ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ

ଆଜିଠାରୁ ମ୍ୟାଟ୍ରିକର ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ଅସନ୍ତୁଷ୍ଟ ହୋଇଥିବା ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନି ତିନି ଥର ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ଏହି ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଦେଉଛନ୍ତି।

ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସେ ପାରିବାରିକ, ରାଜନୈତିକ, ଲୋକଙ୍କର ସମାଜସେବା ଭିତରେ ରହି ସୁଯୋଗ ଦେଇପାରୁନଥିଲେ। କିନ୍ତୁ ସେ ଆଜି ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ସାହାଯ୍ୟରେ ପରୀକ୍ଷା କେନ୍ଦ୍ରକୁ ଯାଇଛନ୍ତି।

ବିଧାୟକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପାଇଁ ଏକ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରିଛନ୍ତି ଯେଉଁଠି ସେ ଏକଲା ବସି ପରୀକ୍ଷା ଦେଉଛନ୍ତି।

ଆଜି ଅଫଲାଇନ ପରୀକ୍ଷା ଦେବା ପାଇଁ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସମୁଦାୟ ୩୩ ଜଣ ଛାତ୍ରଛାତ୍ରୀ ଆସିଛନ୍ତି। ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରଯାଇଥିଲା ଓ ସାନିଟାଇଜ କରି ତାଙ୍କୁ ସ୍କୁଲ ଭିତରକୁ ଛଡା ଯାଇଥିଲା।

Leave a Reply

Your email address will not be published. Required fields are marked *