୬ ବାଇ ୬ ର ରୁମ, ଖାଲି ପାଦରେ ଯାତ୍ରା ଏବଂ କାରର ସ୍ୱପ୍ନ ବନାଇ ଦେଲା ସେହି କାର କମ୍ପାନୀରେ ଇଞ୍ଜିନିୟର,କାହାଣୀ ପଢି ଭାବୁକ ହେଲେ ଲୋକମାନେ,ଆପଣ ବି ପଢନ୍ତୁ

ସ୍ୱପ୍ନ ଦେଖିବା ଏବଂ ତାକୁ ପୁରା କରିବା ଦୁଇଟି ଅଲଗା ଅଲଗା କଥା ଅଟେ ଏବଂ ସେହି ସ୍ୱପ୍ନ ପାଇଁ ଖାଲି ପାଦରେ ଏକ ଲମ୍ବା ଯାତ୍ରା କରିବା, ୬ରୁ ୬ ରୁମରେ ବସି ପଢିବା ଏବଂ ଇଣ୍ଟରଭିୟୁ ଦେବା ଆହୁରି ବଡ଼ କଥା ଅଟେ | ଏପରି କିଛି ଉଦୟପୁରର ଭାବେଶ ଲାହୋର କରି ଦେଖାଇଛନ୍ତି | ସେ ନିଜ ଚେଷ୍ଟା ବଳରେ ଜଣାଶୁଣା ଗାଡି କମ୍ପାନୀ ଫୋର୍ଡ଼ ମୋଟର କମ୍ପାନୀରେ ଚାକିରୀ ପାଇଛନ୍ତି ଏବଂ ବର୍ତ୍ତମାନ ସଫ୍ଟଓୟାର ଇଞ୍ଜିନିୟର ପୋଷ୍ଟରେ କାମ କରୁଛନ୍ତି |

ନିଜ ଷ୍ଟ୍ରଗଲର କାହାଣୀକୁ ଲିଙ୍କଡ଼ଇନରେ ସେୟାର କରି ଭାବେଶ କହିଛନ୍ତି ଯେ ସେ ଖାଲି ପାଦରେ ହାଇୱେରେ ଚାଲି ଚାଲି ସ୍କୁଲ ଯାଉଥିଲେ ଏବଂ ନିଜ ସାଙ୍ଗମାନଙ୍କ ସହିତ ଏହି ଆଲୋଚନା କରୁଥିଲେ ଯେ ଯେତେବେଳେ ସେମାନେ ବଡ଼ ମଣିଷ ହୋଇଯିବେ, ସେତେବେଳେ ସେ କେଉଁ କାର କିଣିବେ ଏବଂ ସେହି ସମୟରେ ସେ ଲୋକାଲ ନ୍ୟୁଜ ପେପରରେ ଫୋର୍ଡ଼ ଫିଗୋର ବିଜ୍ଞାପନ ଦେଖିଲେ, ଯାହାପରଠାରୁ ସେ ତାକୁ କିଣିବାପାଇଁ ସ୍ୱପ୍ନ ଦେଖିବାକୁ ଲାଗିଲେ ଏବଂ ଆଜି ସେ ଫୋର୍ଡ଼ ମୋଟର କମ୍ପାନୀରେ ଜଣେ ଭଲ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାମ କରୁଛନ୍ତି |

୬ରୁ ୬ ରୁମରେ ବସି ଦେଇଥିଲେ ଇଣ୍ଟରଭିୟୁ :-

ଭାବେଶ ଆଗକୁ ଲେଖିଛନ୍ତି ଯେ କରୋନା କାରଣରୁ ତାଙ୍କୁ ବାଧ୍ୟ ହୋଇ କଲେଜ ଛାଡି ନିଜ ଘରକୁ ଆସିବାକୁ ପଡିଲା | ସେ କହିଛନ୍ତି ଯେ ତାଙ୍କ ପରିବାରରେ ୭ଜଣ ମେମ୍ବର ଥିଲେ ଏବଂ ସମସ୍ତଙ୍କୁ ଗୋଟିଏ ରୁମରେ ରହିବାକୁ ପଡୁଥିଲା, ତେଣୁ ସେ ପଢିବାପାଇଁ ଗୋଟିଏ ରୁମ ତିଆରି କଲେ | ଭାବେଶ କହିଛନ୍ତି ଯେ ସେ ସେହି ୬ରୁ ୬ ରୁମରେ ବସି ବଡ଼ରୁ ବଡ଼ କମ୍ପାନୀର ଇଣ୍ଟରଭିୟୁ ଦେଉଥିଲେ ଏବଂ ତାପରେ ତାଙ୍କ ସିଲେକସନ ଫୋର୍ଡ଼ରେ ହୋଇଗଲା |

ମା କରୁଥିଲେ ଚାକରାଣୀର କାମ :-

ସଫ୍ଟଓୟାର ଇଞ୍ଜିନିୟରର କାମ କରୁଥିବା ଭବେଶ ନିଜ ପୋଷ୍ଟରେ ଆଗକୁ ଲେଖିଛନ୍ତି ଯେ ସେ ଏହି ସଫଳତା ନିଜ ଗାଡି ଏବଂ ମାଙ୍କ କାରଣରୁ ପାଇଛନ୍ତି | ସେ କହିଛନ୍ତି ଯେ ତାଙ୍କ ମା ତାଙ୍କୁ ପାଠ ପଢ଼ାଇବା ପାଇଁ ଲୋକମାନଙ୍କ ଘରେ ଚାକରାଣୀର କାମ କଲେ, କାରଣ ତାଙ୍କ ବାପା ୭-୮ ହଜାର ଟଙ୍କାର ସ୍ୟାଲେରୀରେ ଏହା କରିପାରୁ ନଥିଲେ |

ମାଙ୍କୁ କଥା ଦେଇଥିଲେ :-

ଭାବେଶ ଆଗକୁ ଲେଖିଛନ୍ତି ଯେ ସେ ପିଲାଦିନେ ନିଜ ମାଙ୍କୁ କଥା ଦେଇଥିଲେ ଯେ ଯେତେବେଳେ ସେ ଟଙ୍କା ରୋଜଗାର କରିବାକୁ ଲାଗିବେ, ସେତେବେଳେ ତାଙ୍କୁ ଆଉ କାମ କରିବାକୁ ଦରକାର ହେବନାହିଁ ଏବଂ ସେ ନିଜ ମାଙ୍କୁ ସବୁ ଖୁସି ଦେବେ | ତାଙ୍କୁ ନିଜର ପାଠପଢାର ଫଣ୍ଡିଙ୍ଗ ପାଇଁ କଲେଜ ସୋସାଇଟିକୁ ଛାଡିବାକୁ ପଡିଲା | ଭାବେଶ ଆଗକୁ କହିଛନ୍ତି ଯେ ନିଜ ଜୀବନରେ ଏହି ସବୁ ସଂଘର୍ଷକୁ ପାଇଁ ଭାଗ୍ୟଶାଳୀ ଅନୁଭବ କରୁଛି, କାରଣ ସଂଘର୍ଷ ମତେ ନିଜ ଜୀବନରେ ସବୁ ପରିସ୍ଥିତିକୁ ସାମ୍ନା କରିବାପାଇଁ ବହୁତ କଠିନ କରିଦେଲା | ତାଙ୍କ ପୋଷ୍ଟକୁ ଏଠାରେ (https://www.linkedin.com/posts/bhavesh-lohar-37b883176_gratitude-work-softwareengineer-activity-6824034555129921536-578H) ପଢିପାରିବେ |

Leave a Reply

Your email address will not be published. Required fields are marked *