କରୋନାରୁ ସୁସ୍ଥ ହେଲେ ୧୪ ବର୍ଷର ଝିଅ, କିନ୍ତୁ ୬ ମାସ ହେଲାଣି ନାହିଁ କୌଣସି ଗନ୍ଧ ଓ ସ୍ଵାଦ

କରୋନା ମହାମାରୀ କାରଣରୁ ସାରା ଦୁନିଆ ଚିନ୍ତିତ ଓ କୋଟି କୋଟି ପରିବାର ଏଥିରେ ସଂକ୍ରମିତ ହୋଇସାରିଛନ୍ତି। କିନ୍ତୁ କରୋନା ସଂକ୍ରମଣ କରାନରୁ ଗୋଟିଏ ୧୪ ବର୍ଷର ଝିଅ ଉପରେ ଏମିତି ଦୁଃଷପ୍ରଭାବ ପଢିଛି। ଗତ ୬ ମାସରେ ସେ ସୁଙ୍ଘିବା କ୍ଷମତାକୁ ହରାଇଛନ୍ତି।

କରୋନାରେ ସଂକ୍ରମଣରୁ ୬ମାସ ପୂର୍ବେ ଆରୋଗ୍ଯ ହୋଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ଗନ୍ଧ ଓ ସ୍ଵାଦ ପାଇ ପାରୁନାହାନ୍ତି। ୧୪ ବର୍ଷର ଗ୍ବେଡଲିନ କେଲନ ନିଜର ନାକରେ ସୁଙ୍ଘିବାର କ୍ଷମତାକୁ ହାସିଲ କରିବା ପାଇଁ ପ୍ରତ୍ଯେକ ଦିନ ଚାରି ପ୍ରକାରର ଆବଶ୍ୟକ ତେଲ ସୁଙ୍ଘନ୍ତି କିନ୍ତୁ ତାଙ୍କୁ ସବୁ ତେଲରୁ ଜଳି ଯାଇଥିବା ରବର ଭଳି ଗନ୍ଧ ପରି ଲାଗେ।

ମିରରର ରିପୋର୍ଟ ମୁତାବିକ ହାଇ ସ୍କୁଲର ଏହି ଛାତ୍ରୀଙ୍କର କହିବା କଥାକି କରୋନା ନେଗେଟିବ ହେବାର ୬ ମାସ ପରେ ସମସ୍ତ ଭୋଜନର ସ୍ଵାଦ ତାଙ୍କୁ ବାନ୍ତି ଭଳି ଅନୁଭବ ହେଲା ଓ ତାଙ୍କୁ ଡର ଥିଲାକି ସେ ବର୍ତ୍ତମାନ ନିଜର ପସନ୍ଦ ଭୋଜନର ଆଉ କେବେବି ଆନନ୍ଦ ନେଇପାରିବେ ନାହିଁ।

ଆମେରିକାର ମିଶିଗନରେ ରହୁଥିବା ଗ୍ୱେଡାଲିନ ପେରୋସ୍ମିୟାରେ ପୀଡିତ। ଏହି ରୋଗରେ ଗନ୍ଧର ବିକୃତି ଜନ୍ମ ହୁଏ ଯେମିତି କରୋନା ସଂକ୍ରମଣର ପାର୍ଶ୍ଵ ପ୍ରତିକ୍ରିୟା ଓ ବହୁ ସମୟ ପର୍ଯ୍ଯନ୍ତ କୋଭିଡ ଲକ୍ଷଣ କୁହାଯାଉଛି।

୫୧ ବର୍ଷର ତାଙ୍କ ର ପିତା ଡେଭିଡଙ୍କୁ ଡର ଥିଲାକି ତାଙ୍କର ଝିଅର ଗନ୍ଧ ଓ ସ୍ଵାଦ ଭାବନା ବିନା ବର୍ତ୍ତମାନ ଜୀବନ ବିତାଇବାକୁ ହେବ। ସେ କହିଲେ,”କାନ ନାକ ଓ ବେକର ଡାକ୍ତର ଆମକୁ କହିଲେକି ବର୍ତ୍ତମାନ ବହୁତ ଦିନ ବିତିସାରିଛି, ତେଣୁ ସେ ଗନ୍ଧ ଓ ସ୍ଵାଦକୁ ଅନୁଭବ କରିପାରିବେ ନାହିଁ।

ଗ୍ୱେଡଲିନ ଏହି ବର୍ଷ ୩୦ ଜାନୁୟାରୀରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ପେଟ ବଥା, ମୁଣ୍ଡ ବ୍ୟଥା ଓ ବାନ୍ତି ପରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା ପରେ ଦୁଇ ସପ୍ତାହ ପାଇଁ ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଇଥିଲା।

ଗ୍ୱେଡଲିନ କହିଲେକି କରୋନାରେ ଆକ୍ରାନ୍ତ ହେବା ପରେ ସେ ବହୁତ ଚିନ୍ତିତ ହୋଇଯାଇଥିଲେ, କାରଣ ସେ ବହୁତ ଛୋଟ ଥିଲେ। କିନ୍ତୁ ଏତେ ମାସ ପରେ ଗନ୍ଧ-ସ୍ଵାଦ ଫେରି ନ ପାଇବାରୁ ବର୍ତ୍ତମାନ ସେ ଚିନ୍ତିତ ହୋଇଯାଇଛନ୍ତି।

ଗ୍ୱେଡଲିନଙ୍କ ଡାକ୍ତର ତାଙ୍କ ମଧ୍ୟରେ ଗନ୍ଧ ଓ ସ୍ଵାଦର ଭାବନାକୁ ଫେରି ପାଇବା ପାଇଁ ନିଜର ନଜରରେ ଟ୍ରେନିଂ ଦେଉଛନ୍ତି। ସେଥିପାଇଁ ଏକ ବିଶେଷଜ୍ଞଙ୍କ ସହିତ ସେ ପ୍ରତ୍ଯେକଦିନ ଅଭ୍ଯାସ କରୁଛନ୍ତି।

Leave a Reply

Your email address will not be published.