ସାବଧାନ : ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକ ମଧ୍ୟ ରୁହନ୍ତୁ ସତର୍କ,ଏହି ୫ଟି ଲକ୍ଷଣ ଦେଖାଗଲେ,କରନ୍ତୁ କରୋନା ଯାଞ୍ଚ

ଆମେରିକାରେ କରୋନା ଟିକା ଲଗାଇବା ପରେ ମଧ୍ୟ ବହୁ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହେଉଛନ୍ତି|ଏମିତିରେ ସେଠାରେ ପୁଣିଥରେ ମାସ୍କ ପ୍ରତ୍ୟାବର୍ତ୍ତନ ହୋଇଛି|ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ମାନେ ସିଡିସିର ନିର୍ଦ୍ଦେଶକ ଡାକ୍ତର ରୋସେଲ ପି ୱଲସ୍କିଙ୍କ କହିବାନୁଯାୟୀ ଟିକାର ଦୁଇଟି ଯାକ ଡୋଜ ନେଇ ସାରିଥିବା ବ୍ୟକ୍ତି ମଧ୍ୟ ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି|ଏମିତିରେ ସିଡିସିଙ୍କ କହିବାନୁଯାୟୀ ଟିକା ଲଗାଇସାରିଥିବା ଲୋକଠାରେ ଯଦି ସଂକ୍ରମଣର କୈାଣସି ଲକ୍ଷଣ ମିଳେ ବା କରୋନା ସଂସ୍ପର୍ଶରେ ଆସିଥାନ୍ତି ତେବେ ଯାଞ୍ଚ କରିନିଅନ୍ତୁ|ଭାରତରେ ମଧ୍ୟ ଅବସ୍ଥା କିଛି କମ ନାହିଁ|ଏଠାରେ ମଧ୍ୟ ଲୋକମାନେ ବହୁ ସଂଖ୍ୟକ ଡେଲ୍ଟା ଭାରିଏଣ୍ଟ ଆକ୍ରାନ୍ତ ହେଉଛନ୍ତି|ଦୈନିକ ମାମଲା ବୃଦ୍ଧି ପାଉଛି|ଏଥିପାଇଁ ଲକ୍ଷଣ ଦେଖିବାମାତ୍ରେ ଯାଞ୍ଚ କରି ନିଅନ୍ତୁ|

କ’ଣ ରହିଛି ଲକ୍ଷଣ:

୧: ମୁଣ୍ଡ ବିନ୍ଧା

୨:ନାକରୁ ପାଣି ବହିବା

୩:ଗଳା ଖରାସ

୪: ସ୍ୱାଦ ଓ ଶୁଙ୍ଘୀବା କ୍ଷମତା ହରେଇବା

୫:ଜ୍ୱର

ବିଶେଷଜ୍ଞଙ୍କ କହିବାନୁଯାୟୀ ଟିକା ନେଇ ସାରିଥିବା ଲୋକମାନେ କରୋନା ସଂକ୍ରମଣ ହେବା ପରେ ଗମ୍ଭୀର ଭାବରେ ବେମାର ହେବାର ସମ୍ଭାବନା କମ୍, କିନ୍ତୁ ଲକ୍ଷଣକୁ ଧ୍ୟାନ ଦେବା ଜରୁରୀ|ଏଥିପାଇଁ ହାଲକା ନନେଇ,ଲକ୍ଷଣ ପ୍ରକାଶ ହେଲେ ଯାଞ୍ଚ କରନ୍ତୁ|

ବିଶେଷଜ୍ଞଙ୍କ କହିବାନୁଯାୟୀ ଟିକା ନେବାପରେ ମଧ୍ୟ ମାସ୍କ ପିନ୍ଧିବା ଓ ସୁରକ୍ଷିତ ଦୁରତ୍ଵ ବଜାୟ ରଖିବା ଆବଶ୍ୟକ|ଏଥିରେ ଆପଣ ସଂକ୍ରମଣରୁ ବଞ୍ଚିବା ସହ ଅନ୍ୟକୁ ବଞ୍ଚେଇପାରିବେ|

ବିଶେଷଜ୍ଞଙ୍କ କହିବାନୁଯାୟୀ କରୋନାରୁ ବଞ୍ଚିବା ପାଇଁ ଏନ୍-୯୫ ମାସ୍କ ସବୁଠାରୁ ସୁରକ୍ଷିତ କିନ୍ତୁ ଯଦି ଆପଣଙ୍କ ପାଖରେ ସର୍ଜିକାଲ ମାସ୍କ ଅଛି ତେବେ ଦୁଇଟି ପିନ୍ଧନ୍ତୁ|କିଛି ଦିନ ପୂର୍ବରୁ ଡବଲ ମାସ୍କ ପିନ୍ଧିବା ପାଇଁ ସିଡିସି ଲୋକଙ୍କୁ ପରାମର୍ଶ ଦେଇଥିଲେ|ଫଳରେ ସଂକ୍ରମଣ ରୋକାଯାଇ ପାରିବ|

Leave a Reply

Your email address will not be published. Required fields are marked *