PAYTM ଦେଉଛି ନିଯୁକ୍ତି ସୁଯୋଗ,ଦରମା ୩୫ ହଜାର ଟଙ୍କା,ଜାଣନ୍ତୁ କେମିତି ଆବେଦନ କରିବେ

ଅର୍ଥନୈତିକ ସୁବିଧା ପ୍ରଦାନ କରୁଥିବା ପେଟିଏମ ବର୍ତ୍ତମାନ ଦେଶରେ ଏହାର ସ୍ଥିତିକୁ ଅଧିକ ସୁଦୃଢ କରିବାପାଇଁ ଯାଉଛି। ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ ନିକଟ ଅତୀତରେ ଏହାର ଫିଲ୍ଡ ସେଲ୍ସ ଏକଜ୍ୟୁକ୍ୟୁଟିଭ (ଏଫଏସଇ) ସେବାକୁ ଲଞ୍ଚ କରିଛନ୍ତି। ଏଫଏସଇ ପ୍ରୋଗ୍ରାମ ଅନୁସାରେ କମ୍ପାନୀ ତରଫରୁ ୨୦ ହଜାର ନୂତନ ନିଯୁକ୍ତି ସେବାକୁ ପ୍ରଦାନ କରୁଛନ୍ତି। ନୂଆ ନିଯୁକ୍ତ ହୋଇଥିବା ଏହି ୨୦ ହଜାର ଏକଜ୍ୟୁକ୍ୟୁଟିଭ ପେଟିଏମ ମର୍ଚ୍ଚାଣ୍ଟ ୟୁଜରମାନଙ୍କୁ ପେଟିଏମ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଏହା ସହିତ କମ୍ପାନୀର ବିଭିନ୍ନ ପ୍ରକାର ଡିଜିଟାଲ ଉତ୍ପାଦନର ପ୍ରମୋଶନ କରିବାରେ ମଧ୍ୟ ସହାୟକ ହେବେ ବୋଲି କୁହାଯାଉଛି।

ଦରମା:

ଏହି ନୂତନ ନିଯୁକ୍ତିରେ କମ୍ପାନୀ ୩୫ ହଜାର ଟଙ୍କାର ବେତନ ପ୍ରଦାନ କରିବ। ଏହା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ତଥା କମିଶନ ମଧ୍ୟ ଆପଣଙ୍କୁ ମିଳିବ।

କଣ ରହିବ କାମ:

ଏଫଏସଇରେ ଯୋଗ ଦେଇଥିବା ଏହି କର୍ମଚାରୀମାନେ ପେଟିଏମର ସମସ୍ତ ଡିଜିଟାଲ ଜିନିଷକୁ ପ୍ରମୋଶନ କରିବେ। ପେଟିଏମ ଅଲ ଇନ ୱାନ କ୍ୟୁଆର କୋଡ, ପେଟିଏମ ସାଉଣ୍ଡବକ୍ସ, ୱାଲେଟ, ପୋଷ୍ଟପେଡ, ମର୍ଚ୍ଚାଣ୍ଟ ଲୋନ ଓ ଜୀବନବୀମା ସମସ୍ତ ବିଷୟରେ ଏହି କର୍ମଚାରୀମାନେ ସହାୟତା କରିବେ।

ଯୋଗ୍ୟତା:

ଏହି କାମ ପାଇଁ ଆପଣଙ୍କର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ଏହା ସହିତ ଆପଣ ଦଶମ, ଦ୍ୱାଦଶ କିମ୍ବା ସ୍ନାତକ ଶିକ୍ଷା ହାସଲ କରିଥିବେ। ଆଣ୍ଡ୍ରଏଡ ମୋବାଇଲ ସହିତ ପେଟିଏମ ଆପ ଜରିଆରେ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ। ଦୁଇ ଚକିଆ ଯାନ ରହିଥିବା ଆଶାୟୀ ଓ ବିଭିନ୍ନ ସହରକୁ ଯାତ୍ରା କରିବାରେ ଅସୁବିଧା ନଥିବା ପ୍ରାର୍ଥୀମାନଙ୍କୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯିବ। ସେହିପରି ସ୍ଥାନୀୟ ଅଞ୍ଚଳ ଓ ଭାଷା ସହିତ ଜଡିତ ଲୋକମାନଙ୍କର ପରିଚୟ ଅତ୍ୟନ୍ତ ଜରୁରୀ ଅଟେ।

ଆଇପିଓ:

ଅତିଶୀଘ୍ର ବଜାରରେ ପେଟିଏମର ଆଇପିଓ ଲଞ୍ଚ ହେବାକୁ ଯାଉଛି। ୧୬,୬୦୦ କୋଟିର ଆଇପିଓ ଅକ୍ଟୋବର ମାସ ସୁଦ୍ଧା ଲଞ୍ଚ ହେବ ବୋଲି ସୂଚନା ମିଳିଛି। ଏ ବିଷୟରେ ସେବି ନିକଟରେ କମ୍ପାନୀ ତରଫରୁ ଜୁଲାଇ ୧୫ ତାରିଖରେ ଆବେଦନ ହୋଇସାରିଛି। ସେବି ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁସାରେ, ପେଟିଏମ ବର୍ତ୍ତମାନ ନିଜକୁ ଦେଶର ଏକ ନମ୍ବର ଡିଜିଟାଲ ଇକୋସିଷ୍ଟମ ଭାବରେ ଜାରି କରିଛି।

Leave a Reply

Your email address will not be published.