ଭାରତ ବନାମ ଶ୍ରୀଲଙ୍କା : ଶେଷ ଓଭରରେ ଶ୍ରୀଲଙ୍କାର ପଲଟିଲା ମ୍ଯାଚ, ଭାରତ ଦ୍ଵିତୀୟ ଟି-୨୦ ମ୍ଯାଚ ହାରିଲା

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି-୨୦ ଆଜି କଲୋମ୍ବରେ ଖେଳା ଯାଇଛି, ଯେଉଁଥିରେ ଶ୍ରୀଲଙ୍କାର ବିଜୟ ହୋଇଛି। ବର୍ତ୍ତମାନ ତିନି ମ୍ଯାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ହୋଇଯାଇଛି। ରୋମନଚକ ମୁକାବିଲାରେ ଭାରତ ଆରମ୍ଭରୁ ଦୃଢ ଦେଖାଯାଉଥିଲା, କିନ୍ତୁ ଶେଷ ୫ ଓଭରରେ ଶ୍ରୀଲଙ୍କା ଖେଳକୁ ପଲଟିଦେଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୩୨-୫ ସ୍କୋର କରିଲେ। ବଦଳରେ ଶ୍ରୀଲଙ୍କା ୧୯.୪ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଲେ।

ଶ୍ରୀଲଙ୍କା ଟସ ଜିତ୍ୟ ପ୍ରଥମେ ବୋଲିଂ କରିଥିଲେ। ଭାରତ ତରଫରୁ ଆଜି ଚାରି ଜଣ ଖେଳାଳି ଟି-୨୦ ଅନ୍ତର୍ଜାତୀୟ ମ୍ଯାଚରେ ଡେବ୍ୟୁ କରିଲେ। ଏଥିରେ ଦେବଦତ୍ତ ପାଡିକଲ, ନୀତିଶ ରାଣା, ରିତୁରାଜ ଗାୟକୱାଡ, ଚେତନ ସକାରିୟା ସାମିଲ ଅଛନ୍ତି। ଜଣାଇଦେଉଛୁକି ଟି-୨୦ ମଙ୍ଗଳବାର ଦିନ ହେବାର ଥିଲା। କିନ୍ତୁ କୃନାଲ ପାଣ୍ଡ୍ୟା କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଲା, ଯାହାପରେ ମ୍ଯାଚକୁ ମଙ୍ଗଳବାର ଦିନ ପାଇଁ ସ୍ଥଗିତ କରିଦିଆଗଲା।

ଭାରତ ତରଫରୁ ଶିଖର ଧାବନ ୪୦, ଦେବଦତ୍ତ ପାଡିକଲ ୨୯ ସବୁଠାରୁ ଅଧିକ ରନ କରିଲେ। ଶ୍ରୀଲଙ୍କା ତରଫରୁ ସବୁଠାରୁ ଅଧିକ ରନ ଧନଞ୍ଜୟ ଡି ସିଲବା ୪୦ ଓ ମିନୋଡ ଭାନୁକା ୩୬ ରଣ କରିଥିଲେ। ଧନଞ୍ଜୟ ଡି ସିଲବାଙ୍କୁ ମ୍ୟାନ ଅଫ ଦ ମ୍ଯାଚ ଚୟନ କରାଗଲା। ଭାରତ ପ୍ରଥମ ଟି-୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ମ୍ଯାଚରେ ରବିବାର ଦିନ ଶ୍ରୀଲଙ୍କାକୁ ୩୮ ରନରେ ହରାଇ ତିନି ମ୍ଯାଚର ସିରିଜରେ ୧-୦ରେ ଆଗରେ ଥିଲେ।

ଭାରତ-ଶ୍ରୀଲଙ୍କା ତରଫରୁ କିଏ କେତେ ରନ କରିଛନ୍ତି:-

ଗାୟକୱାଡଙ୍କ ରୂପରେ ଭାରତ ୭ମ ଓଭରରେ ପ୍ରଥମ ୱିକେଟ ହରାଇଲେ। ପୁଣି ୧୩ମ ଓଭରରେ ଶିଖର ଧାବନ ଆଉଟ ହୋଇଗଲେ। ଧୀରେ ଧୀରେ ଭାରତ ୧୩୨ ରନ କରିପାରିଲେ। ଯାହାକି ବଡ ସ୍କୋର ନଥିଲା। ଭାରତ ତରଫରୁ ରିତୁରାଜ ଗାୟକୱାଡ ୨୧ ରନ, ଶିଖର ଧାବନ ୪୦ ରନ, ଦେବଦତ୍ତ ପାଡିକଲ ୨୯ ରନ, ସାଞ୍ଜୁ ସାମସନ ୭ ରନ, ନୀତିଶ ରାଣା ୯ ରନ, ଭୁବନେଶ୍ବର କୁମାର ୧୩ ରନ ଓ ନବଦୀପ ସୈନୀ ୧ ରନ କରିଲେ।

ଶ୍ରୀଲଙ୍କା ତରଫରୁ ଅବିଷ୍କା ଫର୍ନାଣ୍ଡୋ ୧୧ ରନ, ମିନୋଡ ଭାନୁକା ୩୬ ରନ, ସଦିରା ସମରାବିକ୍ରମା ୮ ରନ, ଅଧିନାୟକ ଦାସୁନ ଶନାକା ୩ ରନ, ନଞ୍ଜୟ ଡି ସିଲବା ୪୦ ରନ(ନଟ ଆଉଟ), ବନିନ୍ଦୁ ହସରଙ୍ଗା ୧୫ ରନ, ରମେଶ ମେଣ୍ଡିସ ୨ ରନ, ଚମିକା କରୁଣାରତ୍ନେ ୧୨ ରନ(ନଟ ଆଉଟ) କରିଥିଲେ।

ଭାରତ ତରଫରୁ ଭୁବନେଶ୍ବର କୁମାର, ଚେତନ ସାକରିୟା, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର ୧-୧ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ତରଫରୁ ଦୁଷ୍ମନ୍ଥା ଚମିରା, ବନିନ୍ଦୁ ହସରଙ୍ଗା, ଦାସୁନ ଶନାକାଙ୍କୁ ୧-୧ ଟି ୱିକେଟ ଓ ଅକିଲା ଧନଞ୍ଜୟଙ୍କୁ ୨ଟି ୱିକେଟ ମିଳିଲା।

ଶ୍ରୀଲଙ୍କାର ପ୍ଲେଇଙ୍ଗ ଇଲେଭେନ ଏହି ପ୍ରକାରର ଥିଲା:-

ଅବିଷ୍କା ଫର୍ନାଣ୍ଡୋ, ମିନୋଡ ଭାନୁକା(ୱିକେଟ କିପର), ସଦିରା ସମରାବିକ୍ରମା, ଧନଞ୍ଜୟ ଡି ସିଲବା, ରମେଶ ମେଣ୍ଡିସ, ଦାସୁନ ଶନାକା(ଅଧିନାୟକ), ବନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ଇସରୁ ଉଦାନା, ଦୁଷ୍ମନ୍ଥା ଚମିରା, ଅକିଲା ଧନଞ୍ଜୟ

ଭାରତର ପ୍ଲେଇଙ୍ଗ ଇଲେଭେନ ଏହି ପ୍ରକାରର ଥିଲା:-

ଶିଖର ଧାବନ(ଅଧିନାୟକ), ରିତୁରାଜ ଗାୟକୱାଡ, ଦେବଦତ୍ତ ପାଡିକଲ, ସାଞ୍ଜୁ ସାମସନ(ୱିକେଟ-କିପର), ନୀତିଶ ରାଣା, ଭୁବନେଶ୍ବର କୁମାର, କୁଳଦୀପ ଯାଦବ, ରାହୁଲ ଚହର, ନବଦୀପ ସୈନୀ, ଚେତନ ସକାରିୟା, ବରୁଣ ଚକ୍ରବର୍ତ୍ତୀ

Leave a Reply

Your email address will not be published. Required fields are marked *