୮୩ ବର୍ଷୀୟ ଜେଜେ ବାପା ହେଲେ ଫଟୋଗ୍ରାଫର, ତଳେ ଶୋଇ ଉଠାଇ ଚାଲିଲେ ଜେଜେ ମାଙ୍କ ଫଟୋ,ଦେଖନ୍ତୁ ଭିଡିଓ

ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବେ, ତେବେ କିଛି ବ୍ଲଗର ଏବଂ ଇନଫ୍ଲୁଏନ୍ସର୍ସଙ୍କୁ ମଧ୍ୟ ନିଶ୍ଚିତ ଭାବେ ଫୋଲୋ କରୁଥିବେ | ସୋସିଆଲ ମିଡ଼ିଆ ସାଇଟ ଇନ୍ସଟାଗ୍ରାମରେ ହଜାର ହଜାର ଲକ୍ଷ ସଂଖ୍ୟାରେ ଫୋଲର୍ସ ଥିବା ଲୋକଙ୍କୁ ଇନ୍ସଟାଗ୍ରାମ ଇନଫ୍ଲୁଏନ୍ସର୍ସ କୁହାଯାଏ | ମିସ୍ଟର ଏବଂ ମିସେସ ବର୍ମାଙ୍କ ଆକାଉଣ୍ଟ ମଧ୍ୟ ଏହି ଶ୍ରେଣୀରେ ଆସିଥାଏ | ଏହି ଆକାଉଣ୍ଟ ଏକ ବୃଦ୍ଧ ଦମ୍ପତିଙ୍କର ଅଟେ, ଯେଉଁମାନେ ନିଜ କମିକ ଟାଇମିଙ୍ଗ ଏବଂ ଫେମସ ସେନ୍ସ ଦ୍ୱାରା ସମସ୍ତଙ୍କୁ ନିଜର ଦିବାନା କରୁଛନ୍ତି |

ଜେଜେ ବାପା ଉଠାଇଲେ ଜେଜେମାଙ୍କ ଫଟୋ :-

ସୋସିଆଲ ମିଡିଆରେ ମିସ୍ଟର ଏବଂ ମିସେସ ବର୍ମାଙ୍କ ଭିଡିଓ ଖୁବ ଭାଇରଲ ହୋଇଥାଏ | ଏହି ଦୁଇଜଣଙ୍କର ବନ୍ଧନ ଏବଂ ପ୍ରଦର୍ଶନ ହୃଦୟ ଜିତେ | ଏଥିରେ ଦେଖାଯାଇଥିବା ଜେଜେବାପା କିଛି ଦିନ ପୂର୍ବରୁ ନିଜର ୮୩ ତମ ଜନ୍ମଦିନ ପାଳନ କରିଛନ୍ତି | ଏହି ଭିଡିଓରେ ଜେଜେମା ଗୋଲାପୀ ରଙ୍ଗର ଶାଢ଼ୀରେ ମସ୍ତ ପୋଜ ଦେଉଛନ୍ତି ଏବଂ ଜେଜେବାପା ତାଙ୍କ ଫଟୋ ନିଜ ଫୋନ କ୍ୟାମେରାରେ ଫଟୋ ଉଠାଉଛନ୍ତି |

View this post on Instagram

A post shared by @mr._and_mrs._verma

ରେଜଲ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ :-

ଜେଜେବାପା କୌଣସି ପ୍ରଫେସନାଲଙ୍କ ପରି ତଳେ ଶୋଇ ଶୋଇ ଜେଜେମାଙ୍କ ଫଟୋ ଉଠାଉଛନ୍ତି | ଜେଜେମା ମଧ୍ୟ ନନ ଷ୍ଟପ ନିଜର ଷ୍ଟାଇଲ ଦେଖାଉଛନ୍ତି | ଭିଡ଼ିଓର ଶେଷ ପାର୍ଟରେ ଏହି ଚମତ୍କାର ଫଟୋସୁଟର ରେଜଲ୍ଟ ଦେଖାଯାଏ, ଯାହାକୁ ଦେଖି ସମସ୍ତେ ଚମକି ପଡୁଛନ୍ତି | ବାସ୍ତବରେ, ଏତେ କଠିନ ପରିଶ୍ରମ ସତ୍ତ୍ୱେ ମଧ୍ୟ ଗୋଟିଏ ବି ଫଟୋ ଠିକ ଫ୍ରେମରେ ଉଠିନାହିଁ |

ଜେଜେବାପା-ଜେଜେମାଙ୍କ ଏହି କପଲଙ୍କ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୫୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ଯେ କୌଣସି ବ୍ୟକ୍ତି ଏମାନଙ୍କ ଭିଡିଓ ଦେଖିବାପରେ ସେମାନଙ୍କର ଫ୍ୟାନ ହୋଇ ଯାଉଛନ୍ତି | ସମସ୍ତଙ୍କୁ ଏମାନଙ୍କର କ୍ୟୁଟ ଷ୍ଟାଇଲ ଏବଂ ଏନର୍ଜି ବହୁତ ଭଲ ଲାଗୁଛି |

Leave a Reply

Your email address will not be published. Required fields are marked *