ଚାକିରୀ ବଦଳାଉଥିବା ଲୋକଙ୍କ ପାଇଁ ଜରୁରୀ ଖବର, ପିଏଫ ଖାତାରେ ଏଥର ଆପଣ ନିଜେ ଅପଡେଟ କରିପାରିବେ ଏହି ତଥ୍ୟ

EPFO Fund Transfer: ଚାକିରୀ ବଦଳାଉଥିବା ଲୋକଙ୍କ ପାଇଁ ଜରୁରୀ ଖବର। ପିଏଫ ଖାତାରେ ଏଥର ଆପଣ ନିଜେ ଅପଡେଟ କରିପାରିବେ ଏହି ତଥ୍ୟ:

ସାଧାରଣତଃ ଦେଖାଯାଇଥାଏ କେତେଥର ଆମେ ଆମର ଚାକିରୀ ବଦଳାଉଥିବା ସମୟରେ ଆମେ ଆମ ପିଏଫ ଆକାଉଣ୍ଟ ଟ୍ରାନ୍ସଫର କରିବା ଭୁଲି ଯାଇଥାଉ। ଏଥିରେ ମଧ୍ୟ କେତେଥର ଏମିତି ହୋଇଥାଏ କି, ଆମ ପୁରୁଣା କମ୍ପାନୀର EPFO ରେ ଚାକିରୀ ଛାଡ଼ିବାର ତାରିଖ ଲେଖିବା ଭୁଲି ଯାଇଥାଉ। ଏହାପରେ କର୍ମଚାରୀଙ୍କୁ PF ବାଲାନ୍ସ ଟ୍ରାନ୍ସଫର କରିବାରେ ସମସ୍ୟା ହୋଇଥାଏ। EPFO ନିଜର ସଦସ୍ୟ ମାନଙ୍କ ପାଇଁ ଏହା ମଧ୍ୟ ସହଜ କରିଦେଇଛି।

ଏହାପୂର୍ବରୁ କେବଳ କମ୍ପାନୀ ତାରିଖ ଅପଡେଟ କରୁଥିଲା:-

ପ୍ରଥମେ କେବଳ ଏମ୍ପ୍ଲାୟର ପାଖରେ ହିଁ କର୍ମଚାରୀଙ୍କ କମ୍ପାନୀ ଜଏନ କରିବା କିମ୍ବା ଛାଡ଼ିବାର ତାରିଖ ଅପଡେଟ କରିବାର ଅଧିକାର ଥିଲା। କୌଣସି କାରଣରୁ କର୍ମଚାରୀ ଏହି ଦୁଇଟି ତାରିଖ ଅପଡେଟ କରି ନପାରିବାରୁ ସମସ୍ୟାରେ ଥିଲେ।

ଏବେ କର୍ମଚାରୀ ନିଜେ ଏହାର ଅପଡେଟ କରିପାରିବେ:-

ଏବେ EPFO ନିଜର ଗ୍ରାହକଙ୍କୁ ଏହି ସୁବିଧା ଦେଉଛି ଯେ ସେ ଚାକିରୀ ଛାଡ଼ିବାର ତାରିଖ EPFO ସିଷ୍ଟମରେ ନିଜେ ଦର୍ଜ କରିପାରିବେ। ଏବେ ତାଙ୍କୁ କମ୍ପାନୀ ଉପରେ ନିର୍ଭର ରହିବାକୁ ପଡ଼ିବନାହିଁ। ଏହି ସୁବିଧା କାରଣରୁ ଫଣ୍ଡ ରୁ ଟଙ୍କା ଉଠାଇବା ଓ ଟ୍ରାନ୍ସଫର କରିବା ସହଜ ହୋଇପଡିଛି। ଯଦି ଆପଣ PF ଖାତାରେ Date of exit ଦର୍ଜ କରିବା ଚାହାଁନ୍ତି ତାହେଲେ ଏହାର ପ୍ରକ୍ରିୟା ବହୁତ ସହଜ ଅଟେ। ଏହା ଆପଣ ଘରେ ବସି ଅନଲାଇନ କରିପାରିବେ।

EPFO ରେ ଅପଡ଼େଟ କରନ୍ତୁ Date of exit:-

1. https://unifiedportal-mem.epfindia.gov.in/memberinterface/ ଯାଆନ୍ତୁ।
2. UAN, ପାସୱାର୍ଡ ଓ କ୍ୟାପଚା ଭରି log in କରନ୍ତୁ।
3. ଏକ ନୂଆ ପେଜ ଖୋଲିବ, ସଭା ଉପରେ manage ରେ କ୍ଲିକ କରନ୍ତୁ।
4. ଏହାପରେ mark exit ରେ କ୍ଲିକ କରନ୍ତୁ।
5. ଡ୍ରପ ଡାଉନରେ ଆପଣଙ୍କୁ select employment ଦେଖାଦେବ। ଏଥିରେ ପୁରୁଣା PF ଆକାଉଣ୍ଟ ନମ୍ବର ଚୟନ କରନ୍ତୁ ଯାହାକି ଆପଣଙ୍କ UAN ରେ ଲିଙ୍କ ରହିଥାଏ।
6. ଆପଣଙ୍କୁ ସେହି ଆକାଉଣ୍ଟ ସହିତ ଜଡ଼ିତ ଡ଼ିଟେଲସ ଦେଖାଦେବ।
7. ଏଥିରେ ଚାକିରୀ ଛାଡ଼ିବାର ତାରିଖ ଓ କାରଣ ଭରନ୍ତୁ। ଚାକିରୀ ଛାଡ଼ିବା ସମୟରେ ସର୍ଭିସ ଓ ବିକଳ୍ପ ଭଳି ସର୍ଭିସ ରହିବ।
8. ଏହାପରେ request otp ରେ କ୍ଲିକ କରନ୍ତୁ।
9. ଓଟିପି ଭରି ଚେକବକ୍ସରେ କ୍ଲିକ କରନ୍ତୁ।
10. Update ଓ ଏହାପରେ Ok ରେ କ୍ଲିକ କରନ୍ତୁ, ବାସ ଆପଣଙ୍କ କାମ ହୋଇଯିବ।

2 ମାସ ପରେ ଅପଡେଟ ହୋଇଥାଏ:-

ଏହି ଅପଡ଼େଟ କରୁଥିବା ସମୟରେ ବହୁତ ସାଵଧାନୀର ଆବଶ୍ୟକ ଅଟେ। ଆପଣ ଥରେ ଯେଉଁ ସୂଚନା ଭରି ଦେଇଛନ୍ତି ଏହା ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇ ପାରିବନାହିଁ। ଯଦି ଆପଣ ଏବେ ଚାକିରୀ ଛାଡିଛନ୍ତି ତାହେଲେ exit ମାରିବା ପାଇଁ ଆପଣଙ୍କୁ 2 ମାସର ଅପେକ୍ଷା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *