ଇନ୍ସପେକ୍ଟର ହୋଇ ପରିବାରର ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ଯୁବତୀ, ଜେଜେବାପା ଏବଂ କକା ଜିନ୍ସ ପିନ୍ଧିଥିବା କାରଣରୁ ମା-ରିଦେଲେ

ବର୍ତ୍ତମାନ ଆମ ଦେଶ ଡିଜିଟାଲ ଇଣ୍ଡିଆ ଆଡକୁ ଗତି କରୁଛି, କିନ୍ତୁ ତଥାପି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ପଛୁଆ ବର୍ଗର ଚିନ୍ତାଧାରାକୁ ନେଇ ବଞ୍ଚିଛନ୍ତି | ଯେଉଁଥିପାଇଁ ବିଶେଷ କରି ଝିଅମାନଙ୍କୁ ସେମାନଙ୍କ ପସନ୍ଦ ଏବଂ ସ୍ୱାଧୀନତାକୁ ନେଇ ଦ-ଣ୍ଡ ଦିଆଯାଉଛି | ଉଦାହରଣ ପାଇଁ ଆଜି ମଧ୍ୟ ଅନେକ ଘରେ ଝିଅମାନଙ୍କୁ ଜିନ୍ସ ପିନ୍ଧିବାକୁ ମଧ୍ୟ ସ୍ୱାଧୀନତା ଦିଆଯାଇନାହିଁ | ସେମାନଙ୍କୁ ପ୍ରତ୍ୟେକ କଥାକୁ ନେଇ ପ୍ର-ତିବ-ନ୍ଧକ କରି ରୋକି ଦିଆଯାଏ | କିନ୍ତୁ ଉତ୍ତର ପ୍ରଦେଶର ଦେବରୀୟାରେ ଏପରେ ଏକ ମା-ମ-ଲା ସାମ୍ନାକୁ ଆସିଛି, ଯେଉଁଠି ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ଝିଅକୁ ଜେଜେବାପା ଏବଂ କକା ତାଙ୍କୁ ପି-ଟି ପି-ଟି ମା-ରିଦେଲେ |

ମନକୁ କ୍ରୋ-ଧିତ କରୁଥିବା ଏହି ମା-ମ-ଲା ଉତ୍ତର ପ୍ରଦେଶର ଦେବରୀୟା ଜିଲ୍ଲାର ମହୁଆଡିହ ଥା-ନା ଅଂଚଳର ସବରେଜୀ ଖରଗ ଗାଁର ଅଟେ | ଏଠାରେ ୧୭ ବର୍ଷୀୟ ନେହା ପାସୱାନଙ୍କୁ ଜିନ୍ସ ପିନ୍ଧିବାକୁ ଇଚ୍ଛା ଥିଲା | କିନ୍ତୁ ତାଙ୍କ ଜେଜେବାପା-ଜେଜେମା ଏବଂ କକା-ଖୁଡି ଏହି କଥାକୁ ନେଇ ଅସ-ନ୍ତୁଷ୍ଟ ଥିଲେ | ସେମାନେ ତାଙ୍କୁ ସବୁବେଳେ ମନା କରୁଥିଲେ | କିନ୍ତୁ ଦିନେ ନେହା ପୂଜାରେ ଜିନ୍ସ ପିନ୍ଧିବାରୁ ସେମାନେ ରା-ଗିଗଲେ ଏବଂ ଯୁ-କ୍ତିତ-ର୍କ ପରେ ନେହାଙ୍କୁ ପି-ଟି ପି-ଟି ମା-ରିଦେଲେ |

ନେହାଙ୍କ ବାପାଙ୍କ ନାମ ଅମରନାଥ ପାସୱାନ ଅଟେ, ଯିଏ କି ଲୁଧିଆନାରେ ଦୈନିକ ବେତନ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି | ଯେଉଁ ଦିନ ତାଙ୍କ ଝିଅର ମୃ-ତ୍ୟୁ ହୋଇଥିଲା ସେ ଦିନ ସେ ଲୁଧିଆନାରେ କାମ କରୁଥିଲେ | ତାଙ୍କର ଦୁଇଟି ପୁଅ ଏବଂ ଦୁଇଟି ଝିଅ ଅଛନ୍ତି | ଏହି ବିଷୟକୁ ନେଇ ନେହାଙ୍କ ବାପା କହିଥିଲେ ଯେ ‘ମୁଁ ମୋର ସମସ୍ତ ପିଲାଙ୍କୁ ପୋଷାକ ପିନ୍ଧିବା କିମ୍ବା ପଢିବା ଏବଂ ଲେଖିବା କାରଣରୁ କେବେ ବି ଅଟକାଇ ନଥିଲି କିମ୍ବା ଗା-ଳି କରି ନ ଥିଲି | ମୋର କେବଳ ଗୋଟିଏ ଇଚ୍ଛା ଥିଲା ଯେ ବର୍ତ୍ତମାନ ସେମାନେ ପଢନ୍ତୁ ଏବଂ ଲେଖନ୍ତୁ ଏବଂ ଜୀବନରେ ଆଗକୁ ବଢନ୍ତୁ |

ନେହାଙ୍କ ବଡ ଭାଇ ବିଶାଲ ପାସୱାନ ଗୁଜୁରାଟର ବରୋଦାଠାରେ ଚିତ୍ରକାର ଭାବରେ କାର୍ଯ୍ୟ କରନ୍ତି, ସେ ଦଶମ ପାସ ଅଟନ୍ତି | ସେହିପରି ତାଙ୍କ ସାନଭାଇ ବିବେକ ସପ୍ତମ କ୍ଲାସରେ ପଢୁଛନ୍ତି | ନେହାଙ୍କ ବଡ ଭଉଣୀ ନି-ଶା ଗ୍ରାଜୁଏଟ ଅଟନ୍ତି ଏବଂ ଘରେ ସିଲେଇ କାମ କରନ୍ତି | ନେହା ଶ୍ରୀମତୀ ଶାନ୍ତି ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିଲେ | ତାଙ୍କର କିଛି ଦିନ ପୂର୍ବରୁ ନବମ କ୍ଲାସରେ ଆଡ଼ମିସନ କରାଯାଇଥିଲା |

ନେହାଙ୍କ ମା ଶକୁନ୍ତଲା ଦେବୀ କହିଛନ୍ତି ଯେ ତାଙ୍କ ଝିଅ ବହୁତ ଭଲ ପାଠ ପଢୁଥିଲା | ସେ ବଡ ହେବା ପରେ ପୋ-ଲି-ସ ହେବାକୁ ଚାହୁଁଥିଲେ | ସେ ତାଙ୍କ ପରିବାରର ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ | କିନ୍ତୁ, ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ | ହ-ତ୍ୟା କରାଯାଇଥିବା ଦିନ ଘ-ଟଣା ବିଷୟରେ ବର୍ଣ୍ଣନା କରି ନେହାଙ୍କ ମା କହିଛନ୍ତି, ‘ନେହା ସୋମବାର ଉପବାସ କରିଥିଲେ | ସକାଳେ ସେ ପୂଜାପାଠ ମଧ୍ୟ କଲେ | ତାପରେ ସେ ସନ୍ଧ୍ୟାରେ ଗାଧୋଇଲେ ଏବଂ ଜିନ୍ସ ଟପ ପିନ୍ଧି ପୂଜା କଲେ | ପୂଜା ସମୟରେ ତ ତାଙ୍କୁ କେହି କିଛି କହି ନଥିଲେ, କିନ୍ତୁ ପରେ ଜେଜେବାପା-ଜେଜେମା ଏବଂ କକା-ଖୁଡି ନେହା ଜିନ୍ସ ପିନ୍ଧିଥିବାରୁ ବି-ରୋ-ଧ କରିବାକୁ ଲାଗିଲେ |’

ନେହାଙ୍କ ମା ଆଗକୁ କହିଛନ୍ତି ” ନେହା ନିଜର ପକ୍ଷରେ କହିଥିଲେ ଯେ ସରକାର ଜିନ୍ସ ପିନ୍ଧିବାପାଇଁ ତିଆରି କରିଛନ୍ତି, ତେଣୁ ମୁଁ ବି ପିନ୍ଧିବି | ମୁଁ ପାଠ ପଢ଼ିବି ଏବଂ ସମାଜରେ ରହିବି | ଏହାପରେ ଜେଜେବାପା ଏବଂ ଜେଜେମା ତାଙ୍କୁ କହିଲେ ଯେ ସେମାନେ ତାଙ୍କୁ ଜିନ୍ସ ପିନ୍ଧିବାପାଇଁ ଦେବେନାହିଁ କି ପାଠ ପଢିବାପାଇଁ ମଧ୍ୟ ଦେବେନାହିଁ | ଏହାପରେ ତାଙ୍କ ଜେଜେମା-ଜେଜେବାପା ଏବଂ କକା-ଖୁଡି ତାଙ୍କୁ ବହୁତ ପି-ଟିଲେ ଏବଂ ପି-ଟି ପି-ଟି ମା-ରିଦେଲେ | ମତେ ସେମାନେ କହିଲେ ଯେ ନେହା ବେହୋସ ହୋଇଗଲା ଏବଂ ତାଙ୍କୁ ହସ୍ପିଟାଲ ନେଇ ଯାଉଛନ୍ତି | ମୁଁ ମଧ୍ୟ ଅଟୋରେ ସେମାନଙ୍କ ସହିତ ଯିବାପାଇଁ କହିଲି, କିନ୍ତୁ ସେମାନେ ମତେ ଯିବାକୁ ଦେଲେନାହିଁ | ସେମାନେ ଯେମିତି ଭାବେ ତାଙ୍କୁ ନେଇ ଯାଉଥିଲେ, ସେଥିରୁ ଲାଗୁଥିଲା ଯେପରି ସେ ମ-ରି ଯାଇଛନ୍ତି | ତାପରେ ପରବର୍ତ୍ତୀ ଦିନ ନେହାଙ୍କ ଶ-ବ ଗଣ୍ଡକ ନଦୀରେ ତିଆରି ହୋଇଥିବା ପଟନବା ପୋଲ ପାଖରେ ପଡିଥିବାର ମିଳିଲା |”

ଏହି ମା-ମ-ଲାରେ ପୋ-ଲିସ ଦଶଜଣ ଲୋକଙ୍କ ବି-ରୋ-ଧରେ ହ-ତ୍ୟାର କେ-ସ ପ-ଞ୍ଜିକ-ରଣ କରିଛି, ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗି-ରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୋ-ଜଚାଲିଛି | ତେବେ ଏହି ପୁରା ମା-ମଲା ଉପରେ ଆପଣଙ୍କର ମତାମତ କଣ ରହିଛି ? କଣ ଝିଅମାନଙ୍କୁ ଜିନ୍ସ ପିନ୍ଧିବା ଉପରେ ହକ ମିଳିବା ଉଚିତ ?

Leave a Reply

Your email address will not be published. Required fields are marked *