କୁକୁର କେବେ ସାଇକେଲ ଚଳାଉଥିବାର ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ କିପରି ଛୋଟ ରାସ୍ତାରେ ବାହାର କଲା ନିଜ ସାଇକେଲ

ପଶୁମାନଙ୍କୁ ଭଲ ପାଉଥିବା ଲୋକମାନେ ପ୍ରାୟତଃ ଇଣ୍ଟରନେଟରେ ସେମାନଙ୍କ ଫଟୋ, ଭିଡିଓ ଦେଖି ନିଜର ସମୟ ବିତାଇଥାନ୍ତି | ଆମେ ସମସ୍ତେ ମାଙ୍କଡ, ବିଲେଇ, କୁକୁର ଭଳି ପଶୁମାନଙ୍କର ଡ୍ୟାନ୍ସ ଅନେକଥର ଦେଖିଛନ୍ତି | ଟ୍ରେନିଂ ପରେ ପରଫରମାନ୍ସ କରୁଥିବାର ଏପରି ଅନେକ ପଶୁମାନଙ୍କର ଭିଡିଓ ଇଣ୍ଟରନେଟରେ ମଧ୍ୟ ରହିଛି | କଣ ଆପଣ କେବେ କୁକୁରକୁ ସାଇକେଲ ଚଳାଉଥିବାର ଦେଖିଛନ୍ତି ? ଅଧିକାଂଶ ଲୋକମାନଙ୍କ ଉତ୍ତର ନା ବୋଲି ହେବ, କାରଣ ସାଇକେଲ ତ ମଣିଷମାନଙ୍କ ପାଇଁ ତିଆରି ହୋଇଛି, କୁକୁର ତାକୁ କେମିତି ଚଳାଇବ | କିନ୍ତୁ ଇଣ୍ଟରନେଟରେ ଏପରି ଗୋଟିଏ କୁକୁର ସାଇକେଲ ଚଳାଉଥିବାର ଭିଡିଓ ମଧ୍ୟ ରହିଛି |

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଫଟୋ ଏବଂ ଭିଡିଓ ରହିଛି | ପଶୁମାନଙ୍କର କିଛି ଭିଡିଓ ଏତେ ମଜାଳିଆ ଏବଂ କ୍ୟୁଟ ହୋଇଥାଏ ଯେ ସେମାନଙ୍କୁ ଦେଖି ଆପଣଙ୍କ ମୁହଁରୁ ହସ ମଧ୍ୟ ବାହାରିପଡେ | ସୋସିଆଲ ମିଡିଆରେ ଆଜିକାଲି କୁକୁରର ଏକ ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓରେ କୁକୁରକୁ ସାଇକେଲ ଚଳାଉଥିବାର ଦେଖି ଆପଣଙ୍କୁ ବହୁତ ମଜା ଲାଗିବ | ବର୍ତ୍ତମାନ ଆପଣ ଭାବୁଥିବେ ଯେ କୁକୁର ତ ଚାରି ଗୋଡ଼ରେ ଚାଲିଥାଏ, ସେ କେମିତି ଦୁଇ ଗୋଡ଼ରେ ଚାଲୁଥିବା ସାଇକେଲ କିପରି ଚଳାଇବ ? ହେଲେ ପଶୁମାନଙ୍କୁ ମଧ୍ୟ କମ ଭାବନ୍ତୁ ନାହିଁ, ଟ୍ରେନିଂ ଦେବାପରେ ଏହି ନିରୀହ ପଶୁମାନେ କିଛି ବି କରିପାରିବେ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Animals Dose🐕🐕 (@animals_dose)

 

ସାଇକେଲ ଚଳାଉଥିବାର ଏହି ଭିଡିଓକୁ animals_dose ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଭିଡିଓରେ ଦେଖିପାରିବେ ଯେ ଏକ ଗୋଲଡେନ ରିଟ୍ରିବର କୁକୁର ଛୋଟ ସାଇକେଲ ଚଳାଉଛି | ଏହି କୁକୁର ସାଇକେଲିଂରେ ଏତେ ଟ୍ରେଣ୍ଡ ଯେ ଛୋଟ ରାସ୍ତାରେ ମଧ୍ୟ ବିନା ଡ଼ିସ ବାଲାନ୍ସ ହୋଇ ସାଇକେଲ ବାହାର କରିନିଏ | ଏହି କ୍ୟୁଟ ଭିଡିଓ ଆପଣଙ୍କ ମନକୁ ନିଶ୍ଚୟ ଖୁସି କରିଦେବ | ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି | ଲୋକମାନେ ଏହାକୁ କେବଳ ପରସ୍ପର ସହିତ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଅଧିକାଂଶ ଲୋକ କହିଛନ୍ତି ଯେ ସେମାନେ ପ୍ରଥମଥର ପାଇଁ କୌଣସି କୁକୁରକୁ ସାଇକେଲ ଚଳାଉଥିବାର ଦେଖିଲେ |

 

Leave a Reply

Your email address will not be published. Required fields are marked *