ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକସ କ୍ରିକେଟର ସବୁ ଫର୍ମାଟରୁ ନେଲେ ବ୍ରେକ,ଭାରତ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଖେଳିବେ ନାହିଁ,ଜାଣନ୍ତୁ କାରଣ ?

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକସ କ୍ରିକେଟରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରେକ ନେଇସାରିଛନ୍ତି। କ୍ରିକେଟରୁ ବ୍ରେକ ନେବାପରେ ଆଗାମୀ ମାସରେ ସେ ଭାରତ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ମଧ୍ୟ ଖେଳି ପାରିବେନାହିଁ। ଏହାସହ କିଛି ମାସରେ ହେବାକୁ ଥିବା t-20 ବିଶ୍ୱକପରେ ମଧ୍ୟ ସେ ଖେଳିବେନାହିଁ।

ଭାରତ ବିପକ୍ଷରେ ଅଗଷ୍ଟ 4 ତାରିଖରେ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକସଙ୍କ ସ୍ଥାନରେ କ୍ରେଗ ଓଭରଟନଙ୍କୁ ସାମିଲ କରାଯାଇଛି। ତାଙ୍କର ହଟିବାପରେ ଇଂଲଣ୍ଡର ସମ୍ଭାବନା କିଛି ମାତ୍ରାରେ କମିଯାଇଛି।

ଇସିବି ଏହାସମ୍ପର୍କରେ ସୂଚନା ଦେଇ କହିଥିଲା, ବେନ ଷ୍ଟୋକସ ଏହିସମୟରେ ନିଜର ମାନସିକ ଓ ଇଞ୍ଜୁରୀକୁ ନେଇ କିଛି ସମୟ କ୍ରିକେଟରୁ ଦୂରେଇ ରହିବାକୁ ଯାଉଛନ୍ତି। ସେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା LV=insurance ସିରିଜ ପୂର୍ବରୁ ନିଜର ନାମ ଫେରାଇ ନେଇଛନ୍ତି।

ବେନଙ୍କ ନିଷ୍ପତ୍ତିର ସମ୍ପୂର୍ଣ୍ଣ ଭାବରେ ସମର୍ଥନ: ECB:-

ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡ ବେନ ଷ୍ଟୋକସଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିବା ସହ ତାଙ୍କର ସାହାର୍ଯ୍ୟ ଜାରି ରଖିବେ। ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ପ୍ରବନ୍ଧନ ଏଶଲେ ଯାଇଲସ କହିଲେ, ବେନ ନିଜର ଭାବନା ଓ ଭଲ ବିଷୟରେ ସମ୍ପୂର୍ଣ୍ଣ ଖୋଲା ହୃଦୟରେ କହିଥିଲେ।

ସେ କହିଥିଲେ, ଆମର ସର୍ବପ୍ରଥମ ଧ୍ୟାନ ହେଉଛି ଆମ ଖେଳାଳି ମାନଙ୍କର ମାନସିକ ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ରହିଛି। ଆମ ଆଥଲେଟ ମାନଙ୍କ ପାଇଁ ଏହି କଠିନ ବାତାବରଣରେ ବିଶିଷ୍ଟ ଖେଳ ପାଇଁ ପ୍ରସ୍ତୁତ କରିବାପାଇଁ ଆବଶ୍ୟକତା ରହିଛି। କିନ୍ତୁ ମହାମାରୀ ଏହାକୁ ଆଗକୁ ବଢାଇଦେଇଛି।

ସେ କହିଥିଲେ ବେନଙ୍କୁ ସେପର୍ଯ୍ୟନ୍ତ ବିଶ୍ରାମ ଦିଆଯିବ ଯେପର୍ଯ୍ୟନ୍ତ ସେ କ୍ରିକେଟରୁ ବାହାରେ ରହିବାକୁ ଚାହିଁବେ। ଆମକୁ ଆଶା ରହିଛି ଭବିଷ୍ୟତରେ ସେ ଇଂଲଣ୍ଡ ପାଇଁ ଖେଳୁଥିବାର ନଜର ଆସିବେ।

ବେନଙ୍କ ସ୍ଥାନରେ ଏହିସମୟରେ ସମରସେଟ ର କ୍ରେଗ ଓଭରଟନଙ୍କୁ ଦଳରେ ସାମିଲ କରାଯାଇଛି। ଆମେ ଏହିସମୟରେ ବେନ ଓ ତାଙ୍କ ପରିବାରକୁ ଗୋପନୀୟ ରଖିବାକୁ ଚାହୁଁଛୁ। ଷ୍ଟୋକସ ଇଂଲଣ୍ଡ ପାଇଁ 71 ଟେଷ୍ଟ, 101 ଏକ ଦିବସୀୟ ଓ 34 t-20 ମ୍ୟାଚ ଖେଳି ସାରିଛନ୍ତି।

ବିଗତ ବର୍ଷ ମଧ୍ୟ ଛୁଟି ନେଇଥିଲେ:-

ଡ଼ରହମ ଷ୍ଟାର ବେନ ଷ୍ଟୋକସ ବିଗତ ବର୍ଷ ଅଗଷ୍ଟ, ଅକ୍ଟୋବର ମାସରେ ନିଜର ପିତା ଗେଡ଼ଙ୍କ ସହିତ ରହିବା ପାଇଁ ଛୁଟି ନେଇଥିଲେ କିନ୍ତୁ ତାଙ୍କର ଡ଼ିସେମ୍ବର ମାସରେ ମୃତ୍ୟୁ ହୋଇଯାଇଥିଲା।

ଏହିବର୍ଷ ଷ୍ଟୋକସ ଆଇପିଏଲରେ ରାଜସ୍ଥାନ ତରଫରୁ ଖେଳୁଥିବା ସମୟରେ ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିଲା ଓ ସେ ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ମଧ୍ୟ ବଞ୍ଚିତ ରହିଥିଲେ। ଏହାପରେ ପାକିସ୍ତାନ ବିପକ୍ଷ ସିରିଜରେ ସେ ଦଳକୁ ଫେରିଥିଲେ। ସେ ଇଂଲଣ୍ଡର ନୂଆ ଦଳର ମଧ୍ୟ ଅଧିନାୟକ ପଦ ନେଇଥିଲେ।

ଇଂଲଣ୍ଡକୁ t-20 ଓ ଦିନିକିଆ ସିରିଜରେ ବିଜୟ ଦେବାପରେ ଷ୍ଟୋକସ ଏହାପରେ ଦ ହଣ୍ଡରେଡ଼ର ନର୍ଦନ ସୁପରଚାର୍ଜର୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *