ଭୁଲିଯାନ୍ତୁ ମହଙ୍ଗା ପେଟ୍ରୋଲ, ଏହି ଇଲେକ୍ଟ୍ରିକ ସାଇକେଲ ଫୁଲ ଚାର୍ଜରେ ଚାଲିବ ୧୦୦ କିଲୋମିଟର,ମୂଲ୍ୟ ମଧ୍ୟ ବହୁତ କମ ଅଛି,ଜାଣନ୍ତୁ ଏହି ସାଇକେଲ ବିଷୟରେ

Nexzu Mobility Roadlark :-

ଇଲେକ୍ଟ୍ରିକ ଯାନବାହାନ ତିଆରି କରୁଥିବା ବାଙ୍ଗାଲୋରର କମ୍ପାନୀ Nexzu Mobility ମାର୍ଚ୍ଚ ମାସରେ ନିଜର ଇଲେକ୍ଟ୍ରିକ ସାଇକେଲ Roadlark କୁ ଲଞ୍ଚ କରିଥିଲା | କମ୍ପାନୀ ଦାବି କରିଛି ଯେ ଏହି ସାଇକେଲ ଥରେ ଚାର୍ଜ ହେଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ | ଯଦି ବ୍ୟାଟେରୀ ଡିସଚାର୍ଜ ହୁଏ, ତେବେ ମଧ୍ୟ ଆପଣ ଏହାକୁ ପେଡାଲ ମାଧ୍ୟମରେ ଚଲାଇ ପାରିବେ | ଏଥିରେ ଡୁଆଲ ବ୍ୟାଟେରୀ ସିଷ୍ଟମ ଅଛି | ପ୍ରାଇମେରୀ 8.7 Ah ର ହାଲୁକା ଏବଂ ରିମୁଭେବୁଲ ବ୍ୟାଟେରୀ ଦିଆଯାଇଛି, ଏଥିରେ 5.2 Ah ର ଏକ ସେକେଣ୍ଡାରୀ ଇନ-ଫ୍ରେମ ବ୍ୟାଟେରୀ ମଧ୍ୟ ମିଳିଥାଏ | ଏହି ସାଇକେଲକୁ ଘରେ ସାଧାରଣ ଭାବେ ଚାର୍ଜ କରାଯାଇପାରେ | ଏହାର ମୂଲ୍ୟ ରହିଛି ୪୨,୦୦୦ ଟଙ୍କା | ଏହି ସାଇକେଲ ପ୍ରତି ଘଣ୍ଟା ପିଛା ୨୫ କିଲୋମିଟର ବେଗରେ ଚାଲିପାରିବ |

Toutche ର ଇ-ସାଇକେଲ Heileo M100 :-

ବାଙ୍ଗାଲୋରର ଆଉ ଏକ କମ୍ପାନୀ ଅଟେ Toutche , ଯିଏ କି ନିଜର ଇଲେକ୍ଟ୍ରିକ ସାଇକେଲ Heileo M100 କୁ ବଜାରକୁ ଆସିଛି | ତେବେ କମ୍ପାନୀ ପାଖରେ ଇ-ସାଇକେଲର ବହୁତ ଭେରାଇଟି ରହିଛି, କିନ୍ତୁ Heileo M100 ଏକ ସୁଲଭ ସାଇକେଲ ଅଟେ | ଏହି ଇଲେକ୍ଟ୍ରିକ ସାଇକେଲର ରେଞ୍ଜ ୬୦ କିଲୋମିଟର ଅଟେ | ଏଥିରେ 0.37kWh କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦିଆଯାଇଛି | ଯଦି ଆପଣ ଏହାର ରେଞ୍ଜକୁ ବଢାଇବାପାଇଁ ଚାହାଁନ୍ତି, ତେବେ ଆପଣ ବ୍ୟାଟେରୀକୁ ଫ୍ରିରେ ହିଁ ଅପଗ୍ରେଡ କରିପାରିବେ, ଯାହା ପରେ ଏହାର ରେଞ୍ଜ ବଢି ଯାଇ ୭୫ କିଲୋମିଟର ହୋଇଯିବ | କମ୍ପାନୀ ଏହି ଇଲେକ୍ଟ୍ରିକ ସାଇକେଲର ମୂଲ୍ୟ GST ସହିତ ୪୯,୯୦୦ ଟଙ୍କା ରଖିଛି |

GoZero ର ଇଲେକ୍ଟ୍ରିକ ସାଇକେଲ :-

ଭାରତରେ ଅନେକ ବିଦେଶୀ କମ୍ପାନୀ ମଧ୍ୟ ଅଛନ୍ତି, ଯେଉଁମାନେ କି ଇଲେକ୍ଟ୍ରିକ ସାଇକେଲ ବିକ୍ରି କରନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ରିଟେନର କମ୍ପାନୀ GoZero, ଯାହା ଭାରତରେ ଅନେକ ରେଞ୍ଜରେ ଇ-ସାଇକେଲ ବିକ୍ରି କରେ | ଏହାର ସବୁଠାରୁ ଅଧିକ ରେଞ୍ଜ ଦେଉଥିବା ସାଇକେଲ ହେଉଛି Skellig Pro , ଯାହାକି ଥରେ ଚାର୍ଜ କଲେ ୭୦ କିଲୋମିଟର ଯାଇହେବ | ଏଥିରେ 250W ପାୱାର ମୋଟର ବ୍ୟବହାର କରାଯାଇଛି | ଏହାର ମୂଲ୍ୟ ୩୯,୯୯୯ ଟଙ୍କା | କମ୍ପାନୀର ଆଉ ଦୁଇଟି ସାଇକେଲ ମଧ୍ୟ ଅଛି, Skellig Lite ର ମୂଲ୍ୟ ୧୯,୯୯୯ ଟଙ୍କା ରଖାଯାଇଛି ଏବଂ ଏହା ଅନଲାଇନ ଏକ୍ସକ୍ଲୁସିଭ ମଡେଲ ଅଟେ, ଯେତେବେଳେ କି Skellig ର ମୂଲ୍ୟ ୩୨,୪୯୯ ଟଙ୍କା ରହିଛି

RadRover 6 Plus ଇଲେକ୍ଟ୍ରିକ ସାଇକେଲ :-

ଆମେରିକୀୟ କମ୍ପାନୀ RadRover ନିଜର ନୂତନ ଇଲେକ୍ଟ୍ରିକ ସାଇକେଲ RadRover 6 Plus ଲଞ୍ଚ କରିଛି | ଏହା କମ୍ପାନୀର ପ୍ରଥମ ଇ-ବାଇକ ଅଟେ, ଯେଉଁଥିରେ ସେମି-ଇଣ୍ଟିଗ୍ରେଟେଡ ବ୍ୟାଟେରୀ ଦିଆଯାଇଛି | ଏହି ବ୍ୟାଟେରୀକୁ ସହଜରେ ବାହାର କରାଯାଇପାରିବ ଏବଂ ପୁଣିଥରେ ଲଗାଯାଇପାରିବ | ଏହି ସାଇକେଲର ମୂଲ୍ୟ ୧,୯୯୯ ଡଲାର ଅଟେ, ଅର୍ଥାତ ପ୍ରାୟ ୧.୫ ଲକ୍ଷ ଟଙ୍କା ଅଟେ | ଏଥିରେ 48V, 4 Ah ର ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି | ଯାହା ସିଙ୍ଗଲ ଚାର୍ଜରେ ୭୨ କିଲୋମିଟରରୁ ଅଧିକ ଚାଲିଥାଏ | ବର୍ତ୍ତମାନ ଏହା ଗ୍ଲୋବାଲ ମାର୍କେଟରେ ବିକ୍ରୟ ପାଇଁ ଉପଲବ୍ଧ, ଭାରତରେ ମଧ୍ୟ ଏହାକୁ ଶୀଘ୍ର ଲଞ୍ଚ ହେବ ବୋଲି ଆଶା କରାଯାଉଛି |

Nahak ଇଲେକ୍ଟ୍ରିକ ସାଇକେଲ :-

ଇଲେକ୍ଟ୍ରିକ ସାଇକେଲ ତିଆରି କରୁଥିବା କମ୍ପାନୀ ନାହକ ମୋଟର୍ସ ଦୁଇଟି ସାଇକେଲ ବାହାର କରିଛନ୍ତି | ଗୋଟିଏର ନାମ ଗାରୁଦା ଏବଂ ଅନ୍ୟଟିର ନାମ ଜିପି | ଏଗୁଡ଼ିକ ସଂପୂର୍ଣ୍ଣ ଭାବେ ମେଡ଼ ଇନ ଇଣ୍ଡିଆ ସାଇକେଲ ଅଟେ | ଏହାକୁ ବୁକିଂ କରିବା ପରେ ହୋମ ଡେଲିଭରି ଅଗଷ୍ଟରୁ ଆରମ୍ଭ ହୋଇଯିବ | Garuda ମଡେଲର ମୂଲ୍ୟ ୩୧,୯୯୯ ଟଙ୍କା ଅଟେ ଏବଂ Zippy ମଡେଲର ମୂଲ୍ୟ ୩୩,୪୯୯ ଟଙ୍କା ରଖାଯାଇଛି | ଏଥିରେ ଅଦଳବଦଳ ବ୍ୟାଟେରୀ ଦିଆଯାଇଛି, ଯାହାକୁ କେବଳ ୩ ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ କରାଯାଇପାରିବ | ଫୁଲ ଚାର୍ଜରେ ଏହା ୪୦ କିଲୋମିଟର ରେଞ୍ଜ ମିଳିଥାଏ | ଏହି ସାଇକେଲଗୁଡିକର ରନିଙ୍ଗ କଷ୍ଟ ପ୍ରତି କିଲୋମିଟର ପିଛା ମାତ୍ର ୧୦ ପଇସା ଅଟେ |

Leave a Reply

Your email address will not be published.