ଜବରଦସ୍ତ ପ୍ଲାନ : ଥରେ ପ୍ରିମିୟମ ଦେଲା ପରେ ଜୀବନ ସାରା ମିଳିବ ପେନସନ,ଜାଣନ୍ତୁ ଏହି ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

ପେନସନ ହାସଲ କରିବାପାଇଁ ବର୍ତ୍ତମାନ ଆପଣଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ନାହିଁ | ବାସ୍ତବରେ, ଭାରତୀୟ ଜୀବନ ବୀମା ନିଗମ(LIC ) ନିକଟରେ ଗୋଟିଏ ଜବରଦସ୍ତ ପ୍ଲାନ ସରଳ ପେନସନ ଯୋଜନା ଲଞ୍ଚ କରିଛି |ଏହା ଗୋଟିଏ ଗୋଟିଏ ସିଙ୍ଗଲ ପ୍ରିମିୟମ ଯୋଜନା ଅଟେ | ଏହି ପଲିସୀକୁ ନେବା ସମୟରେ ଆପଣଙ୍କୁ କେବଳ ଥରେ ଏହାର ପ୍ରିମିୟମ ଦେବାକୁ ପଡିବ ଏବଂ ଏହାପରେ ଆପଣଙ୍କୁ ଜୀବନ ସାରା ପେନସନ ମିଳି ଚାଲିବ | ଏହି ଯୋଜନାର ଆରମ୍ଭ ଜୁଲାଇ ୧ ତାରିଖଠାରୁ ହୋଇଛି |

ସରଳ ପେନସନ ଯୋଜନାକୁ ନେବାପାଇଁ ୨ଟି ପଦ୍ଧତି :-

ସିଙ୍ଗଲ ଲାଇଫ :-

ଏଥିରେ ପଲିସୀ କୌଣସି ଜଣଙ୍କ ନାମରେ ରହିବ, ଅର୍ଥାତ ଏହି ପେନସନ ଯୋଜନା କୌଣସି ଜଣେ ବ୍ୟକ୍ତିଙ୍କ ସହିତ ଯୋଡି ରହିବ | ପେନସନଧାରୀ ଯେପର୍ଯ୍ୟନ୍ତ ଜୀବିତ ରହିଥିବେ, ସେପର୍ଯ୍ୟନ୍ତ ତାଙ୍କୁ ପେନସନ ମିଳିଚାଲିବ | ତାପରେ ନୋମିନିଙ୍କୁ ବେସ ପ୍ରିମିୟମ ମିଳିଯିବ |

ଜଏଣ୍ଟ ଲାଇଫ :-

ଏହି ଯୋଜନାରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କର କଭରେଜ ହୋଇଥାଏ | ଏଥିରେ ସ୍ୱାମୀ କିମ୍ବା ସ୍ତ୍ରୀ ଯିଏ ବି ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହେ, ତାକୁ ପେନସନ ମିଳିଥାଏ, ଯେତେବେଳେ ଦୁହେଁ ମଧ୍ୟ ରହିବେନାହିଁ, ସେତେବେଳେ ନୋମିନିଙ୍କୁ ବେସ ପ୍ରିମିୟମ ମିଳିବ |

ସରଳ ପେନସନ ଯୋଜନାର ବୈଶିଷ୍ଟ୍ୟ :-

– ବୀମାଭୁକ୍ତ ବ୍ୟକ୍ତିଙ୍କ ପାଇଁ ପଲିସୀ ନେବା ମାତ୍ରେ ତାଙ୍କ ପେନସନ ଆରମ୍ଭ ହୋଇଯିବ |

– ବର୍ତ୍ତମାନ ଏହା ଆପଣଙ୍କ ଉପରେ ନିର୍ଭର କରିବ ଯେ ପେନସନ ପ୍ରତି ମାସରେ ଦରକାର କିମ୍ବା ତ୍ରୟମାସିକ, ଅଧା ବାର୍ଷିକ କିମ୍ବା ବାର୍ଷିକ |ଏହି ବିକଳ୍ପ ଆପଣଙ୍କୁ ହିଁ ବାଛିବାକୁ ପଡିବ |

– ଏହି ପେନସନ ଯୋଜନା ଅନଲାଇନ ଏବଂ ଅଫଲାଇନ ଦୁଇଟିଯାକ ପଦ୍ଧତିରେ ନେଇପାରିବେ |

– ଏହି ଯୋଜନାରେ ସର୍ବନିମ୍ନ ୧୨୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ | ଏଥିରେ ମ୍ୟାକ୍ସିମମ ଇନଭେଷ୍ଟମେଣ୍ଟର କୌଣସି ସୀମା ନାହିଁ |

– ଏହି ଯୋଜନା ୪୦ ରୁ ୮୦ ବର୍ଷର ଲୋକଙ୍କ ପାଇଁ ଅଟେ |

– ଏହି ଯୋଜନାରେ ପଲିସୀ ଆରମ୍ଭ ହେବା ତାରିଖଠାରୁ ୬ ମାସ ପରେ ପଲିସୀ ହୋଲଡ଼ରଙ୍କୁ ଯେକୌଣସି ସମୟରେ ଲୋନ ମିଳିଯିବ |

 

Leave a Reply

Your email address will not be published. Required fields are marked *