନତାଶାଙ୍କ ଫୋଟୋ ଉପରେ ଲୋକମାନେ ଦେଲେ ଏମିତି କମେଣ୍ଟ୍

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ବାହାରେ ରହିଥାନ୍ତି ସେତେବେଳେ ନିଜ ପରିବାରକୁ ମିସ କରିଥାନ୍ତି|୩୦ ଅଗଷ୍ଟ ତାଙ୍କ ଜୀବନର ମହତ୍ୱପୂର୍ଣ୍ଣ ଦିନ|ପ୍ରକୃତରେ ତାଙ୍କ ପୁଅ ଅଗସ୍ତ୍ୟକୁ ୧ ବର୍ଷ ହେଲା|ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଏହାକୁ ନେଇ କିଛି ଫଟୋ ସେୟାର କରିଥିଲେ ଫଳରେ ଲୋକଙ୍କୁ ଲାଗିଲା ଯେ ସେ ପୁଣି ମା ହେବେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Nataša Stanković✨ (@natasastankovic__)

ନତାଶା ଷ୍ଟାନକୋଭିକ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣାପଡିଛି ଯେ ସେ ଅଗସ୍ତ୍ୟର ଜନ୍ମଦିନ ଧୂମଧାମରେ ପାଳନ କରିଛନ୍ତି|ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ଇମୋସନାଲ ଭିଡିଓ ଛାଡିଛନ୍ତି ଯେଉଁଥିରେ ସେ ପ୍ରତି ମୁହୂର୍ତ୍ତ ପୁଅ ସହ କଟାଇଥିଲେ|

ହାର୍ଦ୍ଦିକ ପାଣ୍ଡ୍ୟା ଏହି ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି ମୋତେ ବିଶ୍ୱାସ ହେଉନି ଯେ ତୁମକୁ ବର୍ଷେ ହେଲାଣି, ଅଗସ୍ତ୍ୟ ତୁମେ ମୋର ହୃଦୟର ଜାନ୍|ତୁମେ ଜଣାଇଥିଲ ଯେ ପ୍ୟାର କ’ଣ|ତୁମେ ମୋ ଜୀବନର ସବୁଠାରୁ ବଡ ଆଶୀର୍ବାଦ ଓ ତୁମ ବିନା ମୁଁ କଳ୍ପନା କରିପାରୁନି|ଦିଲ୍ ସେ ଲଭ ୟୁ ଓ ମିସ୍ ୟୁ|

ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୦ର ଆରମ୍ଭରେ ନତାଶା ଷ୍ଟାନକୋଭିକଙ୍କୁ ପ୍ରପୋଜ କରିବା ପରେ ଦୁବାଇରେ ବିବାହ କରିଥିଲେ|ସେମାନେ ୩୦ ଜୁଲାଇ ୨୦୨୦ ଦିନ ପୁତ୍ର ଅଗସ୍ତ୍ୟକୁ ଦୁନିଆକୁ ସ୍ୱାଗତ କରିଥିଲେ|ଏହାର ଜନ୍ମ ଗୁଜରାଟର ଆନନ୍ଦ ଜିଲ୍ଲାର ଆକାଂକ୍ଷା ହସ୍ପିଟାଲରେ ହୋଇଥିଲା|

Leave a Reply

Your email address will not be published.