ନୂଆ ଲୁକରେ ନଜର ଆସିଲେ ‘ଅଧିନାୟକ କୁଲ’ ଏମଏସ ଧୋନୀ, ସୋସିଆଲ ମିଡିଆରେ ଫୋଟ ଭାଇରାଲ

ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(MS Dhoni) ବର୍ତ୍ତମାନ କ୍ରିକେଟ ପଡିଆରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରୁ ନେଇ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ପୁଣିଥରେ ଅଧିନାୟକ କୁଲ ଚର୍ଚ୍ଚାରେ ଆସିଛନ୍ତି ଓ ଏଥର ଏହାର କାରଣ ତାଙ୍କର ନୂଆ ଲୁକ ଅଟେ। ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ହେୟାର ଷ୍ଟାଇଲ ବହୁତ ଭାଇରାଲ ହେଉଅଛି ଓ ପ୍ରଶଂସକଙ୍କୁ ମଧ୍ୟ ବହୁତ ପସନ୍ଦ ଆସୁଅଛି।

ହେୟାରଷ୍ଟାଇଲିଷ୍ଟ ଆଲିମ ହକିମ ଶୁକ୍ରବାର ଦିନ ସକାଳୁ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନେକ ଫୋଟ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କ ହେୟାରଷ୍ଟାଇଲକୁ ଦେଖାଇଥିଲେ।

View this post on Instagram

A post shared by Aalim Hakim (@aalimhakim)

ନିଜର କ୍ରିକେଟ କ୍ଯାରିୟର ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ନୂଆ ହେୟାରଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହେ। ତାହା ତାଙ୍କର କ୍ଯାରିୟର ଆରମ୍ଭ ସମୟରେ ଲମ୍ବା ଚୁଟି ହେଉ କିମ୍ବା ବିଶ୍ଵକପ ଜିତିବା ପରେ ଅଚାନକ ନଣ୍ଡା ହେବା। ଧୋନୀ ନିଜ ଲୁକ ମାମଲାରେ ନିଜର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ବର୍ତ୍ତମାନ ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ରିଟାୟର ନେଇ ସାରିଛନ୍ତି, ତେବେ ମଧ୍ୟ ତାଙ୍କର ନୂଆ ଲୁକ ସହିତ ନଜର ମଧ୍ୟ ଆସୁଛନ୍ତି। ଜଣାଇଦେଉଛୁକି ଶୀଘ୍ର ମହେନ୍ଦ୍ର ସିଂ ଧୋନୀ ପୁଣିଥରେ କ୍ରିକେଟ ପଡିଆରେ ଦେଖାଦେବେ। ୟୁଏଇରେ ଆଇପିଏଲର ଦ୍ଵିତୀୟ ଭାଗ ପାଇଁ ଏମଏସ ଧୋନୀ ଅତିଶୀଘ୍ର ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପ ସହ ଯୋଗଦେବେ।

ଜଣାଇଦେଉଛୁକି ଆଲିମ ହକିମଙ୍କର ଗଣନା ଦେଶର ଜଣାଶୁଣା ହେୟାରଷ୍ଟାଇଲିଷ୍ଟଙ୍କ ରୂପରେ ହୋଇଥାଏ। ବଲିଉଡର ବଡ ବଡ ଷ୍ଟାର କିମ୍ବା ଭାରତୀୟ ଦଳର ଖେଳାଳି ପ୍ରାୟତଃ ଆଲିମ ହକିମଙ୍କ ନିକଟକୁ ଯାଇ ନିଜର ନୂଆ ଲୁକରେ ପାଇଥାନ୍ତି।

Leave a Reply

Your email address will not be published. Required fields are marked *